Odisha news

କାକଟପୁର ସଂରକ୍ଷିତ ନିର୍ବାଚନମଣ୍ଡଳୀ : ପ୍ରାର୍ଥୀତ୍ବକୁ ନେଇ ତିନି ପ୍ରମୁଖ ଦଳ ଚିନ୍ତାରେ

0
ଅସ୍ତରଙ୍ଗ,,ପୁରୀ ଜିଲ୍ଲା କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡ଼ି ,ବିଜେପି ଓ କଂଗ୍ରେସ ପ୍ରମୁଖ ତିନ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା କେତେକ ଦଳୀୟ କନ୍ଦଳ ନେଇ ଅଦ୍ୟାବଧି  ଦେଖ‌ିବାକୁ ମିଳିନାହିଁ । ବିଜେଡିରୁ ବର୍ତ୍ତମାନ ବିଧାୟକ, ତୁଷାର କାନ୍ତି ବେହେରା, ବିଜେପିରୁ ନିମାପଡ଼ା ର ପୂର୍ବତନ ବିଧାୟକ ବାଇଧର ମଳିକ ଓ କଂଗ୍ରେସ ରୁ ବିଶ୍ଵ ଭୂଷଣ ଦାସଙ୍କୁ ପ୍ରାର୍ଥୀ ରହିଛନ୍ତି । ୧୯୯୫ ଅକ୍ଟୋବର ମାସରେ ସେତେବେଳ ର କଂଗ୍ରେସ ବିଧାୟକ ସ୍ୱୋର୍ଗତ ବୈକୁଣ୍ଠ ନାଥ ସ୍ବାଇଁ ଙ୍କ ମୃତୁ ପରେ,ବର୍ତ୍ତମାନ ବିଜେଡିର ଗଡ କୁହାଯାଉଥିବା କାକଟପୁର ନିର୍ବାଚନମଣ୍ଡଳୀରେ ୨୦୦୦ ମସିହାଠାରୁ ବିଜେଡ଼ି କ୍ରମାଗତ ଭାବେ ବିଜୟ ଲାଭ କରି ଆସୁଛି । ତେବେ ଚଳିତ ନିର୍ବାଚନରେ ବିଜେଡି ତୁଷାରକାନ୍ତି ବେହେରା ଙ୍କୁ ପୁନର୍ବାର ପ୍ରାର୍ଥୀ ଘୋଷଣା କରିବା ପରେ ଦଳରୁ ଅନ୍ୟତମ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ତାଙ୍କର ଛାମୁଆ ସମର୍ଥକଙ୍କ ସହ ଦଳରୁ ଇସ୍ତଫା ଦେବା ସହ,ଅନ୍ୟ କୋଉ ଦଳରୁ ଲଢି ନ ପାରିଲେ ମଧ୍ୟ ସେ ମହାଶୟ ସ୍ଵାଧୀନ ଭାବରେ ଲଢ଼ି ତାଙ୍କର ସଂଗଠନ ର ପରାକ୍ରମ ଦେଖାଇବେ ବୋଲି ,ସୂଚନା ମିଳିଛି  । ତେବେ କାକଟପୁର ବିଜେଡ଼ି ସଂଗଠନର ନେତୃତ୍ୱ ନେଉଥିବା ଯୁବ ନେତା ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ରାଜ୍ୟ ବିଜେଡ଼ି ସମ୍ପାଦକ ସ୍ୱାଧୀନ କୁମାର ନାୟକଙ୍କ ନିର୍ବାଚନୀ ରଣନୀତି ଓ ଗୋଟି ଚାଳନା ତୁଷାରଙ୍କୁ  ପୁନର୍ବାର ଜିତାଇବାରେ ସହାୟକ ହେଵ ବୋଲି ତାଙ୍କ ସମର୍ଥକମାନେ ଆଶାବାଦୀ ଅଛନ୍ତି।କାରଣ ,ସ୍ଵାଧୀନ ଙ୍କ ବର୍ଷ ତମାମ ବିଜେଡ଼ି ସାଂଗଠାନିକ କାର୍ଯ୍ୟକ୍ରମ,ସହ,କଂଗ୍ରେସ ପ୍ରାର୍ଥୀ ବିଶ୍ବଭୂଷଣ ଙ୍କ ଦଳ ବଦଳ ଓ ବି ଜେ ପି ପ୍ରାର୍ଥି  କାକଟପୁର ର ନ ହୋଇ ଅନ୍ୟ ନିର୍ବାଚନ ମଣ୍ଡଳୀ ର ହୋଇ ଥିବାରୁ   ଭୋଟର ମାନେ କଂଗ୍ରେସ ଓ ବି ଜେ ପି ଦଳର ପ୍ରାର୍ଥୀ ଙ୍କ ଉପରେ ଭରସା ନ ପାଇ  ଅସ୍ତରଙ୍ଗ ମାଟିର ପୁଅ ଉଚ୍ଚ ଶିକ୍ଷିତ ବିଧାୟକ ତୁଷାରକାନ୍ତି ବେହେରା ଙ୍କୁ ସର୍ବାଧିକ ଭୋଟ ଦେଇ ଜିତାଇବେ ବୋଲି,ବିଭିନ୍ନ ମହଲରୁ ଶୁଣିବାକୁ ମିଳୁଅଛି । ବି ଜେ ଡି ଦଳର  ଟିକେଟ ଘୋଷଣା ପରେ ତୁଷାରକାନ୍ତି ଓ ସ୍ଵାଧୀନ ବାବୁ ଘନ ଘନ  ବିଭିନ୍ନ ପଞ୍ଚାୟତ ସ୍ତରୀୟ ନିର୍ବାଚନୀ ପ୍ରସ୍ତୁତି ବୈଠକ ଚଳାଇଛନ୍ତି । ସେପଟେ, ନିମାପଡା ର ପୂର୍ବତନ ବିଧାୟକ ବାଇଧରଙ୍କ ପ୍ରାର୍ଥୀତ୍ବକୁ କାକଟପୁରର ବିଜେପି ସଂଗଠନ ସହଜରେ ଗ୍ରହଣ କରି ପାରିନି।ସ୍ଥାନୀୟ ନେତାଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରିବା ପାଇଁ ବିଜେପିର ଗୋଟିଏ ଗୋଷ୍ଠି ଅଡି ବସି ନିଷ୍ପତି ପୁନର୍ବିଚାର ପାଇଁ ଦଳୀୟ ନେତୃତ୍ୱଙ୍କ ଉପରେ ଚାପ ପକାଇ ଚାଲିଛନ୍ତି। ଏହାକୁ ନେଇ ଏବେବି ବିଜେପି ନେତୃତ୍ଵ ଦ୍ୱନ୍ଦ୍ଵରେ ରହିବା ଓ  କିଛି ବିଜେପି କର୍ମୀ ନେତୃତ୍ୱ  ଙ୍କ ପ୍ରାର୍ଥୀ ପରିବର୍ତ୍ତନକୁ ଅପେକ୍ଷା କରିବା ଆଦି ଘଟଣା ନିର୍ବାଚନ ମଣ୍ଡଳୀର ମୁଖ୍ୟ ଆଲୋଚନାର ବିଷୟବସ୍ତୁ ପାଲଟିଥିବା ଜଣାପଡିଛି । ଅନ୍ୟପଟେ , ୨୦୧୯ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରସ ଯୁବନେତା ବିଶ୍ଵ ଭୂଷଣ ଦାସଙ୍କ ଉପରେ ପୁନର୍ବାର କଂଗ୍ରେସ ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦଳୀୟ ନିର୍ବାଚନୀ କାର୍ଯ୍ୟକ୍ରମ ଆଖିଦୃଶିଆ ହୋଇନି। ଯେଉଁ ମାନେ ବି ଜେ ପି ରେ ମିଶି ନାଲି ଟୋପି ପିନ୍ଧିଥିଲେ ସେହି ମାନଙ୍କୁ ନେଇ  ଦଳୀୟ କାର୍ଯ୍ୟକ୍ରମ ବିଶ୍ବଭୂଷଣ କରିବେ ନା ଆଉ କାହାକୁ  ସାଥିରେ ନେବେ ତାହାର ଅନ୍ତଃକନ୍ଦଳ ଲାଗି ରହିଥିବା ସ୍ଥଳେ,ଏହି ସବୁ କନ୍ଦଳ କିପରି  ସଜଡା ଯିବ,ସେ ସମ୍ପର୍କ ରେ କଂଗ୍ରେସ ପ୍ରାର୍ଥୀ ବିଶ୍ଵ ଉଦ୍ୟମ ଜାରି ରଖିଛନ୍ତି। ତେବେ ପ୍ରମୁଖ ଦଳ  ମାନେ ଅନ୍ତଃ କନ୍ଦଳକୁ କିପରି ମୁକାବିଲା କରି ନିଜ ପ୍ରାର୍ଥୀ ସପକ୍ଷରେ ଜନମତ ସୃଷ୍ଟି କରିବାରେ ସଫଳ ହେଉଛନ୍ତି ତାହା ନାମାଙ୍କନ ପତ୍ର ଦାଖଲ ପରେ ସ୍ପଷ୍ଟ ହୋଇଯିବ ବୋଲି ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି। ରାଜ୍ୟର ୧୦୫ ନଂ ବିଧାନସଭା ସଂରକ୍ଷିତ ନିର୍ବାଚନମଣ୍ଡଳୀ ଭାବେ ପରିଚିତ । କାକଟପୁର ନିର୍ବାଚନମଣ୍ଡଳୀ ଅସ୍ତରଙ୍ଗ ବ୍ଲକର ୧୫, କାକଟପୁର ବ୍ଲକର ୧୬, ଗୋପ ବ୍ଲକର ୧୪ ପଞ୍ଚାୟତ ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ଗଠିତ। ସମୁଦାୟ ମତଦାତାଙ୍କ ସଂଖ୍ୟା ୨ଲକ୍ଷ ୨୦ହଜାର ୫୨୨ । ଏହି ଆସନରୁ ୨୦୧୯ ନିର୍ବାଚନରେ ଭାରତୀୟ ଜନତା ଦଳ ଛାଡ଼ି ବିଜେଡି ଟିକଟରେ ପ୍ରତିଦ୍ଵନ୍ଦିତା କରିଥିବା ତୁଷାର କାନ୍ତି ବେହେରା ବିଧାୟକ ଭାବେ ନିର୍ବାଚିତ ହୋଇ ଏବେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଛନ୍ତି। ୨୦୧୯ ନିର୍ବାଚନରେ ମନ୍ତ୍ରୀ ତୁଷାର ସର୍ବାଧିକ ୯୧,୮୯୭ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ଦଳର ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସ ୪୬,୨୦୬ ଖଣ୍ଡ ଭୋଟ ଓ ବିଜେପି ପ୍ରାର୍ଥୀ ରବି ମଲ୍ଲିକ ୩୦,୭୭୧ ଖଣ୍ଡ ଭୋଟ ପାଇଥିଲେ।ମନ୍ତ୍ରୀ ଶ୍ରୀ ବେହେରା ୪୫,୬୯୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।
Ad2
Leave A Reply