Odisha news

ୟେଲୋ ୱାର୍ଣ୍ଣି ଜାରୀ କୋହଲା ପାଗ ସହ ବର୍ଷା

0

ଅସ୍ତରଙ୍ଗ : ଉତ୍ତର ଆଭ୍ୟନ୍ତରିଣ ଓଡିଶ ସମେତ ଉପକୂଳ ଓଡିଶାରେ ୟେଲୋ ୱାର୍ଣ୍ଣିଂ ସୃଷ୍ଟି ହେବା କାରଣ ନେଇ ଅସ୍ତରଙ୍ଗ ଉପକୂଳରେ ମଙ୍ଗଳବାର ଦିନ ସକାଳୁ ପାଗ ମେଘୁଆ ରହିବା ସହ ଠିକ୍ ୯ ଘଟିକା ଠାରୁ ବର୍ଷା ଆରମ୍ଭ ହୋଇଥିଲା । ଯାହାଫଳରେକି, ପାଗ ଖରାପ ରହିବାରୁ ପ୍ରବଳ ଥଣ୍ଡା ପବନ ଅନୁଭୂତ ହେବା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡିଥିଲା । ୩୦ ରୁ ୪୦ କି.ମି. ବେଗର ଥଣ୍ଡା ପବନ ବହିବାର ଆସଙ୍କା ଥିବାରୁ ପ୍ରଶାସନ ତରଫରୁ ଅସ୍ତରଙ୍ଗ ଉପକୂଳରେ ସତର୍କତା ଅବଲମ୍ବନ କରାଯାଇଅଛି । ଆହୁରି, ଏହି ବର୍ଷା ଓ ଥଣ୍ଡା ପବନ ଯୋଗୁଁ ଗାଇ ଗୋରୁ ଚାରଣ ଭୂମି ନଯାଇ ଗୁହାଳେ ବନ୍ଧା ହୋଇ ପଡିରହିଥିବା ସ୍ଥଳେ, ରବି ଫସଲ ଯାହାକି, ମୁଗ , ବିରି, କୋଳଥ ଆଦି ବର୍ଷା ଦ୍ୱାରା ନଷ୍ଟ ହେବାର ସମ୍ଭାବନା ଦେଖାଦେଇଥିବା ବେଳେ ପୋକ ମଧ୍ୟ ଲାଗିବାର ଅସଙ୍କା ସୃଷ୍ଟି ହୋଇଅଛି । ଏହି ଥଣ୍ଡା ପାଗ ୨୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବାକୁ ଥିବା ସ୍ଥଳେ ପାଗ ଭଲ ହେଲେ ଅସ୍ତରଙ୍ଗ ଉପକୂଳ ଅଂଚଳରେ ପ୍ରବଳ କୁହୁଡି ଅନୁଭୁତ ହେବ ବୋଲି ଆକଳନ କରାଯାଇଅଛି ।

Leave A Reply

Your email address will not be published.