Odisha news

ସବୁଠୁ ଦୀର୍ଘ ପ୍ରୟୋଗ : ୧୪୨ ବର୍ଷ ପରେ ମଞ୍ଜିରୁ ବାହାରିଲା ଗଜା

ନୂଆଦିଲ୍ଲୀ : ପାଖାପାଖି ୧୪୨ ବର୍ଷ ପୂର୍ବେ ମଞ୍ଜି ମାନଙ୍କର ମିସିଗନ ଷ୍ଟେଟ ବିଶ୍ୱ ବିଦ୍ୟାଳୟରେ ବୋତଲରେ ପୁରାଇ ପୋତି ଦିଆଯାଇଥିଲା l ବର୍ତ୍ତମାନ ସେଥିରେ ଗଜା ବାହାରିଛି l ଏହା ଦୁନିଆର ସବୁଠୁ ଲମ୍ବା ପ୍ରୟୋଗ ,ମଧ୍ୟରୁ ଗୋଟିଏ l ଏହା ଆଜି ମଧ୍ୟ ଚାଲିଛି l ଅପ୍ରେଲ ୨୩ ତାରିଖ ୧୮୭୯ ରୁ ବୋତଲରେ ବନ୍ଦ ହୋଇଥିବା ୧୧ ଟି ମଞ୍ଜି ଅଙ୍କୁରିତ ହୋଇଛନ୍ତି l ଏହାକୁ ଦେଖି ବିଶ୍ୱ ବିଦ୍ୟାଳୟର ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ ହେବ ସହିତ ଖୁସି ହୋଇ ଯାଇଛନ୍ତି l

ମିସିଗନ ଷ୍ଟେଟ ବିଶ୍ୱ ବିଦ୍ୟାଳୟର ବୋଟାନି ପ୍ରଫେସର ଡେଭିଡ ଲୋରି ଅପ୍ରେଲ ୨୩ ତାରିଖ ଦିନ ନିଜ ବିଭାଗର ବେଶମେଣ୍ଟକୁ ଗଲେ ସେଠାରେ ସେ ଚ୍ୟମ୍ବର ଭିତରେ ରଖ ଯାଇଥିବା ଏହି ବୋତଲ ଗୁଡିକୁ ଦେଖିଲେ l କିଛି ସମୟ ଧ୍ୟାନରେ ଦେଖିବା ପରେ ସେ ଜାଣିଲେ ଯେ ବୋତଲରୁ କିଛି ମାଟି ତଳକୁ ଖସିଛି ଏବଂ ଦୁଇଟି ପତ୍ର ଭଳି ଗଜା ମଞ୍ଜି ଭିତରୁ ବାହାରି ଥିବାର ଦେଖା ଯାଉଛି l ଏହାକୁ ୧୮୭୯ ରେ ଜଣେ ପ୍ରଫେସର ଜମାକାରୀ ରଖିଥିଲେ l ମଞ୍ଜି ଗୁଡିକୁ ମାଟି ବୋତଲ ଭିତରେ ଭାରି ବିଶ୍ୱ ବିଦ୍ୟାଳୟର ଗୋଟିଏ ସ୍ଥାନରେନ ଲୁଚାଇ ଦେଇଥିଲେ l

ସେ କେବଳ ଏତିକି ଜାଣିବାକୁ ଚାହୁଁଥିଲେ କଣ ଦୀର୍ଘ ବର୍ଷ ଧରି ମାଟି ବୋତଲରେ ମଞ୍ଜି ରହିବ ଦ୍ୱାରା ଗଜା ହୋଇ ପାରିବ l ଏହା ପରେ ବର୍ତ୍ତମାନ ଲୋରି ଓ ତାଙ୍କର ସାଥି ମାନେ ଏହାକୁ ନେଇ ଗୋଟିଏ ଚ୍ୟାମ୍ବର ଭିତରେ ପକାଇ ଦେଖିଲେ ଯେ କିଛି ଦିନ ଭିତରେ ଏହି ମଞ୍ଜି ଗୁଡ଼ିକରୁ ଗଜା ବାହାରି ପତ୍ର ବାହାରିଲାଣି l ଏଗୁଡିକ ସାମାନ୍ୟ ଗଛ ପରି ଲାଗୁଛନ୍ତି l ଏହି ପ୍ରଜାତିର ଗଛ ୧୮୦୦ ମସିହାରେ ଦେଖିବାକୁ ମିଳୁଥିଲା l ଗବେଷକ ମାନେ କହିଛନ୍ତି ଯେ ୧୪୨ ବର୍ଷ ପରେ ମଧ୍ୟ ଏହି ମଞ୍ଜି ଗୁଡିକୁ ସୂର୍ଯ୍ୟଙ୍କ କିରଣ ମିଳିବ ଦ୍ୱାରା ସେମାନେ ଦୁତୀୟ ଥର ନିଦରୁ ଉଠି ବଞ୍ଚିବାକୁ ଲାଗିଲେ l

0Shares
0