Odisha news

ନିଆରା ଢଙ୍ଗରେ ଗଣେଶ ପୂଜା: ତିରିଶି ହଜାର ଗଣେଶ ପ୍ରଦର୍ଶିତ କଲେ”ମମ”ସ୍କୁଲ

0

ଆସିକା : ଆସିକା ର “ମମ “ସ୍କୁଲରେ ତିରିଶି ହଜାର ଗଣେଶଙ୍କୁ ପୂଜା କରି ପ୍ରଦର୍ଶିତ କରିଛନ୍ତି ଛାତ୍ର ଛାତ୍ରୀ।କେଉଁ ମୂର୍ତ୍ତି ଧ୍ୟାନ ମୁଦ୍ରାରେ ତ ଆଉ ଅନ୍ୟଟି ଆଶ୍ରିବାଦ ମୁଦ୍ରାରେ।ସେମିତି ତାଣ୍ଡବ ମୁଦ୍ରାରେ ମଧ୍ୟ ଗଣେଶ ।ଏପରିକି ଭଳିକି ଭଳି ଗଣେଶ,ତାହା ପୁଣି ବିଭିନ୍ନ  ପ୍ରକାରର ଧାତୁ,ଶସ୍ୟ,ପଥର,ବର୍ଜ୍ୟବସ୍ତୁରେ ନିର୍ମିତ ଗଣେଶ ମୂର୍ତ୍ତିକୁ ପୂଜା କରିଥିଲେ “ମମ” ସ୍କୁଲ ପିଲେ। ଏହା କୌଣସି ରେକର୍ଡ ଉଦ୍ଧେଶ୍ୟରେ ପୂଜା କରିବା କିମ୍ବା ପ୍ରଦର୍ଶିତ କରିବା ସ୍କୁଲର ଲକ୍ଷ ନୁହେଁ।ବରଂ ପିଲାଙ୍କ ନିଷ୍ଠା ଓ ଲଗନ ଦ୍ୱାରା ଏହା ସମ୍ଭବ ହୋଇ ପାରିଛି।
ପ୍ରତିଷ୍ଠାତା ପ୍ରଣବ ରଥ ଙ୍କ ମାର୍ଗ ଦର୍ଶନ ପ୍ରକାରେ ବିଦ୍ୟାର ଆଧାର ହେଉଛନ୍ତି ଗଣପତି ତଥା ଗଜାନନ।ତାଙ୍କ ପ୍ରତି ଭାବ ଓ ଲକ୍ଷ  ଏବଂ ଏକାଗ୍ର ଚିତ୍ତ ଲଗାଇ ସ୍କୁଲର ଛାତ୍ରଛାତ୍ରୀ ମାନେ ମନେ ସଂଗୃହିତ କରିଛନ୍ତି ଭିନ୍ନ ଭିନ୍ନ ପ୍ରକାରର ଗଣେଶ।ପିଲାମାନେ ନିଜେ ନିଜେ ପ୍ରସ୍ତୁତ କରିଛନ୍ତି ପନିପରିବା, କାଚ,ପଥର,ଗୋଡି,ମାଟି,ଶସ୍ୟ, ଧାନ, ମାଣ୍ଡିଆ,ବିରି,ମୁଗ,ମଞ୍ଜି ଭଳି ଅନେକ ପଦାର୍ଥ ରେ କରିଛନ୍ତି ଗଣେଶ।ଏପରିକି ବର୍ଯ୍ୟ ବସ୍ତୁକୁ ଦେଇଛନ୍ତି ସ୍ୱରୂପ ଓ ଜୀବନ।ଏଥିରେ ହିଁ ରହିଛି ଭକ୍ତି ଓ ପୂଜା ପ୍ରତି ନିଷ୍ଠା।
ପିଲାଙ୍କ ଏକାଗ୍ରତା ବୃଦ୍ଧି ସକାଶେ ସ୍କୁଲ ପ୍ରତିଷ୍ଠାତା ପ୍ରଭୁ ଅଗ୍ରପୂଜ୍ୟ ଗଜାନନ ଙ୍କ ପାଇଁ ଭଳି କି ଭଳି ମୂର୍ତି ତିଆରି କରିଛନ୍ତି।ପାଠ ପଢିବା ସହ ପିଲାଙ୍କ ଅନ୍ତର୍ନିହିତ  ଟେଲେଣ୍ଟକୁ ଜାଗ୍ରତ କରିବା ପାଇଁ ଅନ୍ୟ ଏକ ପ୍ରୟାସ।ଅଭିଭାବକ ମନେ ମଧ୍ୟ ପିଲାଙ୍କ ଚିନ୍ତା ଓ ଚେତନାକୁ ସମ୍ମାନ ଦେଇ ଗଣେଶ ମୂର୍ତ୍ତ ମଧ୍ୟ ଦିଅନ୍ତି।ଏତେ ଗୁଡିଏ ଗଣେଶ ସଂଗ୍ରହ କରି ତାକୁ ଏକ ମନ୍ଦିର ସ୍ଥାପନ ଚିନ୍ତା କରାଯାଇଥିବା ସୂଚନା ଦେଇଛନ୍ତି ସ୍କୁଲ ସଂପାଦକ ରବୀନ୍ଦ୍ର ପାତ୍ର।

Leave A Reply