ଆସିକା, ୨୮/୭- କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହି ଥିବା ପଶ୍ଚିମବଙ୍ଗ ର ନିର୍ମାଣ ଶ୍ରମିକ ମାନେ ପିଲାଛୁଆଙ୍କୁ ଧରି ଲକଡାଉନ ପରଠାରୁ ଭୋକ ଉପବାସରେ ରହୁଥିବା ଖବର ପାଇ ପୋଲିସ ସହାୟତା ର ହାତ ବଢ଼ାଇଛି । ଉପ ଖଣ୍ଡ ଆରକ୍ଷୀ ଅଧିକାରୀ ସୂର୍ଯ୍ୟ ମଣି ପ୍ରଧାନ, ଭାର ପ୍ରାପ୍ତ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଶନିବାର ସଂଧ୍ୟା ରେ ସେଠାରେ ପହଞ୍ଚି ପ୍ରାୟ ୩୦ ଜଣ ଶ୍ରମିକ ଓ ପରିବାର ଙ୍କୁ ଖାଦ୍ୟ ଓ ପାନୀୟ ର ବନ୍ଦୋବସ୍ତ କରି ଥିଲେ। ନିୟୋଜିତ କରିଥିବା ଠିକ ସଂସ୍ଥା ଶ୍ରମିକ ସେମାନଙ୍କ ପରିବାର କୁ ନିଜ ଗ୍ରାମ କୁ ଯିବା ନିମନ୍ତେ କୌଣସି ବ୍ୟବସ୍ଥା କରୁ ନଥିବା ସେମାନେ ଅଭିଯୋଗ କରିଥିବା ବେଳେ ସେମାନେ ଙ୍କୁ ଖାଦ୍ୟ ପେୟ ର ସୁବ୍ୟବସ୍ଥା। କରିବା କୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।