ଆସିକା : କରୋନା ସଂକ୍ରମଣରେ ଆସିକା ସହର ଓ ବ୍ଲକ ଅଞ୍ଚଳରେ ଆଜି ପୁଣି ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ କରୋନା ଯୋଦ୍ଧା ରହିଥିବା ବେଳେ ୪୮ ଜଣ ସାଧାରଣ ଜନତା ରହିଛନ୍ତି। ଆଜି ସୁଦ୍ଧା ଆସିକା ସହର ରେ୨୨୮ଓ ବ୍ଲକ୍ ରେ୧୮୩ ଙ୍କୁ ମିଶାଇ ମୋଟ ୪୧୧ଜଣ ଙ୍କୁ କରୋନା ଆକ୍ରାନ୍ତ କରିଥିବା ବେଳେ ୨୩୬ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି। ଏଥିମଧ୍ୟରୁ ଆସିକା ସହରାଞ୍ଚଳରେ ୧୦୪ ଆକ୍ରାନ୍ତ ଓ ଗ୍ରାମାଞ୍ଚଳରେ ୭୧ ଆକ୍ରାନ୍ତ ଙ୍କୁ ମିଶାଇ ମୋଟ ୧୭୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୮ ଦୁଃଖଦ ମୃତ୍ୟୁ ହୋଇଛି। ରାଜ୍ୟ ରୁ ଲକ୍ଷାଧିକ ପ୍ରବାସୀ ସଂଗରୋଧ ରହି ଆସିକା ସମେତ ଗଞ୍ଜାମ ଜିଲ୍ଲା ରେ ନିଜ ନିଜ ଘର କୁ ଫେରିଥିଲେ। ବର୍ତ୍ତମାନ ବିଭିନ୍ନ ଗ୍ରାମ ସମେତ ସହରାଞ୍ଚଳରେ କରୋନା ରୋଗୀ ଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବା ରୁ ଗୋଷ୍ଟି ସଂକ୍ରମଣ ହେବା ଆଶଙ୍କା କରାଯାଇଛି। ବିଶେଷ କରି ଆସିକା ବ୍ଲକ୍ ଓ ସହରାଞ୍ଚଳରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସିକା ରେ ଅଧିକ ସତର୍କତା ପଦକ୍ଷେପ କରାଯାଇଛି। ତେବେ ସଂକ୍ରମଣ ରୋକିବାରେ ଏହା ବିଶେଷ ସହାୟକ ହୋଊ ନଥିବାରୁ ସାଧାରଣରେ ଚିନ୍ତାର କାରଣ ହୋଇଛି।
