ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକର କେନ୍ଦ୍ରାପାଟି ଗ୍ରାମ ପଂଚାୟତର କେନ୍ଦ୍ରାପାଟି ଗ୍ରାମର ଜୈନିକ ଯୁବକଙ୍କ ଠାରେ କରୋନା ପଜିଟିଭି ଦେଖାଦେଇଅଛି । ତାଙ୍କର ନାମ ପ୍ରଶନ୍ନ ପ୍ରଧାନ , ବୟଷ ୩୫ ଅଟେ । ସେ ଏହି କିଛି ଦିନ ତଳେ ଦିଲ୍ଲିରୁ ଫେରିଥିଲେ । ଦିଲ୍ଲିରୁ ଫେରିଲା ପରେ କେନ୍ଦ୍ରାପାଟି ବାତ୍ୟା ଆଶ୍ରୟସ୍ଥଳୀ ଠାରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟର ଠାରେ ରଖାଯାଇଥିଲା । କିଛି ଦିନ ରହିବା ପରେ ତାଙ୍କ ସ୍ୱାର୍ବ ଟେଷ୍ଟରୁ ଜଣାପଡିଥିଲା ଯେ, ତାଙ୍କର କରୋନା ପଜିଟିଭ ରହିଅଛି । ତତ୍ପରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଶ୍ରୀ ପ୍ରଧାନଙ୍କୁ ଭୂବନେଶ୍ୱର ସ୍ଥିତ କମ୍ସି କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଅଛି ।
ଅପର ପକ୍ଷରେ ପାଟଳଦା ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରକୁ ୧୪ଜଣ ନୂଆ ପ୍ରବାସୀ ଦିଲ୍ଲି , ସୁରଟ, ଗୁଜୁରାଟ ଆଦି ରାଜ୍ୟରୁ ଆସିଛନ୍ତି ବ୍ଲକ ଅଂଚଳରେ ଆଜ ସୁଦ୍ଧା ୧ ହଜାର ୨ଶହ ୫୭ ଜଣ ବାହାର ପ୍ରବାସୀ ଆସିଥିବା ବେଳେ ବ୍ଲକ ଅଂଚଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ବୋଲି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀ ସଂଜୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ଅସ୍ତରଙ୍ଗ ଅଂଚଳରେ କରୋନା ପଜିଟିଭି କ୍ରମାଗତ ବୃଦ୍ଧି ପାଉଥିବା ହେତୁ ବୁଧବାର ଦିନ ସଂନ୍ଧ୍ୟାରେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଭିଡିଓ କନ୍ଫେରେନ୍ସି ଦ୍ୱାରା ଅଲୋଚନା କରିଛନ୍ତି ।