Odisha news

ହାତୀ ମୃତ ଘଟଣା। ବନକର୍ମଚାରୀ ଙ୍କ ମାଡ଼ରେ ୧ ମୃତ।ବଡବାରସିଂ ଛକରେ ରାସ୍ତା ଅବରୋଧ।

0
ଆଠଗଡ଼ ତା ୬/୨/୨୩  ଜାନୁଆରୀ ୩୧ ତାରିଖ ଦିନ ବଡ଼ମ୍ବା ରେଞ୍ଜ ମାଣିଆ ବନ୍ଦ ବିଟ୍ ଅଞ୍ଚଳ ହଣ୍ଡପା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀ କୁ ଗୁଳି କରି ହତ୍ୟା କରାଯିବା ପରେ ତାର ଦାନ୍ତକୁ ଦୃବୁତ ମାନେ କାଟି ନେଇଥିଲେ। ଆଠଗଡ଼ ବନଖଣ୍ଡ ର କର୍ମଚାରୀ ମାନେ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଗତ କାଲି ସନ୍ଧ୍ୟା ରେ ବଡ଼ମ୍ବା ସାତଗୋଛିଆ ଗ୍ରାମର ଧନେଶ୍ଵର ବେହେରା (୫୯) ସେ ଝିଅ ଘରୁ ଫେରିଥିବା ବେଳେ ବଡ଼ମ୍ବା ପେଟ୍ରୋଲ ପମ୍ପ ନିକଟରୁ DFO ଯଜ୍ଞଦତ ପତି,ACFO ଘନଶ୍ୟାମ ମୁଦୁଲି, ବଡ଼ମ୍ବା ରେଞ୍ଜର ସୁବ୍ରତ କୁମାର ବେହେରା,ଫରେଷ୍ଟ ମନୋଜ ଦାସ, ଆଶିଷ ନାଏକ ଗାର୍ଡ  ବନକର୍ମଚାରୀ ମାନେ ତାଙ୍କୁ ମାର ଧର କରିବା ସହ ତାଙ୍କ ସ୍ୱାମୀ ଧନେଶ୍ଵର ଙ୍କୁ ବଳପୂର୍ବକ କୂଆଡେ ଉଠାଇ ନେଲେ। ଆଜି ଡାକ୍ତରଖାନା ରୁ ଖବର ପାଇ ଜାଣିବା ପରେ ସେ ବଡ଼ମ୍ବା ଥାନା ରେ ଏତଲା ଦେଇଛନ୍ତି ।
ଅଭିଯୁକ୍ତ ଧନେଶ୍ଵର କୁ ବଡ଼ମ୍ବା ରୁ ଉଠାଇ ଆଣି ଆଠଗଡ଼ ରେଞ୍ଜ ତିଗିରିଆ ବିଟ୍ ହାଉସ୍ ରେ ମାଡ଼ ମାରି ପଚରାଉଚରା କରୁଥିବା ବେଳେ ଧନେଶ୍ଵର ଚେତା ଚାଲିଯାଇଥିଲା। ତୁରନ୍ତ ବନ କର୍ମଚାରୀ ମାନେ ତାଙ୍କୁ ନିକଟସ୍ଥ ତିଗିରିଆ ଡାକ୍ତରଖାନାକୁ ନେଇଥିଲେ। ସେଠାରେ କାର୍ଯ୍ୟ ରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବନକର୍ମଚାରୀ ମାନେ ଶବକୁ ଛାଡି ଡାକ୍ତରଖାନା ସୁରକ୍ଷା କର୍ମୀଙ୍କୁ ପେଲା ଠେଲା କରି ପଳାଇଯାଇଥିଲେ। ତୁରନ୍ତ ଡାକ୍ତରଖାନା ପକ୍ଷରୁ ତିଗିରିଆ ଥାନାକୁ ଖବର ଦେବା ପରେ ଥାନା ଅଧିକାରୀଣି ସୁଚିତ୍ରା ଜେନା ସବ୍ ଇନ୍ସପେକ୍ଟରଙ୍କ ସନ୍ତୋଷ ପ୍ରଧାନ ଙ୍କ ନେତୃତ୍ବରେ ପୋଲିସ ଟିମ୍ ବନବିଭାଗର ୧୬ ଜଣ କର୍ମଚାରୀଙ୍କୁ ବଡ଼ମ୍ବା ଅଞ୍ଚଳରୁ ଉଠାଇ ଆଣି ଆଠଗଡ଼ ଥାନାରେ ଅଟକ ରଖିଛନ୍ତି। ମୃତ ଧନେଶ୍ଵର ଶବକୁ ସୋମବାର ସକାଳୁ ତିଗିରିଆ ପୋଲିସ ବ୍ୟବଛେଦ ପାଇଁ ଆଠଗଡ଼ ଡ଼ାକ୍ତରଖାନାକୁ ପଠାଇଛି।
ସୋମବାର ଦିନ ତମାମ ଆଠଗଡ଼ ଥାନାରେ କଟକ ଅତିରିକ୍ତ ଆରଖି ଅଧିକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ, ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶି, ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ,ଓ ଆଠଗଡ଼ ଅତିରିକ୍ତ ତହସିଲଦାର ଅଶୋକ ସ୍ୱାଇଁ ଙ୍କ ଉପସ୍ଥିତିରେ ଅଟକ ବନକର୍ମଚାରୀ ମାନଙ୍କୁ ପଚରାଉଚରା ଚାଲିଥିଲା। ଏସମ୍ପର୍କରେ ଆଠଗଡ଼ ଉପଜିଲ୍ଲାପାଳ ଙ୍କୁ ପଚରାଉଚରା ସମ୍ପର୍କରେ ପଚାରିବାରୁ ୧୪ ବନକର୍ମଚାରୀ ଙ୍କୁ ପଚରାଉଚରା ଚାଲିଛି। ଅନୁସନ୍ଧାନ ପୂର୍ଣ୍ଣାଙ୍ଗ ହେଲେ ଆପଣମାନେ ଜାଣିପାରିବେ ବୋଲି ଅପରାହ୍ନରେ କହିଥିଲେ। ମାତ୍ର ସାତଗୋଛିଆ ଗ୍ରାମ ବାସୀ ମାନେ କଟକ ନରସିଂହପୁର ରାସ୍ତା ବଡ ବାରସିଂ ଛକରେ ରାସ୍ତା ରୋକ କରାଯାଇଥିଲା। ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୃଷ୍ଣ ବିଶି ବଡ଼ମ୍ବା ଥାନା କର୍ମଚାରୀ ଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ପ୍ରଶାସନ ପକ୍ଷରୁ ଖ୍ୟତି ପୂରଣ ବାବଦକୁ ଅର୍ଥ ଦିଆଯିବ ବୋଲି କହିବା ପରେ ରାସ୍ତା ରୋକ ହଟିଥିଲା। ଏହି ସମ୍ପର୍କରେ ସୋମବାର ଅପରାହ୍ନ୫,୩୦ ମି ସମୟରେ ଆଠଗଡ ଥାନା ପରିସରରେ କଟକ ଅତିରିକ୍ତ ଆରଖି ଅଧିକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ ଏବଂ ଆଠଗଡ଼ ପୋଲିସ ଅଧିକାରୀ ବାମଦେବ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।
ସୂଚନା ଆଧାରରେ ସୋମବାର ଦିନ ୨ ଟା ସମୟରେ ମୃତ ଧନେଶ୍ଵର ର ପତ୍ନୀ ତୁଳସୀ ବେହେରା, ବଡ଼ମ୍ବା ଥାନାରେ ବନକର୍ମଚାରୀ ଙ୍କ ନାମରେ ଏତଲା ଦେଇଛନ୍ତି।ଯାହାର କେଶ୍ ନଂ ୨୫/୨୩ ଦଫା  ୩୪୧/୨୪୪/୩୬୫/୪୨୫/୩୦୨/୩୪ ଆପିସି ଆରମ୍ଆକ୍ଟ ଓ ହରିଜନ ଆଦିବାସୀ ଦଫାରେ ମାମଲା ରୁଜୁ କରାଯାଇଛି।  ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତରିତ କରାଯାଇଛି ତାହା ସହିତ ମୃତକଙ୍କ ପରିବାରକୁ ବନବିଭାଗ ତରଫରୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି। ପରେ ଅବଶିଷ୍ଟ ରାଶି ଯୋଗାଇ ଦିଆଯିବ ବୋଲି ପୋଲିସ ଅଧିକାରୀ କହିଥିଲେ। ଅତିରିକ୍ତ ଆରଖି ଅଧିକ୍ଷକ ଶ୍ରୀ ପଟ୍ଟନାୟକ ଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ ପୁରା ଘଟଣା ଉପରେ ନଜର ରଖିଛି। ଅଟକ ଥିବା ବନ କର୍ମଚାରୀଙ୍କୁ ପୋଲିସ  ପଚରାଉଚରା ଜାରି ରଖିଛି। ଆସନ୍ତାକାଲି ସୁଦ୍ଧା ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି  ଶ୍ରୀ ପଟ୍ଟନାୟକ କହିଥିଲେ।
Nalco
Leave A Reply