Odisha news

କମ୍ପାନୀ ଅତ୍ୟାଚାର ସହିନପାରି ଫାଟକ ସମ୍ମୁଖରେ ଧାରଣା ଦେଲେ

0

ଆଠଗଡ଼ ତା ୨୧/୨/୨୩   ଆଠଗଡ ଏକ ଶିଳ୍ପ ପ୍ରତିଷ୍ଠାନ ଅଞ୍ଚଳ ।, କିନ୍ତୁ ଆଠଗଡ ଅଞ୍ଚରେ ଗଢିଉଠିଥିବା କଳକାରଖାନା ଗୁଡିକ ସ୍ଥାୟୀୟ ଅଂଚଳର ଜମି ଜଳ ଜଙ୍ଗଲ ନେଇ କାରଖାନା ନିର୍ମାଣ ପୂର୍ବରୁ ଜମି ହରା ପ୍ରଜାଙ୍କ ସହିତ ସ୍ଥାନୀୟ ନିଯୁକ୍ତି ଦେବା ଉପରେ ଗୁରୁତ୍ୱ ପାଇଁ ପ୍ରତିଶୃତି ଦେଇଥାନ୍ତି,ଏବଂ କମ୍ପାନୀ ଚତୃପାର୍ଶ୍ଵରେ ଥିବା ସାମୁହିକ କାର୍ଯ୍ୟ ରାସ୍ତା ଘାଟ, ବିଦ୍ୟାଳୟ ସହ ପାରିପାର୍ଷିକ ଉନ୍ନତି କରିବା କଥା, କିନ୍ତୁ ଆଠଗଡ଼ରେ ପ୍ରତିଶୃତି ଦେଇ ପ୍ରତିଷ୍ଠିତ କଳକାରଖାନାର କତୃପକ୍ଷ ପ୍ରଥମେ ସ୍ଥାନୀୟ  ଲୋକଙ୍କୁ  ଉପେକ୍ଷା ଓ କାର୍ଯ୍ୟରତ ଲୋକଙ୍କୁ ଅତ୍ୟାଚାର କରିଚାଲିଥାନ୍ତି, ଆଉ ଏହି ପ୍ରତିବାଦରେ ଆଜି ଜୈନିକ ବ୍ୟକ୍ତି ଟାଟା ପରିଚାଳିତ ଟାଟା ଷ୍ଟିଲ  କାରଖାନା ଆଗରେ ଧାରଣାରେ ବସିଛନ୍ତି।୨୦୦୪ ମସିହାରେ ଧୁରୁଷିଆ ପଞ୍ଚାୟତ ଅନନ୍ତପୁର ଓ ନୂଆ ଶାସନ ଗ୍ରାମ ମଧ୍ୟରେ ଟାଟା ଷ୍ଟିଲ  କାରଖାନା ପ୍ରତିଷ୍ଠା ହୋଇ କାର୍ଯ୍ୟ କରିଆସୁଛି। ସେହି ସମୟରେ କମ୍ପାନୀ ଦ୍ଵାରା କ୍ଷତିଗ୍ରସ୍ତ ଓ ସ୍ଥାନୀୟ ନିଯୁକ୍ତି ଉପେକ୍ଷା କରିଵା ସହ କିଛି  ଲୋକମାନଙ୍କୁ ଶ୍ରମିକ ଭାବରେ କମ୍ପାନୀରେ ନିୟୋଜିତ କରାଯାଇଥିଲା।ଏବଂ ପରବର୍ତୀ ସମୟରେ ଉପେକ୍ଷା ମଧ୍ୟ କରାଯାଉଛି ଆଉ ସେମାନଙ୍କ ମଧ୍ୟରୁ  ଜଣେ ବ୍ୟକ୍ତି ହେଲେ ନୂଆଶାସନ ଗ୍ରାମର ବିପିନି ବିହାରୀ ବେହେରା।୨୦୦୯ ମସିହାରେ କମ୍ପାନୀ ପକ୍ଷରୁ ତାଙ୍କୁ ନିଯୁକ୍ତି ଦିଆଯିବା ପରେ ଆଜି ପର୍ଯ୍ୟନ୍ତ ୫ ରୁ ୬ ଟି ବିଭାଗକୁ ବଦଳି କରାଯାଇଛି।

ପ୍ରତି ଜାଗାରେ ଠିକ୍ ଭାବରେ କାର୍ଯ୍ୟ କରୁଥିବା ବେଳେ ୨୦/୫/୨୨ ତାରିଖ ରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ କାରଖାନାକୁ ବଦଳି କରାଯାଇଛି।ଏହାର ପ୍ରତିବାଦ କରିବାରୁ ତାଙ୍କୁ ଚାକିରୀରୁ ବାହାର କରି ଦିଆଯାଇଥିବା କହିବା ସହିତ ତାଙ୍କର ବାକି ଥିବା ୨୪ ହଜାର ଟଙ୍କା ଦରମା ରାଶି କାଟି ରଖିଛନ୍ତି। ଯାହାର ପ୍ରତିବାଦରେ ସେ ଆଜିଠାରୁ କାରଖାନା ଫାଟକ ସମ୍ମୁଖରେ ଧାରଣା ଦେବେ ବୋଲି କମ୍ପାନୀ କତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ କୁ ଲିଖିତ ଅଭିଯୋଗ କରିବା ପରେ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଠଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଏକ ସମାଧାନ ବୈଠକ ବସିଥିଲା। ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ,ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ କମ୍ପାନୀର  ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟନ୍ତ ପ୍ରସାଦ ନନ୍ଦ ଓ ଅତ୍ୟାଚାରିତ ଶ୍ରମିକ ବିପିନି ବିହାରୀଙ୍କ  ସହିତ ସମାଧାନ ପାଇଁ ଆଲୋଚନା କରାଯଇଥିବା ବେଳେ ଆଲୋଚନା  ବିଫଳ ହୋଇଥିଲା, ଆଉ ଆଜି ସେହି ଜମି ହରା ଶ୍ରମିକ ବିପିନି ବିହାରୀ ବେହେରା ନିଜର  ପରିବାର ସହିତ କମ୍ପାନୀ ଫାଟକ ସମ୍ମୁଖରେ ଆମରଣ ଅନଶନ ସହ  ଧାରଣାରେ ବସିଛନ୍ତି। କମ୍ପାନୀର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ସ୍ଥାନୀୟ ଅଂଚଳରେ ଉତେଜନା ବୃଦ୍ଧି ପାଇଛି। ଏବଂ ବହୁ ସ୍ଥାୟୀୟ ଅଂଚଳ ବାସି ଏହି ଧାରଣାକୁ ସମର୍ଥନ କରୁଛନ୍ତି, ଏବଂ ନିକଟରେ ଥିବା ଘଣ୍ଟିଖାଲ ସ୍ଥିତ ଆରତୀ ପ୍ଲାଣ୍ଟ, ଶ୍ରୀ ସିମେଣ୍ଟ, ଭୁବନେଶ୍ୱର ପାୱାର ପ୍ଲାଣ୍ଟ,, ଜେକେ ଲଷ୍ମୀ ସିମେଣ୍ଟ ,ଖମାର ନୂଆଗାଁ ସ୍ଥିତ ଅଲଟ୍ରା ସିମେଣ୍ଟ କମ୍ପାନୀ, ଅନୁରୂପ ଭାବେ ଆଠଗଡ ଜମି ଜଳ ଜଙ୍ଗଲ ନେଇ  ଜମିହରା ପ୍ରଜା ଓ ସ୍ଥାନୀୟ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ଦେଇ କମ୍ପାନୀ କରିଛନ୍ତି, କିନ୍ତୁ ପରବର୍ତୀ ସମୟରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ ରାଜ୍ୟ ବାହାରୁ ଲୋକଙ୍କୁ ଆଣି କାମ କରୁଛନ୍ତି। ଏଠାରେ କମ୍ପାନୀ କତୃପକ୍ଷ ଆଠଗଡ଼ ରେ ଥିବା ସାଧାରଣ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି।

Nalco
Leave A Reply