Odisha news

ଆବାସ ଯୋଜନାରେ ଅନିୟମିତତା। ବିଜେପିର ବିକ୍ଷୋଭ

0

ଆଠଗଡ଼ ତା ୨/୨/୨୩ ଆଠଗଡ଼ ବ୍ଲକ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତାର ପ୍ରତିବାଦ କରି ଆଠଗଡ଼ ବିଜେପି ପକ୍ଷରୁ ବ୍ଲକ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା।  ଅନେକ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଥିବା  ଅଯୋଗ୍ୟ ହିତାଧୀକାରୀ ସାମିଲ୍ ହୋଇଥିବା ବେଳେ ବିଜେପି ନେତା ଵ୍ରଜେନ୍ଦ ରାଏ  ଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଓ ମହିଳା ନୂଆ ବସଷ୍ଟାଣ୍ଡ ଠାରୁ ବ୍ଲକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ। ଧାରଣା ସ୍ଥଳରେ ରାଜ୍ୟ ପ୍ରଭାରୀ ଜ୍ଞାନେନ୍ଦ୍ର ସ୍ୱାଇଁ, କଟକ ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଜଗଦାନନ୍ଦ ତ୍ରିପାଠୀ, ବିଚିତ୍ରା ନନ୍ଦ ଜେନା, ବିକ୍ରମ ଦାସ , ପରେଶ୍ ରଞ୍ଜନ ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ। ବିଜେପି କର୍ମୀ ମାନେ ବ୍ଲକ କାର୍ଯ୍ୟାଳୟ ଭିତରକୁ ଧସେଇ ପଶୁଥିବା ବେଳେ ଉପସ୍ଥିତ ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୃଷ୍ଣ ବିଶି ଏବଂ ଅନ୍ୟ ପୋଲିସ କର୍ମଚାରୀ ଙ୍କ ସହ ପେଲା ଠେଲା ହୋଇଥିଲା।  ବିକ୍ଷୋଭ କାରୀ ବ୍ଲକ କାର୍ଯ୍ୟାଳୟ ପରିସରରେ ପଡ଼ିଥିବା ଚୌକି ଟେବୁଲ୍ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଏସମ୍ପର୍କରେ ଆଠଗଡ଼ ବିଡ଼ିଓ ପ୍ରଦିପ କୁମାର ସାହୁ ଙ୍କ ଏତଲା କୁ ଭିତି କରି ପୋଲିସ କେଶ ନଂ ୩୪/୨୩ ରୁଜୁ କରିଥିବା ଜଣାପଡିଛି।

Leave A Reply