Odisha news

ତାଳଦା ଉପ ନିର୍ବାଚନ ପାଇଁ ଅମୀୟ ବିଜେଡି ପ୍ରାଥୀ

0

ଅସ୍ତରଙ୍ଗ ୦୨/୦୪/  ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ତାଳଦା ପଞ୍ଚାୟତରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଅମୀୟ ସେଠୀଙ୍କୁ ଦଳ ପ୍ରାଥୀ କରିଥିବା ଜଣାପଡ଼ିଛି।ରବିବାର ଦିନ ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଦକ୍ଷ ସ୍ୱାଧୀନ କୁମାର ନାୟକ ପ୍ରମୁଖ ତାଳଦା ଯାଇ ବ୍ଲକ ସଭାପତି କେଦାର ନାଥ ବିଶ୍ଵାଳଙ୍କ ଉପସ୍ଥିତରେ ସର୍ବସମ୍ମତି କ୍ରମେ ଅମୀୟଙ୍କୁ ଦଳୀୟ ପ୍ରାଥୀ ଭାବେ ଘୋଷଣା କରିଥିଲେ।ଅମୀୟ ବାପଙ୍କ ଦେହାନ୍ତ ପରେ ସମିତି ସଭ୍ୟ ପଦବୀ ଖାଲି ପଡିଥିଲା।ସ୍ୱର୍ଗତ ଗିରିଧାରୀ ସେଠୀ ବିଜେଡିର ସମିତି ସଭ୍ୟ ପଦବୀରେ ଥିବା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା।ସ୍ବର୍ଗତ ସେଠୀ ଜଣେ ଅମାୟିକ ବ୍ୟକ୍ତି ଥିଲେ।ତାଙ୍କର ମୃତ୍ୟୁ ପରେ ତାଳଦା ପଞ୍ଚାୟତରେ ବିଜେଡିର ଏକ ବଡ କ୍ଷତି ହୋଇଥିଲା।ତାଳଦା ପଞ୍ଚାୟତରେ ବିଜେଡିର ଏବେ ବି ଦବଦବା ରହିଛି।ମନ୍ତ୍ରୀ ଓ ଉପାଦକ୍ଷଙ୍କ ସୁଦୃଢ଼ ସଂଗଠନ ପୂର୍ବତନ ମନ୍ତ୍ରୀ ସୁର ନାୟକଙ୍କ ଦକ୍ଷ ନେତୃତ୍ୱ କାରଣରୁ  ତାଳଦା ବିଜେଡିର ଗଡ ଭାବେ ପରିଚିତ ଅଟେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ବିଜୟ ପଢ଼ିଆରୀ, ଋତୁରାଜ ରାଉତ, ଭୀମସେନ ସ୍ଵାଇଁ,ସରପଞ୍ଚ ଦୀପକ ପରିଡା, ଚମ୍ପକ ବାରିକ, କୁଞ୍ଜ ବିହାରୀ ପ୍ରଧାନଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିଲେ।ଉପ ନିର୍ବାଚନରେ ଅମୀୟଙ୍କୁ ବିପୁଳ ବ୍ୟବଧାନରେ ବିଜୟୀ କରିବା ପାଇଁ ସମସ୍ତ କର୍ମୀ ଓ ନେତାମାନେ ଦୃଢ଼ ସଂକଳ୍ପ ନେଇଥିଲେ।

Nalco
Leave A Reply