Odisha news

ଗୋଟିଏ ଶିଶୁକୁ ଜନ୍ମ ଦେବାର ପାଞ୍ଚଦିନ ପରେ ମହିଳା ଦେଲେ ଆଉ ଦୁଇଟି ଶିଶୁଙ୍କୁ ଜନ୍ମ : ରଚିଲେ ୱଲ୍ଡ ରେକର୍ଡ

ନୂଆଦିଲ୍ଲୀ : ତିନୋଟି ଛୁଆଙ୍କୁ ଏକା ସହିତ ଜନ୍ମ ଦେବା ଗୋଟିଏ ସାମାନ୍ୟ କଥା ଅଟେ,ଜଣେ ମହିଳା ତିନୋଟି ଛୁଆକୁ ଜନ୍ମ ଦେଲେ କିନ୍ତୁ ଏକା ସାଙ୍ଗରେ ନୁହେଁ । ନିୟୁୟର୍କର ଏହି ମହିଳାଙ୍କ ନାମ ହେଉଛି କାୟଲି  ଦେସେନ୍ ,ତାଙ୍କର ବୟସ ୩୩ ବର୍ଷ ଅଟେ । ସେ  ଗୋଟିଏ ଶିଶୁଙ୍କୁ ଜନ୍ମ ଦେବାର ପାଞ୍ଚଦିନ ପରେ  ଦୁଇଟି ଯାଆଁଳା ଛୁଆକୁ ଜନ୍ମ ଦେଇଥିଲେ । ଖୁବ୍ କମ୍ ସମୟ ବ୍ୟବଧାନରେ ଶିଶୁକୁ ଜନ୍ମ ଦେଇଥିବା କାରଣରୁ ତାଙ୍କର ନାମ ବିଶ୍ଵ ରେକର୍ଡ ରେ ସ୍ଥାନ ପାଇଛି ।
ମୁଖ୍ୟ କଥାଟି ହେଉଛି ୨୨ ସପ୍ତାହର ପ୍ରସବରେ ଛୁଆ ମାନଙ୍କର ୯ ପ୍ରତିଶତ ବଞ୍ଚିବାର ସମ୍ଭାବନା ଥାଏ ,କିନ୍ତୁ ତାଙ୍କର ତିନୋଟି ଯାକ ଶିଶୁ ସୁସ୍ଥ ଅଛନ୍ତି । ମହିଳା ଜଣଙ୍କର ପ୍ରଥମ ଛୁଆଟି ୨୨ ସପ୍ତାହରେ ହୋଇଥିଲା ,ଯେଉଁ କାରଣରୁ ଶିଶୁଟିର ବଞ୍ଚିବାର ସମ୍ଭାବନା କମ୍ ଥିଲା । ଡାକ୍ତର ମାନେ ଜାଣିଥିଲେ ଯେ ମହିଳାଙ୍କ ଗର୍ଭରେ ଆଉ ଦୁଇଟି ଶିଶୁ ଅଛନ୍ତି ,କିନ୍ତୁ ବିପଦର ଆଶଙ୍କା କରି ସେମାନେ ଏହାକୁ ପରେ କରିବେ ବୋଲି ସ୍ଥିର କରିଥିଲେ । କିନ୍ତୁ ମହିଳା ଜଣଙ୍କର ପାଞ୍ଚଦିନ ପରେ ଗର୍ଭାଜନ୍ତ୍ରଣା ଆରମ୍ଭ ହେଲା ।
ତେଣୁ ତାଙ୍କୁ ଆଉଥରେ ଡାକ୍ତର ଖାନାରେ ଭର୍ତି କରାଯାଇ ଆଉ ଦୁଇଟି ଶିଶୁଙ୍କୁ ପ୍ରସବ କରାଗଲା । ମହିଳା ଜଣଙ୍କ ସୂଚନା ଦେଇଛନ୍ତି ଯେ ସେ ୪ ବର୍ଷ ହେଲାଣି ଗର୍ଭ ଧାରଣ କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ତାହା ସମ୍ଭବ hoiparu ନଥିଲା । ଏହା ପରେ ନିଜ ସ୍ଵାମୀଙ୍କ ପରାମର୍ଶ କ୍ରମେ IVF ଜରୀଆରେ ଗର୍ଭ ଧାରଣ କରିବାକୁ ନିଷ୍ପତି ନେଇଥିଲେ । ପୂର୍ବରୁ ସେ ଗୋଟିଏ ପୁଅ ଓ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ । ସେ କହିଛନ୍ତି ଯେ ଯେତେବେଳେ ମୁଁ ଗର୍ଭ ଧାରଣ କଲି ମୋର ଯାଆଁଳା ଛୁଆ ହେବାର ୧୦ ପ୍ରତିଶତ ସମ୍ଭାବନା ଥିଲା । କେବେ ଆଶା କରିନଥିଲେ ଯେ ଏକା ସାଙ୍ଗରେ ତିନୋଟି ଶିଶୁଙ୍କୁ ଜନ୍ମ ଦେବି ।
IEC 2 years

Comments are closed.