Odisha news

ଅସ୍ତରଙ୍ଗ ବ୍ଲକ ଅଂଚଳରେ କରୋନାର ଗୋଷ୍ଠୀ ସଂକ୍ରମଣ ବ୍ୟାପିବାର ସମ୍ଭବନା ଥିବାରୁ ପ୍ରଶାସନ ତରଫରୁ ସତର୍କତା ଅବଲମ୍ବନ

0

ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକ ଅଂଚଳରେ କରୋନାର ଗୋଷ୍ଠୀ ସଂକ୍ରମଣ ବ୍ୟାପିବାର ସମ୍ଭବନା ଥିବାରୁ ପ୍ରଶାସନ ତରଫରୁ ସତର୍କତା ଅବଲମ୍ବନ କରାଯାଇଥିବା ଜଣାପଡିଅଛି । ଏଠାରେ ପ୍ରକାଶ ଥାଉକି, ଅଠତିରା ଗ୍ରାମର ଜୈନିକ ଯୁବନ ଭୂବନେଶ୍ୱରର ମଂଚେଶ୍ୱରରେ ଏକ ଅଟା ମିଲ୍ରେ କାର୍ଯ୍ୟ କରୁଥିଲେ । ସେହି ଯୁବକ ଜଣକ ଅଟା ମିଲ୍ରେ କାର୍ଯ୍ୟରତ ମଧ୍ୟରେ ସେଠାରେ ଥିବା ଅଟା ମିଲ୍ର ମ୍ୟାନେଜରଙ୍କ ଠାରେ ବହୁ ପୂର୍ବରୁ କୋଭିଡ ସଂକ୍ରମଣ ହୋଇଥିଲା ।

ଉକ୍ତ ଯୁବକ ବ୍ୟବସାୟ ସମ୍ବଦ୍ଧୀୟ କାଗଜପତ୍ର ଉକ୍ତ ମ୍ୟାନେଜରଙ୍କୁ ଦେବା ନେବା ଭିତରେ ସଂକ୍ରମଣ ହୋଇଥିବା ଫ୍ଲୋର୍ ମିଲର ମ୍ୟାନେଜରଙ୍କ ଠାରୁ ସଂକ୍ରମିତ ହୋଇ ସେ ଅସୁସ୍ଥ ଅନୁଭବ କରିଥିଲେ । ସେଠାରେ କାହାକୁ କିଛି ନଜାଣାଇ ତାଙ୍କ ନିଜ ଘର ଅସ୍ତରଙ୍ଗ ବ୍ଲକ ଅଧିନ ଅଠତିରା ଗ୍ରାମକୁ ଆସିଥିଲେ । ଅଠତୀରା ଗ୍ରାମରେ ରହିବା ସମୟରେ ସେ ମଧ୍ୟ ନିକଟସ୍ଥ ଆଳସାହି ଗ୍ରାମର ଏକ ଭୋଜିରେ ଯୋଗ ଦେଇଥିବା ଜଣାପଡିଅଛି । ଉକ୍ତ ଯୁବକଙ୍କ ଠାରେ କରୋନା ପଜିଟିଭ ସଂକ୍ରମିଣ ଅତ୍ୟଧିକ ହେବାରୁ ସେ ତାଙ୍କ ମା ଙ୍କ ନିକଟରେ ପ୍ରକାଶ କରିଥିଲେ ।

ପରିବାର ପକ୍ଷରୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଣାଇବା ପରେ ସ୍ୱାସ୍ଥ୍ୟ କର୍ମୀ ମାନେ ଯାଇ ପରିକ୍ଷା ନିରିକ୍ଷା କରି ତାଙ୍କୁ ପୁରୀ ପଠାଇବା ପରେ ପୁରୀ ମେଡିକାଲ କତ୍ତୃପକ୍ଷ ଉକ୍ତ ଯୁବକଙ୍କ ସମ୍ କୋଭିଡ ହସ୍ପିଟାଲ ପଠାଇଥିବା ଜଣାପଡିଅଛି ।
ଅପର ପକ୍ଷରେ ଉକ୍ତ ଯୁବକ ନିଜ ଘର ଓ ଭୋଜି ଦିନ ଯେଉଁ ମାନଙ୍କ ସଂସ୍ପଶରେ ଆସିଅଛି ସେମାନଙ୍କୁ ଠାବ କରିବା ନିମନ୍ତେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ େଉଦ୍ୟମ ଜାରିରହିଛି ବୋଲି ଅସ୍ତରଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସଂଜୟ କୁମାର ପ୍ରଧାନ ଉକ୍ତ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଅସ୍ତରଙ୍ଗ ବ୍ଲକ ଅଂଚଳରେ ବର୍ତ୍ତମାନ ସୁଦ୍ଧା ୨୬ ଜଣ କରୋନା ସଂକ୍ରମଣ ହୋଇଥିବା ବେଳେ ୧୯ ଜଣ ସୁସ୍ଥ ହୋଇ ଫେରିଥିବା ମେଡିକାଲ ସୁତ୍ରରୁ ଜଣାପଡିଅଛି । ପୁରୀ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ବିଭାଘର ଓ ଶୁଦ୍ଦିକ୍ରୀୟାରେ ୫୦ ରୁ ଅଧ୍ଚଳ ବ୍ୟକ୍ତି ଓ କୈାଣସି ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନରେ ଜନଗହଳି ନକରିବା ସହ ଯଦି ଅଥିରେ କୈାଣସି ଅବ୍ୟବସ୍ଥା ଦେଖାଯାଏ ତାହାଲେ ସମ୍ପୃକ୍ତ ପୋଲିସ ପ୍ରଶାସନ କିମ୍ବା ଅନାନ୍ୟ ପ୍ରଶାସନିକ ଅଧିକାରୀ ଏହାର ତଦାରଖ କରି ଜରିମାନା ଆଦାୟ କରିବା ବ୍ୟବସ୍ଥା ଥିଲେ ମଧ୍ୟ ତାହା ଅସ୍ତରଙ୍ଗ ଅଂଚଳରେ କାର୍ଯ୍ୟକାରୀ ହେଉନଥିବାରୁ ଆଗାମୀ ଦିନରେ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନାକୁ ଏଡାଇ ନଦିଆଯାଇପାରେ ବୋଲି ଜଣାପଡିଅଛି ।

Leave A Reply