ନୂଆଦିଲ୍ଲୀ : ଏମିତିରେ କୁହାଯାଇଥାଏ ଯେ ଯେଉଁ ଜିନିଷକୁ ଯେତିକି ସମୟ ଲାଗିବ କଥା ସେତିକି ସମୟ ଲାଗିବ l ଏମିତିରେ ଦେଖିବାକୁ ଗଲେ କିଛି ଛୁଆ ୮ ମାସରେ କିଛି ଛୁଆ ୬ କିମ୍ବା ୭ ମାସରେ ଜନ୍ମ ହୋଇଥାନ୍ତି l କିନ୍ତୁ ଆପଣ କଣ କେବେ ଶୁଣିଛନ୍ତି ୧୦ ଦିନ ଗର୍ଭ ଧାରଣା କରିବା ପରେ ଛୁଆ ଜନ୍ମ ହେବା l ଆପଣ କହିବେ ଏହା ମିଥ୍ୟା ଅଟେ ,କିନ୍ତୁ ଏହା ସମ୍ପୂର୍ଣ ସତ୍ୟ ଅଟେ l ଏହି ଅଦ୍ଭୁତ ଘଟଣା ଘଟିଛି ବ୍ରିଟେନର ବ୍ରିଷ୍ଟଲ ସହରରେ lବ୍ରିଷ୍ଟଲ ସହରରେ ରହୁଥିବା ସେମ ହିକ ନାମକ ମହିଳା ଜାନୁଆରୀ ୧୧ ତାରିଖ ଦିନ ଗୋଟିଏ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି l
ଆଶ୍ଚର୍ଯ୍ୟର କଥା ଏହା ଯେ ପ୍ରସବର ମାତ୍ର ୧୦ ଦିନ ପୂର୍ବରୁ ସେମଙ୍କର ସ୍ୱାମୀ ଜୋଏ ଟିଭି ଦେଖୁଥିବା ସମୟରେ ଅନୁଭବ କଲେ କି ତାଙ୍କ ପତ୍ନୀ ଗର୍ଭ ଧାରଣ କରିଛନ୍ତି l ତା ପରା ଦିନ ତାଙ୍କ ପତ୍ନୀ ନିଜର ଟେଷ୍ଟ କରାଇ ଥିଲେ ଯେଉଁଥିରୁ ସେ ଜାଣି ପାରିଲେ ଯେ ତାଙ୍କ ପତ୍ନୀ ୯ ମାସର ଗର୍ଭ ଧାରଣ କରିଛନ୍ତି l ଏହି ଆଚମ୍ବିତ କଲା ଭଳି ଘଟଣା ବିଷୟରେ ଉଭୟ ସେମ ଓ ଜୋଏ ଲୋକ ମାନଙ୍କ ଆଗରେ କହିଛନ୍ତି l ମିଳିଥିବା ସୂଚନା ଅନୁସାରେ ସେମ ଏହା ପୂର୍ବରୁ ନଭେମ୍ବର ମାସରେ କରୋନା ସଂକ୍ରମଣ ହୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିଲେ ,ସେତେବେଳେ ମଧ୍ୟ କୌଣସି ଡାକ୍ତର ତାଙ୍କୁ ଗର୍ଭ ଧାରଣ କରିଥିବାର କହି ନଥିଲେ l
ତା ପୂର୍ବରୁ ସେ ଅନେକ ଥର ଟେଷ୍ଟ କରାଇ ଥିଲେ ମଧ୍ୟ ସବୁବେଳେ ରିପୋର୍ଟ ନେଗେଟିଭି ଆସିଥିଲା l ଯେଉଁ ଦିନ ଜୋଏ ଜବଦସ୍ତ କରିଥିଲେ ସେ ଆଉ ଥରେ ଯାଇ ଟେଷ୍ଟ କରିଥିଲେ l ସେତେବେଳେ ତାଙ୍କୁ ଡାକ୍ତର କହିଲେ ଯେ ୯ ମାସ ୩ ସପ୍ତାହର ଗର୍ଭ ଧାରଣ କରିଛନ୍ତି ସେମ l ଜାନୁଆରୀ ୧୧ ତାରିଖ ଦିନ ଗର୍ଭାବସ୍ଥା ବିଷୟରେ ଜାଣିବାର ୧୦ ଦିନ ପରେ ସେ ନିଜ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ଏହା ପରେ ଗୋଟିଏ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ l ଝିଅଟିର ନାମ ଜୁଲିୟା ରଖିଛନ୍ତି l
