ଅସ୍ତରଙ୍ଗ ୧୫ /୧୦ : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦିଲ୍ଲି ଅନ୍ତର୍ଗତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅସୁସନ୍ଧାନ ସଂସ୍ଥାନ କୈାଶଲ୍ୟାଗଙ୍ଗ ଭୂବନେଶ୍ୱର ତରଫରୁ ଅସ୍ତରଙ୍ଗ ବ୍ଲକର ଅଠତୀରା, ଆଳଙ୍ଗପୁର, କରଞ୍ଜପୁର, ଅସ୍ତରଙ୍ଗ, ସହନ, କଣମଣ ଗ୍ରାମ ଠାରେ ମାଛ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇ କୃଷକ ମାନଙ୍କୁ ମାଛ ଚାଷ ଓ ପୋଖରୀ ପାଣିର ମାନ ପରିକ୍ଷା କରିବା ପାଇଁ ଉଚିତ୍ ପରାର୍ମଶ ଦିଆଯିବା ସହ ମାଛ ଗାଲିକୁ ମାଇକ୍ରୋ ବାୟୋଲୋଜିକାଲ ପରିକ୍ଷା ପାଇଁ ଲାବ୍ରୋଟେରୀକୁ ନିଆଯାଇ, ଏଥିରେ ଥିବା ଜିବାଣୁ ଯାହା ମାଛ ପାଇଁ କ୍ଷତିକାରକ ଓ ମଣିଷର ରୋଗବାହକ ଅଟନ୍ତି କି ନାହିଁ ତାହା ପରିକ୍ଷା କରାଯିବ ବୋଲି ଜଣାପଡିଅଛି ।
ଏହି ଅବସରରେ ଗୁରୁବାର ଦିନ ମଧ୍ୟ ବିଶ୍ୱ ହାତଧୁଆ ଦିବସ ଉପଲକ୍ଷେ ସମସ୍ତ ମାଛ ଚାଷି ଓ ତାଙ୍କ ପରିବାର ବର୍ଗଙ୍କୁ ସିଫା ତରଫରୁ ମାକ୍ସ ବଣ୍ଠନ କରାଯିବା ସହ ଏହା ସହିତ ୧୫୦ଟି ଆଣ୍ଟି ବାୟୋଟିକ ପ୍ରତିରୋଧକ ଜିବାଣୁର ପରିକ୍ଷା କରାଯାଇଥିଲା । ସିଫାର ମସô୍ୟ ସ୍ୱାସ୍ଥ୍ୟ ପ୍ରବନ୍ଧକ ବିଭାଗର ମୂଖ୍ୟ ବୈଜ୍ଞାନିକ ଡ. ସୁଧାାଶୁଂ ଶେଖର ମିଶ୍ର, ପ୍ରଧାନ ବୈଜ୍ଞାନିକ ଡ. ପ୍ରୀୟବ୍ରତ ସ୍ୱାଇଁ, ବୈଜ୍ଞାନିକ ସତ୍ୟନାରାୟଣ ସାହୁ ଓ ସିଫାର ପ୍ରୋଜେକ୍ଟ କର୍ମଚାରୀମାନେ ଭାଗ ନେଇଥିବା ବେଳେ ଚାଷି ଉଲ୍ଲାସ କୁମାର ନାୟକ, ରବିନ୍ଦ୍ର ବରାଳ, କୈଳାଶ ଲେଙ୍କା, ଦୁଶାସନ ନାୟକ, ପ୍ରଶାନ୍ତ ଲେଙ୍କା, ବୁଲା ବିଶ୍ୱାଳ, ବିଦେଶୀ ବଶ୍ୱାଳ, ସୁରେନ୍ଦ୍ର ରାଉତ ପ୍ରମୁଖ ମାଛ ଚାଷିଙ୍କର ମାଛର ସାମ୍ପୁଲ ସଂଗ୍ରହ କରାଯାଇ ପରିକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୪ ଦିନ ପାଇଁ ଚାଲିବ ବୋଲି ଡାକ୍ତର ମିଶ୍ର ପ୍ରକାଶ କରିଛନ୍ତି ।
