ଆଠଗଡ଼ ତା ୧୭-୦୧-୨୩ ଗତ ବର୍ଷ ଅକ୍ଟୋବର ମାସ ୨୨ ତାରିଖ ଦିନ ଠାରୁ ଉତ୍ତର ପ୍ରଦେଶ ଇଟାଓ୍ଵା ଜିଲ୍ଲା ର ଚାଷୀ ରବିନ ସିଂ ପରିବେଶ ସୁରକ୍ଷା ପାଇଁ ଭାରତ ଯାତ୍ରା ରେ ବାହାରିଛନ୍ତି। ଏହି ଯାତ୍ରା ଗତ ୧୦୩ ଦିନ ଧରି ପ୍ରାୟ ୭୦୦୦ କିମି ଚାଲୁରହିଛି। ଏହି ଯାତ୍ରା କନ୍ୟା କୁମାରୀ ଠାରୁ ଆରମ୍ଭ ହୋଇ ଭୋପାଳ ରେ ଶେଷ ହେବ।ଇତି ମଧ୍ୟରେ ସେ ପାଞ୍ଚ ଟି ରାଜ୍ୟ ର ୯୫ ଜିଲ୍ଲା ଅତିକ୍ରମ କରି ସାରିବା ପରେ ଓଡ଼ିଶାରେ ପହଞ୍ଚିଛନ୍ତି। ତାଙ୍କର ଏହି ସାଇକେଲ ଯାତ୍ରା ଆଠଗଡ଼ ରେ ପହଞ୍ଚିବା ପରେ ଆଠଗଡ଼ ରାସରସିକପୁର ସରସ୍ଵତୀ ଶିଶୁ ମନ୍ଦିର ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଠଗଡ଼ ବଜାର ଦେଇ ଆସୁଥିବା ବେଳେ ରଘୁନାଥ ବଜାର କମିଟିର ସମ୍ପାଦକ ସରୋଜ କୁମାର ଦାସ, ରାମନାରାୟଣ ମହାନ୍ତି ଙ୍କ ସହିତ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ବିଶ୍ୱନାଥ ବିଦ୍ୟାପିଠ ଯାଇ ସେଠାରେ ଥିବା ମହାପୁରୁଷଙ୍କ ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ବିଦ୍ୟାଳୟ ରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ବିଷୟରେ ସଚେତନ କରିଥିଲେ। ଆଠଗଡ଼ ରୁ ବାହାରି ସେ ଢେଙ୍କାନାଳ ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବେ ବୋଲି ଶ୍ରୀ ସିଂ କହିଛନ୍ତି।
