Odisha news

ଆସିକାରେ ସମୂହ ସ୍ବାସ୍ଥ୍ୟଯାଞ୍ଚ ଆରମ୍ଭ : ରାପିଡ ଏଣ୍ଟିଜେନ୍ କିଟ୍ ରେ ଟେଷ୍ଟ ନହେବାରୁ ନୈରାଶ୍ୟ

0

ଆସିକା(ସଵ୍ୟୁ) : ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ ରେ ସଟ୍ ଡାଉନ୍ କରି ସହରାଞ୍ଚଳ ରେ ଜନସାଧାରଣ ଙ୍କ ସ୍ବାସ୍ଥ୍ୟଯାଞ୍ଚ  ଗୁରୁବାର ପୂର୍ବାହ୍ନ ରେ ଆରମ୍ଭ ହୋଇଛି। ଆସିକା ସହରାଞ୍ଚଳ ର ୧୮ ଟି ୱାର୍ଡ ରେ ଶିକ୍ଷକ,ଅଙ୍ଗନବାଡ଼ି କର୍ମୀ,ଏନ୍ ଏ ସି କର୍ମଚାରୀ , ଆୟୁଷ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମିଳିତ ଭାବେ ଘର କୁ ଘର ବୁଲି  ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ନିୟୋଜିତ କର୍ମଚାରୀ ମାନେ ଯେଉଁ ଢଙ୍ଗରେ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ତାହା ସାଧାରଣରେ ନୈରାଶ୍ୟ ଦେଖା ଦେଇଛି।

କର୍ମଚାରୀ ମାନେ ସାଧାରଣରେ ଥର୍ମାଲ ଟେମ୍ପେରେଚର ଯାଞ୍ଚ କରିଥିବାବେଳେ କାଁ ଭାଁ ଅଳ୍ପ କିଛି ଲୋକ ଙ୍କ  ଅକ୍ସୀ ମିଟର ରେ ଶ୍ୱାସ ଗତି ଯାଞ୍ଚ କରିଥିଲେ। ରାପିଡ ଏଣ୍ଟିଜେନ୍ କିଟ୍ ରେ ଟେଷ୍ଟ  କରିବା କୁହା ଯାଇଥିଲେ ମଧ୍ୟ କାହାର ବି ଏହି ଟେଷ୍ଟ କରାଯାଇନଥିବା ଜଣାଯାଇଛି। ଅପର ପକ୍ଷରେ ଗୋଟିଏ ଅକ୍ସୀ ମିଟର କୁ ବାରମ୍ବାର ସାନିଟାଇସ୍ କରି ଘର କୁ ଘର ଯାଇ ଲୋକ ଙ୍କ ଯାଞ୍ଚ କରିବା ସାଧାରଣ ରେ ନାପସନ୍ଦ କରାଯାଇଛି। ଏହା କରୋନା  ଯାଞ୍ଚ ନା ଘର କୁ କରୋନା କୁ ନିମନ୍ତ୍ରଣ ତାହା ସାଧାରଣରେ କଟାକ୍ଷ ପ୍ରକାଶ ପାଇଛି। ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ଙ୍କୁ j ଯୋଗାଯୋଗ  କରିବାରେ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ୮ ଆୟୁଷ ଡାକ୍ତର ଙ୍କ ତତ୍ତ୍ଵାବଧାନରେ ରେ ପ୍ରାୟ ଏକ ସପ୍ତାହ ଧରି ଚାଲିବା ର ସୂଚନା ଦେଇଛନ୍ତି।

Leave A Reply