ଅସ୍ତରଙ୍ଗ : ସରକାରୀ ନିୟମକୁ ଖାତିର ନାହିଁ । ଦିନ ରାତି ନିଷିଧା ଅଂଚଳରେ ଚାଲିଛି ମାଛଧରା । ଶତାଧିକ ଅଲିଭ୍ରିଡଲ୍ କଇଁଛଙ୍କ ସହ ବିଭିନ୍ନ ଦୁର୍ଲଭ ଜଳଜୀବଙ୍କ ଯାଉଛି ପ୍ରାଣ । ବର୍ତ୍ତମାନ ସ୍ଥିତିରେ ଅଲିଭ୍ରିଡଲ କଇଁଛଙ୍କ ମେଟିଙ୍ଗ ଅଣ୍ଡାଦାନ ପ୍ରକି୍ରୟା ଚାଲିଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଜଙ୍ଗଲ ଓ ମସô୍ୟ ବିଭାଗ ଦ୍ୱାରା ୬ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛଧରା ବନ୍ଦ କରାଯାଇଅଛି । ସେହି ସମୟରେ ଯେଉଁ ମାନେ ସମୁଦ୍ର ବକ୍ଷରେ ବେଆଇନ ଭାବେ ମାଛ ଧରୁଥିବେ ସେମାନଙ୍କ ଉପରେ ନଜର ଆସିଲେ ସ୍ୱତନ୍ତ୍ର ଦଣ୍ଡ ଦେବାକୁ ବ୍ୟବସ୍ଥା କରାଯାଇଥିବା ବେଳେ, ଅସ୍ତରଙ୍ଗ ବନଖଣ୍ଡ ଅଧିନରେ ଏକ ପେଟ୍ରୋଲିଂଗ ବୋଟ ସହ ଏକ ପ୍ଲାଟୁନ୍ ଫୋର୍ସ ଓ ଜଙ୍ଗଲ ବିଭାଗ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଅଛି । ହେଲେ ଏହି ବୋଟଟି ମାସକୁ ଭଡା ସୁତ୍ରରେ ୧ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଉଥିବା ବେଳେ ସମୁଦ୍ର ବକ୍ଷରେ ଠିକ୍ ଭାବେ ପେଟ୍ରୋଲିଂଗ ନକରିବା ଦ୍ୱାରା ଦୈନିକ, ଶହ ଶହ ଅଲିଭ୍ରିଡଲ କଇଁଛ ମୃତ୍ୟୁ ବରଣ କରୁଛନ୍ତି ଓ ଅସ୍ତରଙ୍ଗର ପୀର ଜାହାନିଆଁ –ଗଙ୍ଗାଦେବୀ ଉପକୂଳରେ ଏକ ୪୫ ଫୁଟର ମଲା ତିମି ଶୁକ୍ରବାର ସଖାଳେ ଦେଖିବାକୁ ମିଳିଅଛି ।
ଅନୁସନ୍ଧାନରୁ ଜଣାଯାଇଅଛି ଯେ, ସମୁଦ୍ରରେ ମାଛ ମାରୁଥିବା ଜଳଯାନ ତଥା ସୁନା ବୋଟ୍ ଦ୍ୱାରା ଆଘାତ ପାଇ ମରୁଥିବା ମଲା କଇଁଛଙ୍କୁ ପୋତିବା ଲାଗି ଜଙ୍ଗଲ ବିଭାଗ ଏକ ତରିକା ଆପଣାଇଅଛି । ମଲା କଇଁଛଙ୍କୁ ଲୋକଙ୍କ ନଜରରୁ ହଟାଇବା ପାଇଁ ସବୁଦିନ ରାତ୍ରରେ ଜଙ୍ଗଲ ବିଭାଗର କିଛି କର୍ମଚାରୀ ସମୁଦ୍ର ବେଳାଭୂମୀରେ ରାତ୍ରରେ ନିୟୋଜିତ କରି ମରି ଲାଗୁଥିବା କଇଁଛଙ୍କୁ ଗୁରୁବାର ରାତ୍ରରେ ପୋତୁଥିବା ବେଳେ, ଜାହାନିଆଁ ବେଳାଭୂମୀ ସନ୍ନିକଟ ଅନତି ଦୂରରେ ମଲା ତିମିଟିକୁ ଦେଖିଥିଲେ ।
ସକାଳୁ ସକାଳୁ ଖବର ପ୍ରଚାରିତ ହେବା ପରେ ଶହ ଶହ ଲୋକ ଜମା ହୋଇ ତିମି ଟି ସମୁଦ୍ରର କୈାଣସି ଜଳଯାନ ଦ୍ୱାରା ଅଘାତ ପାଇ ମରି ପାଣିରେ ରହି ଦବି ଯାଇଥିବା ଦେଖାଯାଇଥିଲା । ଜଙ୍ଗଲ ବିଭାଗ କର୍ମକର୍ତ୍ତା ଖବର ପାଇ ତିମି ଟିକୁ ମାପ ଚୁପ କରିବା ପରେ ଅସ୍ତରଙ୍ଗ ପଶୁ ଚିକିତ୍ସା ଅଧିକାରୀ ଡ. ଅକ୍ଷୟ କୁମାର ଜେନା ଙ୍କ ତରଫରୁ ପୋଷ୍ଟ ମର୍ଟମ କରାଯାଇ ବାଲିରେ ପୋତି ଦିଆଯାଇଥିବା ଦେଖିବାକୁ ମିଳିଅଛି ।