ଆସିକା : ବାଲିସିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜାତୀୟ କନ୍ୟା ସନ୍ତାନ ଦିବସ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ମଧୁସୂଦନ ବାରିକ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମ ରେ ଅତିଥି ରୂପେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ , ତହସିଲଦାର ସଞ୍ଜୟ ସାମନ୍ତରା,ବାଲିସିରା ସରପଞ୍ଚ ଦୈତାରୀ ବେହେରା ଯୋଗ ଦେଇ ସମାଜରେ କନ୍ୟା ସନ୍ତାନ ର ଭୂମିକା ଓ ସେମାନଙ୍କ ଗୁରୁତ୍ୱ ଓ ଅଧିକାର ବିଷୟରେ କହିଥିଲି।। ବିପିଏମ ସାଗରିକା ମିଶ୍ର ଙ୍କ ସଂଯୋଜନା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବାଲିସିରା ର ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ କନ୍ୟା ଶକ୍ତି ଅବର୍ଣ୍ଣନୀୟ ଓ ଅଦମ୍ୟ ବିଷୟରେ ପ୍ରତିଯୋଗିତା କରାଯାଇ କୃତି ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଛି। ଛାତ୍ର ଛାତ୍ରୀଓ ଶିକ୍ଷକ ଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଙ୍କୁ ନେଇ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।ଦାସ କାଠିଆ ଓ ଲୋକ ନୃତ୍ୟ ମାଧ୍ୟମରେ କନ୍ୟା ଭୃଣ ଚିହ୍ନଟ ଓ ନଷ୍ଟ ବିରୋଧ ରେ ସଚେତନତା କରାଯାଇଛି। ଏ ଲଷ୍ମୀ ଦେବୀ, ସୁଜିତ ପାତ୍ର,ପୁର୍ଣ ଚନ୍ଦ୍ର ପାଢ଼ୀ, ସରୋଜ ପାଢ଼ୀ, କୁବେର ପାତ୍ର ପ୍ରମୁଖ ସହଯୋଗ କରିଥିଲେ।
