Odisha news

ନାଗ କୁକୁର ସଘର୍ଷରେ ବଂଚିଗଲା ୩ ଜୀବନ

0

ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକର କେନ୍ଦ୍ରାପାଟି ଗ୍ରା.ପ. ର ନୂଆସାହି ଗ୍ରାମରେ ଘଟି ଯାଇଅଛି ଏକ ଲୋମ ହର୍ଷଣକାରୀ ଘଟଣା । ଯେଉଁଠିକି ସାପ ଓ କୁକୁର ର ମିଳିତ ଲଢ଼େଇରେ ବଂଚି ଯାଇଛନ୍ତି ଘର ପରିବାରର ୩ ସଦସ୍ୟ ।
ଏଠାରେ ଉଲ୍ଲେଖନୀୟ ଯେ, ସୋମବାର ରାତ୍ର ୯ଘଟିକା । ନୂଆସହିର ଅମୀୟ ପ୍ରସାଦ ଛାଟୋଇ ଓ ତାଙ୍କ ପରିବାର ଘରେ ଟିଭି ଦେଖିବାରେ ବ୍ୟସ୍ତ । ଏହି ସମୟରେ ଏକ ସାଢ଼େ ୪ ଫୁଟ ଲମ୍ବର ଏକ ନାଗ ସାପ ତାଙ୍କ ଘରେ ଭିତରେ ପସିବାକୁ ଲାଗିଲା । ଘରର ଦୁଆର ମୁହଁରେ ବନ୍ଧା ହୋଇଥିବା ୨ ବର୍ଷ ୬ ମାସର ଲାବ୍ରୋଟର ଜାତୀୟ ପୋଷା କୁକୁର ।

କୁକୁରଟି ନଗକୁ ଦେଖି ଭୁକିବା ସହ ତାର ଆଗ ଗୋଡରେ ଖୁମ୍ପିବାକୁ ମଧ୍ୟ ଲାଗିଲା । ଏହିପରି ନାଗ ଏବଂ କୁକୁରର କିଛି ସମୟ କସରତ ହେବାପରେ କୁକୁରର ଭୁକିବା ଶବ୍ଦ ଜୋରରେ ହେବାରୁ, ଶେଷରେ ମାଲିକ ଅମୀୟ ପ୍ରସାଦ ଛାଟୋଇ, ପୁଅ ସ୍ୱସ୍ତିକ ଓ ସ୍ତ୍ରୀ ବୈଜୟନ୍ତ ବାହାରକୁ ଆସି ଦେଖନ୍ତି ଯେ, ଏକ ନାଗ ସାପ ଘରେ ଭିତରକୁ ପସିବାକୁ ଯାଉଥିବା ବେଳେ, କୁକୁର ତାକୁ ଅବରୋଧ କରିବାରେ ବ୍ୟସ୍ତ ଅଛି । ସଙ୍ଗେ ସଙ୍ଗେ ଅମୀୟ ଗ୍ରାମ ଲୋକଙ୍କୁ ଫୋନ ଦ୍ୱାରା ଜଣାଇବା ପରେ ଗାଁ ଲୋକ ଜମା ହୋଇ ଦେଖିଲା ବେଳକୁ ନାଗ ସାପଟି କୁକୁରକୁ ମୁକାବିଲା କରି ନପାରି ଏକ କଣରେ ଗୁଡାଇ ହୋଇ ଲୁଚି ଯାଇଅଛି ।

ସ୍ଥାନୀୟ ବାଜପୁର ଗ୍ରାମର ସ୍ନେକ ହେଲ୍ପ ଲାଇନର ସଦସ୍ୟ ବ୍ରଜ କିଶୋର ସାହୁଙ୍କୁ ଫୋନ ଦ୍ୱାରା ଜଣାଇବା ପରେ ଶ୍ରୀ ସାହୁ, ସାପକୁ ଉଦ୍ଧାର ଜଙ୍ଗଲରେ ଛଡି ଦେଇଥିବା ଜଣାପଡିଅଛି । ଏଥିରେ ଗୋଟିକ କଥା ସ୍ପଷ୍ଟ ଯେ, ଆଜିର ସମାଜରେ ମଣିଷ ମଣିଷକୁ ବିଶ୍ୱାସ କରିପାରୁନଥିବା ବେଳେ, କୁକୁରର ଦୁଃସାହାଶିକତା ପାଇଁ ବଂଚିଅଛି ୩ ଗୋଟି ଅମୂଲ୍ୟ ଜୀବନ ।

Leave A Reply