Odisha news

ପୁଣି ବିରୋଧ , ଉପକୂଳ ଠାରୁ୨୦କିମି ଦୂରରେ କାହିଁକି ଭାରତ ମାଳା

0
ଅସ୍ତରଙ୍ଗ,,ଭାରତମାଳା ପରିଯୋଜନା ରେ ନିର୍ମାଣ ହେବାକୁଥିବା ଉପକୂଳ ରାସ୍ଥା କୁ ନେଇ ବିବାଦ ଦେଖା ଯାଇଛି । କିଛି ବର୍ଷ ର ବ୍ୟବଧାନ ପରେ ଚୂଡାନ୍ତ ହୋଇଥିବା ନକ୍ସା ରେ ରହିଛି ତ୍ରୁଟି । ପୁରୀ ଓ ଏହାର ପଡୋଶୀ ଜଗତସିଂହପୁର ଜିଲ୍ଲାର ଉପକୂଳ ଠାରୁ ୨୦କିମି ଦୂରରେ ଏହି ରାସ୍ଥା ଯାଉଥିବାରୁ ବୁଦ୍ଧିଜୀବୀ ସଚେତନ ନାଗରିକ ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା ବେଳେ, କେନ୍ଦ୍ର ଓ ରାଜ୍ୟ ସରକାର ଉପକୂଳ ରାସ୍ତା ନିର୍ମାଣ ର ମୂଳ ଲକ୍ଷ୍ୟ କୁ ଭୁଲିଯାଇ କିପରି ଅନ୍ୟତ୍ର ରାସ୍ତା ନିର୍ମାଣ ପାଇଁ ଅନୁମୋଦନ କଲେ ତାହା ବିସ୍ମୟ ସୃଷ୍ଟି କରିବା ସହ ଉର୍ଣ୍ଣତ ଓଡିଶା ,ପର୍ଯ୍ୟଟନ ଶିଳ୍ପର ବିକାଶରେ ଯେଉଁ ସୁନେଲି ସ୍ୱପ୍ନ ଦେଖା ଯାଇଛି ,ତାହା ପୂରଣ ହୋଇ ପାରିବ ନାହିଁ ବୋଲି ଆଶଙ୍କା ଦେଖାଦେଇଛି ।
ସୂଚନାଯୋଗ୍ୟ ଯେ୨୦୧୫ମସିହାରେ ଉପକୁଳ ରାଜପଥ ସଂପର୍କରେ ଘୋଷଣା କରିଥିଲେ ସଡକ ,ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ହେଲେ ରାଜ୍ୟ ଓ କେନ୍ଦ୍ର ର ଟଣା ଓଟରା ନେଇ ଏହା ୭ବର୍ଷ ପର୍ଯ୍ୟନ୍ତ ଝୁଲି ରହିଥିଲା। ପ୍ରଥମେ ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ଯାଉଥିବା ଏହି ରାଜପଥ ଟି ପୁରୀ ବେଳାମାର୍ଗ , କୋଣାର୍କ ,କାକଟପୁର ବ୍ଲକ  ସହ ଅସ୍ତରଙ୍ଗ ବ୍ଲକ ର ଗଡ଼ ନୟନଛଡା, ସରିପୁର,କନ୍ତପହରା,ହୀରାଦେଇପୁର, ଅନନ୍ତା,ନଗର ଗ୍ରାମପଂଚୟତ ର ବାଲିଡ଼ିଆ ଦେଇ ଦେବୀନଦୀ ପାର ହୋଇ,ଅତୀତରେ ଅସ୍ତରଙ୍ଗ ବ୍ଲକ ଥିବା ଓ ବର୍ତ୍ତମାନ ଜଗତସିଂହପୁର ଜିଲା ର ଚାରିବାଟିଆ, କସୁପୁର,ମାଂକଦଡିଆ ତେନ୍ତୁଳିବେଲାରୀ ଆଦି ଦେଇ ପାରାଦୀପ ଯାଉଥିଲା । ଯାହାକି ସମୁଦ୍ର ଠାରୁ ପାଞ୍ଚ କିଲୋମିଟର ଭିତରେ ଥିଲା । ବର୍ତ୍ତମାନ ଚୂଡାନ୍ତ ନକ୍ସା  ରେ ତାହା ପରିବର୍ତ୍ତନ କରାଯାଇ ୨୦କିଲୋମିଟର ଦୂରରେ କରାଯାଉଛି । ଯାହା ଫଳରେ କି ଉପକୂଳ ରାଜପଥ ତାହାର ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି । ଅସ୍ତରଙ୍ଗ ରେ ବନ୍ଦର ହେବା ପାଇଁ ଯୋଜନା ରହିଛି ଓ ପର୍ଯ୍ୟଟନ ର ବିକାଶ ମଧ୍ୟ ରହିଅଛି । ସେହିପରି ଅତୀତରେ ଅସ୍ତରଙ୍ଗ ବ୍ଳକ ଅଧିନରେଥିବା,ଜଗତସିଂହପୁର ଜିଲ୍ଲାର  ମରଚିପୁର ନିକଟରେ ବନ୍ଦର,ପର୍ଯ୍ୟଟନ ସ୍ଥଳୀ ସହ ଏରସମାର ସିଆଳି ବେଳାଭୁମି ରହି ଅଛି । ଯଦି ଉପକୂଳ ଠାରୁ୨୦କିଲୋମିଟର ଦୂରରେ ରାଜପଥ ଯାଏ, ବାଣିଜ୍ୟ ,ପରିବହନ ପର୍ଯ୍ୟଟନ ସହ ଉପକୂଳର ବିକାଶ କିପରି ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ତାନିୟ ଲୋକେ ।
ଏହି ରାଜପଥ ଟି ଖୋରଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ,ବାଲେଶ୍ୱର ଦେଇ ଯିବ । ଏଥିରେ ନ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ରହିଛି । ରାଜପଥ ନିର୍ମାଣ ନେଇ  ପୂର୍ବରୁ  ଜମି ଅଧିଗ୍ରହଣ ପାଇଁ ଯେଉଁ ନୋଟିସି ବାହାରିଥିଲା  ତାହା ପରିବର୍ତ୍ତନ କରାଯାଇ ନୂଆ ନୋଟିସି ବାହାରି ବାରୁ ଏହାକୁ ବିରୋଧ କରାଯାଇ ଅଛି ।ପ୍ରଥମରେ  କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ,୪୫୧କିଲୋମିଟର  ଉପକୂଳ ରାଜପଥ ପାଇଁ ରୋକ ଲଗାଇଥିଲେ । ସେହି ଦୃଷ୍ଟିରୁ ଚିଲିକା,ବାଲୁଖଣ୍ଡ,ଭିତର କନିକାରୁ ଦୂରରେ ଯିବା ପାଇଁ ପୂର୍ବରୁ ପ୍ରସ୍ଥାବ ରହିଥିଲା । ଏହି ଅଞ୍ଚଳରେ ରାସ୍ତା ନିର୍ମାଣ ହେଲେ ପରିବେଶ ଓ ବ୍ୟନ ପ୍ରାଣୀଙ୍କ ଉପରେ ପ୍ରଭାବ ପଡିବ । ତେଣୁ ନୂଆ ରାସ୍ତା ଡିଜାଇନ ପ୍ରସ୍ତୁତ କରି ପରିବେଶ ଅନୁମତି ପାଇଁ ଆବେଦନ କରିବାକୁ ମନ୍ତ୍ରଣାଳୟ ଜାତୀୟ ରାଜପଥ  କର୍ତ୍ତୃପକ୍ଷ ଙ୍କୁ କହିଥିଲେ । ଏସବୁ ସତ୍ୟେ , ଉପକୂଳ ରାଜପଥ ନିର୍ମାଣ ପାଇଁ ପ୍ରଥମରୁ ଯେଉଁ ପ୍ରସ୍ଥାବ ରହିଥିଲା, ତାହାକୁ ପରିବର୍ତ୍ତନ କରା ନ ଯାଇ ମୂଳ ଲକ୍ଷ୍ୟ ପୂରଣ କରିବସ ପାଇଁ ଉପକୂଳ ବାସି ରାଜ୍ୟ ଓ କେନ୍ଦ୍ର ସରକାର ଙ୍କର ଦୃଷ୍ଠି ଆକର୍ଷଣ କରିଛନ୍ତି ।
IEC 2 years
Leave A Reply