Odisha news

ବନ୍ୟାର ଦୁର୍ଦଶା,,ଆଠଟି ଜିପି ର ଦୁଇ ହଜାର ପରିବାର ଖତିଗ୍ରସ୍ଥ ।

0
ଅସ୍ତରଙ୍ଗ,, ଅସ୍ତରଙ୍ଗ ବ୍ଲକ ର ଆଠଗୋଟି ଜି ପିର ଦୁଇ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇ ଥିଲା ବେଳେ, ତହସିଲ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦିଆଯାଇଥିବା ତହସିଲଦାର ରାଜଳଷ୍ମୀ ନୟକ ପ୍ରକାଶ କରିଛନ୍ତି ।
ଶ୍ରୀମତୀ ନୟକ କହିଛନ୍ତି ଯେ, ଅସ୍ତରଙ୍ଗ ବ୍ଲକ ର ତାଳଦା, ନଗର,ଆଳସାହି ଗ୍ରାମପଞ୍ଚତ ବିଶେଷ କ୍ଷତିଗ୍ରସ୍ତ ହୋଇଅଛି ।ସେହି ଭିତିରେ,ବର୍ତ୍ତମାନ ସୁଧା ପାଣିଘେରରେ ଥିବା ଲୋକଙ୍କୁ ତହସିଲ ତରଫରୁ,୩୪ କୁଇଣ୍ଟାଲ ୫୦୦ ଚୁଡା ଓ ୩୪ କେଜି ୫୦୦ ଗୂଡ଼ ଯୋଗାଇ ଦିଆ ଜାଇଅଛି । ସେହିପରି,ଶନିବାର ଦିନ ୪୫ ପରିବାର ଙ୍କୁ ପଲଥିନ ଯୋଗାଇ ଦିଆଯାଇଛି ଓ ଆଠଗୋଟି ଜି ପି ତଥା,ତାଳଦା ଜି ପି ର ଏଡବାଂସ,ଡିହକରଡ଼ା,ରିସଲ,ତାଳଦା,ପାଇଖଳା ସହ ନଗର ଆଳସାହି ଗ୍ରାମପଂଚୟତ ଅଧିନ  ନଗର, କାଳିଆକଣ ,ପୁଇଚାନ୍ଦିଆ ର ୧୯୮ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆ ଜସିଅଛି ।
ଏହିସବୁ କାର୍ୟ୍ଯ ରେ, ଆର ଆଇ ଦୀପ୍ତିରଞ୍ଜନ ମହାପାତ୍ର,ସୁଜିତ କୁମାର ସୁବୁଦ୍ଧି,ତପନ କୁମାର ପୃଷ୍ଟି, ଙ୍କ ସମେତ ତହସିଲ କର୍ମଚାରି ଉପସ୍ଥିତ ଥିବା ବେଳେ,ଅସ୍ତରଙ୍ଗ ଥାନା ସବ ଇନ୍ସପେକ୍ଟର ଅଶୋକ କୁମାର ଦାସ ଙ୍କ ନେତୃତ୍ୱରେ ପୋଲିସି କର୍ମଚାରୀ ଉପସ୍ଥିତ ରହିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ତାଳଦା ଦୀପାଞ୍ଚଳ କୁ ସଂଯୋଗ କରୁଥିବା ପୋଲଟି ଶେଷ ହୋଇ ପାରି ନ ଥିବାରୁ ପୁରୀ ଜିଲ୍ଲା ପ୍ରଶାସନ ସାତ କିଲୋମିଟର ପରିବର୍ତ୍ତେ ୪୫ କିଲୋମିଟର ବୁଲି ନାଉଗାଁ ବ୍ଲକ ଦେଇ ତାଳଦା ଦୀପାଞ୍ଚଳ ଯାଉ ଅଛି ।
Nalco
Leave A Reply