Odisha news

ଜଙ୍ଗଲରେ ଫୁଟିଲା ବୋମା ଜନ୍ତୁ ବଦଳରେ ବୃଦ୍ଧ ଗୁରୁତର

0

ଆଠଗଡ଼   ୦୧-୦୨-୨୩  ଆଠଗଡ ଥାନା ଅନ୍ତର୍ଗତ ରାଜନଗର ଗ୍ରାମର ଜନୈକ ବୃଦ୍ଧ ଙ୍କ ଅବସ୍ଥା ବୋମା ଫୁଟି ଗୁରୁତର ହୋଇଥିବା ବେଳେ ଘଟଣା ସ୍ଥଳରୁ ଗୋଟିଏ ଜୀବନ୍ତ ବୋମା ଜବତ ହୋଇଥିବା ଜଣାପଡିଛି। ପ୍ରକାଶ ଯେ ରାଜନଗର ହରିଜନ ସାହିର ନୁରୁପ ନାଏକ ସ୍ଥାନୀୟ ବେତଖୋଲି ଜଙ୍ଗଲ କୁ କାଠ ଆଣିବାକୁ ଯାଇଥିଲେ। କାଠ ଆଣିବାକୁ ଯାଇଥିବା ସମୟରେ ଜଙ୍ଗଲ ମଧ୍ୟରେ ଏକ ଅଫୁଟା ବୋମା କୁ କୁଦି ପକାଇବାରୁ ବୋମା ଟି ତାଙ୍କ ଗୋଡ଼ରେ ଫୁଟି ଯାଇଥିଲା। ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଠଗଡ ଉପଖଣ୍ତ ଚିକିତ୍ସାଳୟକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ତାଙ୍କର  ଡାହାଣ ଗୋଡ ଗୁରୁତର ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଉକ୍ତ ଜଙ୍ଗଲରେ ବାରହା ଶିକାର କରିବା ପାଇଁ ଜଙ୍ଗଲର ବିଭିନ୍ନ ସ୍ଥାନରେ  ବୋମା ଥୋଇ ଶିକାରୀ ମାନେ ବାରହା ଶିକାର ରେ ବ୍ୟବହାର କରିଥାନ୍ତି।ଏହି ବୋମାକୁ ବନ୍ୟଜନ୍ତୁ ମାନେ ଖାଇ ମୃତ୍ୟୁବରଣ କରିଥାନ୍ତି। ବିଗତ ଦିନରେ ଗୋଟିଏ ହାତୀ ମଧ୍ୟ ଏହି ବୋମା ଖାଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ଅନ୍ୟପଟେ ବାରହା ଭଳି ଅନ୍ୟ ଜୀବଜନ୍ତୁ ମାନେ ଏହି ବୋମା ଖାଇ ମୃତ୍ୟୁବରଣ କରିବା ପରେ ସେମାନଙ୍କ ମାଂସକୁ ଚଢା ଦରରେ ଶିକାରୀ ମାନେ ବିକ୍ରି କରିଥାନ୍ତି। ଏଥି ପ୍ରତି ବନ ବିଭାଗ ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଶିକାରୀ ମାନଙ୍କୁ ଗିରଫ କରିବା ପାଇଁ ଦାବି ହେଉଛି। ଏ ବିଷୟରେ ଆଠଗଡ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି।

Nalco
Leave A Reply