Odisha news

ଉପଖଣ୍ଡ ସ୍ତରୀୟ କୃଷି ମେଳା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତା ରାଶି ବଣ୍ଟନ

0
ଆଠଗଡ଼ ତା ୧୬/୧/୨୩  ଆଠଗଡ଼ ମହୋତ୍ସବ ପଡିଆଠାରେ ଏକ ଉପଖଣ୍ଡ ସ୍ତରୀୟ କୃଷି ଓ ପ୍ରାଣୀ ସମ୍ପଦ ମେଳା ଆୟୋଜନ କରାଯାଇଥିଲା। ଏହି ମେଳାରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ, , ସଭାପତିତ୍ଵ କରିଥିଲେ, ଏବଂ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇଥିଲେ। ଏହି ମେଳାର ଉଦ୍ଦେଶ୍ୟ କୃଷକମାନେ ବୈଷୟିକ ଜ୍ଞାନକୌଶଳ ଜରିଆରେ ଅଧିକ ଉତ୍ପାଦନ କରିପାରିବେ। କୃଷକ ମାନଙ୍କର ସାମଗ୍ରିକ ବିକାଶ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରୟାସ, କୃଷି ସହିତ ଜଡିତ ମତ୍ସ୍ୟ, ପ୍ରାଣୀ ସମ୍ପଦ, ଉଦ୍ୟାନ କୃଷି  ଓ କୃଷି ଚାରୋଟି ଯାକ ବିଭାଗ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ତୃଣମୂଳ ସ୍ତରରେ ଚାଷୀ ପାଖରେ ପହଞ୍ଚି ବିଭାଗ ତରଫରୁ ଚାଷୀମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ପହଞ୍ଚିପାରିଲେ ଏହି ମେଳାର ଆୟୋଜନ ସଫଳ ହୋଇପାରିବ, ୧0 ବର୍ଷ ତଳେ ରାଜ୍ୟ କୃଷି ବଜେଟ ଯେତିକିଥିଲା ଆଜି ତାହା ତିନିଗୁଣ ବୃଦ୍ଧି କରାଯାଇଛି, କୃଷକ ମାନଙ୍କର ସାମଗ୍ରିକ ବିକାଶ ସରକାରଙ୍କର ମୁଖ୍ୟ ଲକ୍ଷ, ମତ୍ସ୍ଯଜୀବି ମୁଖ୍ୟମନ୍ତ୍ରୀ ଉନ୍ନୟନ ଯୋଜନା ଅନ୍ତର୍ଗତ ମେଧାବୀ କୈବର୍ତ୍ତ ପିଲାମାନଙ୍କୁ ଆଠଗଡ଼ର ୧୩ ଜଣଙ୍କୁ ୭୪ ହଜାର, ତିଗିରିଆର ୧୬ ଜଣ ପିଲାଙ୍କୁ ୧ ଲକ୍ଷ ୫ ହଜାର ବିଦ୍ୟାବୃତ୍ତି ପ୍ରଦାନ କରିବା ସହିତ ୨୩ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କୁ ମତ୍ସ୍ୟ ଚାଷ କରିଥିବାରୁ ୧ ଲକ୍ଷ ୪୪ ହଜାର ୫୬୩ ଟଙ୍କାର ସହାୟତା ରାଶି ବଣ୍ଟନ କରିଥିଲେ। ଘରେ ଦୁଆରେ ପୃଷ୍ଟି ଯୋଜନାରେ ଆଠଗଡ଼ ଓ ତିଗିରିଆରେ ୨୦ଜଣ ଚିହ୍ନିତ ମହିଳାଙ୍କୁ ଉନ୍ନତମାନର ଫଳ ଗଛ ଓ ପନିପରିବା ମଞ୍ଜି ବଣ୍ଟନ କରିଥିଲେ। ଏହି ଉତ୍ସବରେ କଟକ ଜିଲ୍ଲା ପରିଷଦର ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ଯୋଗ ଦେଇ କହିଥିଲେ ଗତ ୪ତାରିଖରେ ଜିଲ୍ଲା ସ୍ତରୀୟ କୃଷି ଯାନ୍ତ୍ରିକ ମେଳା ଆୟୋଜନ କରିବାର ୧୨ ଦିନ ପରେ ଆମ ଉପଖଣ୍ଡ ସ୍ତରରେ ମେଳା ଆୟୋଜନ କରାଯାଇଥିବାରୁ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଶଂସା କରିବା ସହିତ ପ୍ରତି ବ୍ଲକରେ ଏହିଭଳି ମେଳା ଆୟୋଜନ କରିବା ଆବଶ୍ୟକ ଅଟେ ବୋଲି ମତ ରଖିଥିଲେ ।
ଏଥିରେ ଜିଲ୍ଲା ମସ୍ଚ୍ୟ ଅଧିକାରୀଣି ଇତିଶ୍ରୀ ରଥ ,  ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ମଧୁସୂଦନ ସୁବୁଦ୍ଧି , ଜିଲ୍ଲା ଉଦ୍ୟାନ ନିର୍ଦ୍ଦେଶକ ସୌମେନ୍ଦ୍ର ପାଣିଗ୍ରାହୀ  ଅଗ୍ରଣୀ ଚାଷୀ ମାନେ ଏହାର ସୁଫଳ ପାଇଁ ଆଗେଇ ଆସନ୍ତୁ ବୋଲି କହିବା ସହିତ ଜିଲ୍ଲା କୃଷି ଅଧିକାରୀ ନିରଞ୍ଜନ ଦାସ ବକ୍ତ୍ୟବରେ କହିଥିଲେ ଆମେ ଧାନ ଚାଷରେ ସ୍ଵାବଲମ୍ବି ହୋଇପରିଛେ ଧାନ ଚାଷ ବଦଳରେ ଅଧିକ ପରିମାଣରେ ଡାଲି ଓ ତୈଳବୀଜ ଚାଷ କରି ସରକାରୀ ରିହାତି ସହିତ ଚାଷୀଙ୍କର ଆୟ ଦୁଇଗୁଣ ହେବ।, ଆଠଗଡ଼, ଆତ୍ମାର ଅଧକ୍ଷ ରବିନ୍ଦ୍ର ରାଉତ,  ଅତିଥି ପରିଚୟ ପ୍ରଦାନ କରିଥିଲେ, ସମ୍ମାନିତ ଅତିଥିଭାବେ, ଏନ୍ ଏ ସି ଅଧକ୍ଷା ସସ୍ମିତା ରାଉତ, ତିଗିରିଆ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ତିଗିରିଆ ଆତ୍ମା ଅଧକ୍ଷ, ହରେନ୍ଦ୍ର ଦଳେଇ, ବଡ଼ମ୍ବା ଆତ୍ମା ଅଧକ୍ଷ, ପ୍ରଦୀପ ସ୍ୱାଇଁ, ସତ୍ୟରଞ୍ଜନ ପ୍ରଧାନ, ଅଧ୍ୟକ୍ଷ, ଆତ୍ମା, ନରସିଂହପୁର, କୃଷକ ନେତା ସୁବାଷ ପାଳ, ନିରାକାର ଲେଙ୍କା,  ଏହି କୃଷକ ମେଳାକୁ ସଂଯୋଜନା କରିଥିଲେ, ଶେଷରେ ଜିଲ୍ଲା କୃଷି ଅଧିକାରୀ ପର୍ଶୁରାମ ବେହେରା  ଧନ୍ୟବାଦ ଅର୍ପଣ  କରିଥିଲେ ।
Nalco
Leave A Reply