ଅଶ୍ଵଗନ୍ଧା ନିୟମିତ ସେବନ ଦ୍ୱାରା ମାନସିକ ଚିନ୍ତା ଦୂର ହେବା ସହିତ ଆର୍ଥ୍ରାଇଟିସ ଭଳି ରୋଗ ରୁ ମିଳିଥାଏ ମୁକ୍ତି
ଯେତେବେଳେ ସ୍ୱାସ୍ଥ୍ୟ କୁ ସୁରକ୍ଷିତ ରଖିବା ବିଷୟରେ ଚର୍ଚା ହୋଇଥାଏ, ସେତେବେଳେ ଭାରତୀୟ ଆୟୁର୍ବେଦ କୁ ପ୍ରଥମେ ଗୁରୁତ୍ୱ ଦିଆଯାଇ ଥାଏ l ପ୍ରକୃତି ଆମକୁ ଏଭଳି ଅନେକ ଜିନିଷ ଦେଇଛି ଆମେ ଯାହାଦ୍ୱାରା ନିଜକୁ ସୁସ୍ଥ ରଖିପାରିବା l ସେଥିମଧ୍ୟରୁ ଗୋଟିଏ ହେଉଛି ଅଶ୍ଵଗନ୍ଧା, ଯାହାକି ଗୋଟିଏ ଔଷଧ ଠାରୁ କମ ନୁହେଁ, ଏହା ସାହାଯ୍ୟରେ ଆମେ ଶାରୀରିକ ଓ ମାନସିକ ଅସୁବିଧା କୁ ଦୂର କରିପାରିବା l
ଅଶ୍ଵଗନ୍ଧା କିଭଳି ଶରୀରରେ କରିଥାଏ କାମ –
ଅଶ୍ଵଗନ୍ଧା ରେ ଏଭଳି କମ୍ପାଉଣ୍ଡ ରହିଥାଏ ଯାହା ଆମ ମନକୁ ଶାନ୍ତ ରଖିଥାଏ , ଏବଂ ଭଲ ନିଦ୍ରା ଆସିଥାଏ, ଅନେକ ଗୁଡିଏ ଅଧ୍ୟୟନ ରୁ ଜଣା ପଡିଛି ଯେ ଅଶ୍ଵଗନ୍ଧା ମାନସିକ ଚାପ ଦୂର କରିବା ସହିତ ଗ୍ୟାସ୍ଟ୍ରିକ ଅଲସର ଭଳି ସମସ୍ୟା ଦୂର କରିଥାଏ l ଅଶ୍ଵଗନ୍ଧା ଟେନ୍ସନ ଲେବୁଲ କମାଇଥାଏ l ତେଣୁ ଅଶ୍ଵଗନ୍ଧା କୁ ଷ୍ଟ୍ରେସ ବୁଷ୍ଟର ବୋଲି ଆୟୁର୍ବେଦ ରେ କୁହାଯାଏ l
ପୁରୁଷ ମାନଙ୍କର ଶକ୍ତି ବଢ଼ାଇ ଥାଏ ଅଶ୍ଵଗନ୍ଧା –
ଅଶ୍ଵଗନ୍ଧା ଚିନ୍ତା କୁ ଦୂର କରିବାର କ୍ଷମତା ରଖିଥାଏ, ସ୍ୱାଭାବିକ ଭାବରେ ଅଶ୍ଵଗନ୍ଧା ଯୌନ ସ୍ୱାସ୍ଥ୍ୟ କୁ ବୃଦ୍ଧି କରି ପୁରୁଷ ମାନଙ୍କର ଶୂକ୍ରାଣୁ କ୍ୱାଲିଟି କୁ ବୃଦ୍ଧି କରେ l ବିଶେଷ ଭାବରେ ଅଶ୍ଵଗନ୍ଧା ସେହି ସମୟ ରେ ଅଧିକ କାମରେ ଆସିଥାଏ ଯେତେବେଳେ ପୁରୁଷ ମାନଙ୍କର ଟେସ୍ଟୋଷ୍ଟେରୋନ ସ୍ତର କମ ହୋଇ ଯାଇଥାଏ ସେତେବେଳେ ସେମାନେ ଅଶ୍ଵଗନ୍ଧା ସେବନ କରିବା ଜରୁରୀ ଅଟେ l ଅଶ୍ଵଗନ୍ଧା ସେବନ ଦ୍ୱାରା ପୁରୁଷ ମାନଙ୍କର କାମ ଇଛା ବୃଦ୍ଧି ହୋଇଥାଏ l
ଖେଳାଳି ମାନଙ୍କ ପାଇଁ ଜରୁରୀ –
ଅଶ୍ଵଗନ୍ଧା ଖେଳାଳି ମାନେ ସେବନ କରିବା ଆବଶ୍ୟକ ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଅଶ୍ଵଗନ୍ଧା ସେବନ ଦ୍ୱାରା ଖେଳାଳୀ ମାନଙ୍କର ମସଲସ ପାୱାର ବୃଦ୍ଧି ହୋଇଥାଏ ଏବଂ ଶରୀର କୁ ଶକ୍ତି ଯୋଗାଇ ଥାଏ l
ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ଆରାମ –
ଯେଉଁ ବ୍ୟକ୍ତିମାନେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରେ ପୀଡିତ ସେମାନେ ନିୟମିତ ଅଶ୍ଵଗନ୍ଧା ସେବନ କରିବା ଆବଶ୍ୟକ, ଏହାକୁ ନିୟମିତ ସେବନ ଦ୍ୱାରା ଆର୍ଥ୍ରାଇଟିସ ସମସ୍ୟା ଦୂର ହୋଇଥାଏ l
ଏକାଗ୍ରତା ବୃଦ୍ଧି କରେ –
ଅଧୟନ ରେ କୁହାଯାଇଛି ଯେ ଛୋଟ ପିଲା ମାନେ ନିୟମିତ ଅଶ୍ଵଗନ୍ଧା ସେବନ ଦ୍ୱାରା ପାଠ ପଢ଼ାରେ ଏକାଗ୍ରତା ବୃଦ୍ଧି ହୋଇଥାଏ, ମାନସିକ ସ୍ଥିତି ସୁଦୃଢ ହୋଇଥାଏ, ଆଲଜାଇମର ଓ ମାଇଗ୍ରେନ ସମସ୍ୟା ଦୂର ହୋଇଥାଏ l