ଅସ୍ତରଂଗ,,ଅଲିଭ ରିଡ଼ଲେ କଇଁଚ ଙ୍କ ପ୍ରଜନନ ଋତୁ ଶେଷ ପରେ, ଅଣ୍ଡାଦିଆ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳ ସ୍ୱରୁପ ଅସ୍ତରଙ୍ଗ ରେଞ୍ଜ ର ଜାହାନିଆଁ ଫରେଷ୍ଟ ବିଟ ଅଧିନ ଦାଲୁଅକଣି ଠାରେ ଗୋଟିଆ ଅଲିଭ ରିଡ଼ଲେ କଇଁଚ 135 ଅଣ୍ଡା ଦେଇଛି । ଧାର୍ଯ୍ୟ ସମୟ ପୂର୍ବରୁ ଅଲିଭ ରିଡେଲ କଇଁଚ ଅଣ୍ଡାଦାନ କରିଥିବାରୁ,ପରିବେଶ ବିତ ଙ୍କ ଭିତରେ ଉତ୍ସାହ ସୃଷ୍ଠି କରି ଅଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ,ଅସ୍ତରଙ୍ଗ ବନ ଖଣ୍ଡ ଅଧିନ ରେ ଅଲିଭ ରିଡ଼ଲେ କଇଁଚ ଙ୍କ ଅଣ୍ଡାଦାନ ଓ ଅଣ୍ଡା କୁ ସୁରକ୍ଷିତ ରଖିବା ଲାଗି, ଦାଲୁଅକନି , ଜାହା ନିଆଁ, ଗଙ୍ଗାଦେବି ଓ ଦେବୀନାସୀ ଠାରେ ଚାରିଗୋଟି ହାଚେରୀ କରାଯାଇଥିବା ବେଳେ,ପ୍ରତି ହାଚେରିରେ ଦୁଇ ଜଣ କର୍ମଚାରୀ ଙ୍କୁ ନିୟୋଜିତ କରା ଯାଇଅଛି । ଚଳିତ ବର୍ଷ ଅଲିଭ ରିଡ଼ଲେ କଇଁଚ ଙ୍କର ଅଣ୍ଡାଦାନ ପ୍ରକ୍ରିୟା ବେଶ ଭଲ ରହିବ ବୋଲି ବାନପାଳ ସ୍ୱପ୍ନେଶ୍ୱର ଜାଲ,ଓ ଅସ୍ତରଙ୍ଗ ରେଞ୍ଜର ବିଚିତ୍ରା ନନ୍ଦ ବେହେରା ପ୍ରକାଶ କରି ଛନ୍ତି ।
