Odisha news

ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ନକଲି ଶିକ୍ଷକ ଧରା ହେବେ କେବେ ? କେବେ ହେବ ସାର୍ଟିଫିକେଟ ଯାଞ୍ଚ

0

ଅସ୍ତରଙ୍ଗ :  ନକଲି ସାର୍ଟିଫିକେଟରେ ଚାକିରୀ କରିଥିବା ବ୍ୟକ୍ତି ମାନଙ୍କର ସାର୍ଟିଫିକେଟକୁ ଏବେ ସିବିଆଇ ସାରା ରାଜ୍ୟରେ ଖୋଳତାଡ କରୁଛି।ବିଭିନ୍ନ ଜିଲ୍ଲାରେ ଏବେ ରାଜ୍ୟ ବାହାରର ନକଲି ସାର୍ଟିଫିକେଟକୁ ନେଇ ତନାଘନା ଜୋର ଧରିଛି।ଏହି ନକଲି ସାର୍ଟିଫିକେଟର ଗନ୍ଧ ଏବେ ପୁରୀ ଜିଲ୍ଲା ଅସ୍ତରଙ୍ଗ,ଓ କାକାଟପୁର ବ୍ଲକ ଶିକ୍ଷା ବିଭାଗରେ ଅନୁରୂପ ଭାବେ ଦେଖିବାକୁ ମିଳୁଛି।ଉଭୟ ବ୍ଲକରେ ପ୍ରାୟ୧୦୦ ରୁ ଉର୍ଦ୍ଧ ନକଲି ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବିଭିନ୍ନ ଅନାମଧେୟ ଅଣପଞ୍ଜୀକୃତ ଅନୁଷ୍ଠାନ ଓ ରାଜ୍ୟ ବାହାର ନକଲି ଶିକ୍ଷାନୁଷ୍ଠାନ ଯାହାକି ଆନ୍ଧ୍ର, ନାଗାର୍ଜୁନ ଇନଭରସିଟି ,ହରିଆନା ଆଦି   ଗୁଡିକରୁ ନକଲି ବିଇଡି ସାର୍ଟିଫିକେଟ ଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚାକିରୀ କରୁଛନ୍ତି ।ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ତଥ୍ୟ ଭିତ୍ତିକ ଶୀର୍ଷକ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ଜିଲ୍ଲା ଅଧିକାରୀ ମାନେ ତାହାକୁ ଭୃକ୍ଷେପ ନ କରି କଣ ପାଇଁ  କୋହଳ  ମନୋଭାବ ପୋଷଣ କରି ନକଲି ସାର୍ଟିଫିକେଟର ଯାଞ୍ଚ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କଲେ ନାହିଁ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ଆଉମଧ୍ୟ, ଯେଉଁମାନେ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି , ଓଡ଼ିଶାରେ ଭଲ ଛାତ୍ର ଛାତ୍ରୀ  ବିଡ଼ି ଓ ସିଟି,ରହିଥିଲା ବେଳେ,ବାହାର ନକଲି,ଶିକ୍ଷା ନୁ ଷ୍ଠାନ ଗୁଡିକରୁ ମୋଟା ଅଙ୍କର ଅର୍ଥ ଦେଇ ସେମାନେ ଚାକିରି କରିଥିଲେ ବି,ସେମାନେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିପାରୁ ନାହାନ୍ତି । ଶିକ୍ଷା ଅଧିକାରୀଙ୍କୁ ପଚାରିବାରେ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ରାଜ୍ୟ ଶିକ୍ଷା ବିଭାଗରୁ ନିର୍ଦେଶ ଆସିଛି ଯାଞ୍ଚ କଲେ ଜଣାପଡିବ।କିନ୍ତୁ କେତେବେଳେ ଯାଞ୍ଚ ହେଲା,ଯାଞ୍ଚ ସମୟରେ କଣ ବାହାରିଲା ତାହା ସାର୍ବଜନୀନ କରାଗଲା ନାହିଁ।ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ,ଅସ୍ତରଙ୍ଗ ବ୍ଲକ ଶିକ୍ଷା ଅଧିକାରୀ କଣ ପାଇଁ ନୀରବତା ଅବଲମ୍ବନ କରୁଛନ୍ତି ତାହା ଭିଜିଲାନ୍ସ କିମ୍ବା ସିବିଆଇ ତଦନ୍ତ କଲେ ସତ୍ୟା ସତ ଜଣାପଡନ୍ତା  ।କଣ ପାଇଁ ନକଲି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ  ଅନୁକମ୍ପା ଦେଖାଉଛନ୍ତି।ଗଣ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ କେତେ ସଂଖ୍ୟକ ନକଲି ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ତାହାର ଏକ ସମୀକ୍ଷା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।କିନ୍ତୁ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ଏଠାରେ କଣ ପାଇଁ କାର୍ଯ୍ୟକାରୀ କରାଯାଉ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ନା ଅଧିକାରୀ ମାନେ କାହା ଚାପର ବଶବର୍ତ୍ତୀ ହୋଇ ନୀରବତା ଅବଲମ୍ବନ କରୁଛନ୍ତି ତାହା ଜାଣିବା ମୁସ୍କିଲ । ଶିକ୍ଷା କ୍ଷେତ୍ରରେ ସ୍ଵଛତା ଆଣିବାକୁ ହେଲେ,ଗଧିଆ ନକଲି ଶିକ୍ଷକ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଛଟେଇ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Govt
Leave A Reply