Odisha news

ହାଇଓ୍ଵା ଧକ୍କାରେ ଯୁବକ ମୃତ

0

ଆଠଗଡ଼ ତା ୧୫-୦୧-୨୩ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ପୁରୁଷୋତ୍ତମ ପୁର @ ପାନିଆମା ଠାରେ ଏକ ହାଇଓ୍ବା ଧକ୍କା ରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର ପ୍ରଫୁଲ୍ଲ ଦାସ ଙ୍କ ପୁଅ ସୁମନ ଦାସ (୨୫) । ସକାଳୁ ସକାଳୁ ସେ ରାସ୍ତା ପାର ହୋଇ ନିକଟସ୍ଥ ପୋଖରୀ କୁ ଶୌଚ ହେବା ପାଇଁ ଯାଉଥିବା ବେଳେ ତାଙ୍କ ଉପରେ ହାଇଓ୍ବା ଟି ଚଢି ଯିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।ଘନ କୁହୁଡି ଯୋଗୁଁ ରାସ୍ତା ଦେଖା ଯାଉ ନ ଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଖବର ପାଇ ସ୍ଥାନୀୟ ଲୋକମାନେ ତାଙ୍କୁ ଖୁଣ୍ଟୁଣୀ ଟ୍ରକ୍ ମାଲିକ ସଂଘ ର ଆମ୍ବୁଲାନ୍ସ ଯୋଗେ ଆଠଗଡ଼ ଡ଼ାକ୍ତରଖାନାକୁ ଆଣିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।ଖୁଣ୍ଟୁଣୀ ପୋଲିସ ଶଵ ବ୍ୟବଚ୍ଛେଦ କରିବା ସହିତ ପରିବାର କୁ ହସ୍ତାନ୍ତର କରି ଏକ ହିଟ୍ ଆଣ୍ଡ ରନ୍ ମାମଲା ୧୦/୨୩ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Nalco
Leave A Reply