Odisha news

ଆସିକା : ମନ୍ଦିର କୁ ବହୁଡିଲେ ଚତୁର୍ଦ୍ଧାମୂର୍ତ୍ତି

0

ଆସିକା :ଏକାଦଶୀ ସହ ବାହୁଡ଼ା ପର୍ବ ର ସମସ୍ତ ନୀତି କାନ୍ତି ସାରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତି  ବୁଧବାର ସଂଧ୍ୟା ରେ ନିଜ ମନ୍ଦିର ଗର୍ଭ ଗୃହ ରେ ବିଜେ କରିଛନ୍ତି।

ଆସିକା ସହରର ସୁନାମ୍ବ ସାହି,ବଡ଼ମୁନି ସାହି, ଖମ୍ବେଶ୍ୱରୀପାଟଣା, ନୂଆଗାଁ, କାଳଷଣ୍ଢପୁର  ଏବଂ ଅନ୍ୟ ବିଭିନ୍ନ ଗ୍ରାମ ରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରରେ ପ୍ରଭୁ  ଙ୍କ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ପାରିନଥିଲେ  କି ପାରମ୍ପରିକ ରଥଯାତ୍ରା ଅନୁଷ୍ଠିତ ହୋଇପାରି ନଥିଲା।

ତେବେ ମନ୍ଦିର ନିକଟରେ ଥିବା ଅସ୍ଥାୟୀ  ମଣ୍ଡପ କିମ୍ବା ଗୃହ ରେ  ମହାପ୍ରଭୁ ଙ୍କୁ ପହଣ୍ଡି ବିଜେ କରାଯାଇ ପ୍ରତୀକାତ୍ମକ  ଯାତ୍ରା ର ଆୟୋଜନ କରାଯାଇଥିଲା। ସମ୍ପ୍ରତି କରୋନା ର  କଟକଣା  ମଧ୍ୟ  ରେ ମନ୍ଦିର ର ଅସ୍ଥାୟୀ ଗୁଣ୍ଡିଚା ମଣ୍ଡପ ରେ ହାତ ଗଣତି ଭକ୍ତ,ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ପୂଜକଙ୍କୁ ନେଇ ମହାପ୍ରଭୁ ଙ୍କ ସମସ୍ତ ରୀତିନୀତି ପ୍ରତେକ ଦିବସରେ ପାଳନ କରାଯାଇ ପ୍ରଭୁ ଙ୍କ ପ୍ରତୀକାତ୍ମକ ନବଦିନ ଉତ୍ସବ ଶାନ୍ତି ଶୃଙ୍ଖଳା ର ସହ ସମାପ୍ତ ହୋଇଥିଲା।

Leave A Reply

Your email address will not be published.