ଆସିକା : ସ୍ଥାନୀୟ ଅତିରିକ୍ତ ଜିଲ୍ଳା ଜଜ କୋର୍ଟ ରେ ହିଞ୍ଜିଳି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ରେ ଜୈନିକ ମାନସିକ ଭିନ୍ନକ୍ଷମ ମହିଳା ଙ୍କୁ ଦୁଷ୍କର୍ମ ମାମଲା ବିଚାରଣା ଚାଲିଥିବା ବେଳେ ଅତିରିକ୍ତ ଜିଲ୍ଳା ଜଜ ପ୍ରବୀର କୁମାର ଚୌଧୁରୀ ଅଭିଯୁକ୍ତ ପ୍ରଭାକର ସ୍ବାଇଁ ଙ୍କୁ ଆଜି ଦଣ୍ଡାଦେଶ ସୁଣାଇଛନ୍ତି। ୨୫ ଡ଼ିସେମ୍ବର ୨୦୨୦ ତାରିଖ ସକାଳୁ ୨୭ ବର୍ଷୀୟ ମାନସିକ ଭିନ୍ନକ୍ଷମ ମହିଳା ଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ତାଙ୍କ ମା ଅନୁସାୟା ସ୍ବାଇଁ ହିଞ୍ଜିଳି ଥାନା ରେ ଅଭିଯୋଗ କରିଥିଲେ। ହିଞ୍ଜିଳି ଥାନା କେସ ନଂ ୪୬୦/୨୦ ୨୦ ରେ ପୋଲିସ ମାମଲା ରୁଜୁ କରିଥିଲା। ଆଇ ପି ଏସ ଅଧିକାରୀ ଜି ଆର୍ ଗୁଣ୍ଡଲା ଙ୍କ ନେତୃତ୍ୱ ରେ ତଦନ୍ତକାରୀ ପୋଲିସ ତଦନ୍ତ କରି ଅଭିଯୁକ୍ତ ପ୍ରଭାକର ସ୍ବାଇଁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସ୍ଥାନୀୟ ଅତିରିକ୍ତ ଜିଲ୍ଳା ଜଜ କୋର୍ଟ ରେ ଏହି ମାମଲା ର ବିଚାରଣା ଚାଲିଥିବା ବେଳେ ଅତିରିକ୍ତ ଜିଲ୍ଳା ଜଜ ୧୫ ସାକ୍ଷୀ ଙ୍କ ବୟାନ କୁ ଭିତ୍ତି କରି ଆଜି ଅଭିଯୁକ୍ତ ପ୍ରଭାକର ସ୍ବାଇଁ ଙ୍କୁ ଆଇ ପି ସି ଧାରା ୩୭୬ ଓ୪୫୦ ରେ ଦୋଷୀ ସାବ୍ୟସ୍ତ କରିଛନ୍ତି।ଧାରା ୩୭୬ ରେ ୧୨ବର୍ଷ ଜେଲ ୧୦ ହଜାର ଜରିମାନା ଅନାଦେୟ ୬ ମାସ ଜେଲ ଓ ଧାରା ୪୫୦ ରେ ୫ ବର୍ଷ ଜେଲ୫ ହଜାର ଟଙ୍କା ଜରିମାନା ଅନାଦେୟ ୩ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଅତିରିକ୍ତ ଜିଲ୍ଳା ଜଜ କୋର୍ଟ ରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପି ପି ସୁଧାଂଶୁ ପଣ୍ଡା ଓ ଜି. ସୂର୍ଯ୍ୟ ପ୍ରକାଶ ରାଓ ଏହି ମାମଲା ପରିଚାଳନା କରିଥିଲେ।