Odisha news

ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ର ପ୍ରାଣ ଗଲା

0

ଆସିକା  : ସ୍ଥାନୀୟ ଥାନା ଅନ୍ତର୍ଗତ କିଶୋର ଚନ୍ଦ୍ର ପଲ୍ଲୀ ଗ୍ରାମ ର ହରିଜନ ସାହିରେ ଗତ ରାତ୍ରୀ ରେ ବୋହୂ ର କାଠ ଫାଳିଆ ମାଡ଼ ରେ ଶ୍ୱଶୁର ସୀମାଞ୍ଚଳ ନାୟକ (୫୫) ଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପ୍ରୋବେଶନ ଆଇ ପି ଏସ ନାଚିକେତା ସେଲକେ ଆସିକା ଏସ ଡି ପି ଓ ଉମା ଶଙ୍କର ସିଂ  ଘଟଣା ସ୍ଥଳ ରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥି ନେଇ ମୃତକ ର ଭାଉଜ ରଙ୍ଗବତୀ ନାୟକ ର ଅଭିଯୋଗ ପ୍ରକାରେ ଆସିକା ଥାନା ରେ  ପୋଲିସ ଏକ ହତ୍ୟା ମାମଲା ୩୨୦/୨୨ ରୁଜୁ କରିବା ସହିତ ଘଟଣା ସ୍ଥଳ ରୁ  ମୃତ ଦେହ କୁ ଜବତ କରି ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ମାମଲା ରେ ପୋଲିସ ଅଭିଯୁକ୍ତ ବୋହୂ ସୁଲତା ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତକ ସୀମାଞ୍ଚଳ ତାର ବଡ଼ ପୁଅ  ସୂର୍ଯ୍ୟ ର ଘରେ ରହୁଥିଲି। ସୂର୍ଯ୍ୟ ସୁରାଟ ରେ ରହୁଥିବା ବେଳେ ଘରେ ସୀମାଞ୍ଚଳ ତାର ବୋହୂ ସୁଲତା ଓ ସୁଲତା ର ଝିଅ ରହୁଥିଲେ। ସୁଲତା ସବୁ ବେଳେ ତାର ଶ୍ବଶୁର ସୀମାଞ୍ଚଳ କୁ ଗାଳିଗୁଲଜ ମାର ପିଟ କରୁଥିଲା ଗତରାତ୍ରୀ ରେ  ବୋହୂ ସୀମାଞ୍ଚଳ କୁ ଏକ କାଠ ଫାଳିଆ ରେ ବାରମ୍ବାର ପିଟିବାରୁ ସେ ଘର ପଛପଟେ ମରି ପଡିଥିଲା। ସକାଳୁ ରଙ୍ଗବତୀ ଓ ଗ୍ରାମବାସୀ ସୀମାଞ୍ଚଳ ର ମୃତ ଦେହ କୁ ଦେଖି ପୋଲିସ କୁ ଖବର ଦେଇଥିଲେ।

IEC 2 years
Leave A Reply