Odisha news

ଅମଲା ମିଳିତ ମଞ୍ଚ ତରଫରୁ ଗ୍ରେଡ ପେ ବୃଦ୍ଧି ଦାବି

0

ଆସିକା : ଗ୍ରେଡ଼ ପେ ବୃଦ୍ଧି ଦାବି ରେ ଆସିକା ଅମଲା  ମିଳିତ ମଞ୍ଚ ତରଫରୁ  କିରଣ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇସାରିଛି I ଦୀର୍ଘ ଦିନ ଧରି ରାଜ୍ୟ ରେ କାର୍ଯ୍ୟରତ ଅମଲା ମାନେ  ସେମାନଙ୍କ ଉପରେ ଥିବା କାର୍ଯ୍ୟ ଦାୟିତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ଭିତିରେ ଗ୍ରେଡ଼ ପେ ୪୨୦୦/- ବାରମ୍ବାର ଦାବି କରି ଆସୁଅଚ୍ଛି କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବାରୁ ସଙ୍ଘ କ୍ଷୋଭ ପ୍ରକାଶ କରିଛି I ଏହାର ପ୍ରତିବାଦରେ ଆସନ୍ତା ୨୨/୦୫/୨୦୨୩ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ରୁ ଅଧିକ ଦିନ ଧରି କଳାବ୍ୟାଚ ପରିଧାନ କରିବା ନିଷ୍ପତ୍ତି ହୋଇଛି I ରାଜ୍ୟ ସରକାର ତଥାପି ଅମଲା ମାନ ଙ୍କ ଦାବି ପୂରଣ ନ କରନ୍ତି ତେବେ ରାଜ୍ୟ ର ସମସ୍ତ ଅମଲା, ରାଜ୍ୟ ମିଳିତ ମଞ୍ଚ ର ନିର୍ଦେଶକ୍ରମେ  ଆସନ୍ତା ଜୁନ ୧ ତାରିଖ ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ  ଓହ୍ଲାଇବେ I

ପ୍ରକାଶ ଥାଉ କି ରାଜ୍ୟ ସରକାର ଙ୍କ ଅମଲା ଚାକିରୀ ସର୍ତ୍ତାବଳି ରେ ଗ୍ରାଜୁଏସନ ସହ କମ୍ପୁଟର ଶିକ୍ଷା ବାଧ୍ୟତା ମୁଳକ କରିଥିବା ବେଳେ ସମସ୍ତ ଅମଲା ଦୁଇଟି ଲିଖିତ ପରୀକ୍ଷା ଏବଂ ଗୋଟିଏ କମ୍ପୁଟର ଜ୍ଞାନ ପରୀକ୍ଷା ରେ ଉତୀର୍ଣ୍ଣ  ହୋଇ ସରକାର ଙ୍କ ଚାକିରୀ ରେ କୁଶଳୀ କର୍ମଚାରୀ ଭାବେ ଯୋଗଦାନ ଦେଇ ସରକାର ଙ୍କ ବିଭିନ୍ନ କାର୍ଯ୍ୟାଳୟ ରେ ଫାଇଲ ଠୁ ଆରମ୍ଭ କରି ଜରୁରୀ କାଳୀନ ସେବା ଯଥା Covid-19, ବାତ୍ୟା ଓ ବନ୍ୟା ଭଳି ଅପାତକାଳୀନ ପରିସ୍ଥିତି ରେ କାର୍ଯ୍ୟ କରି ଆସୁଅଛନ୍ତି I

ସେମାନଙ୍କୁ ଗ୍ରେଡ଼ ପେ ପ୍ରଦାନ ନ କରିବା ଅତ୍ୟନ୍ତ ପରିତାପ ର ବିଷୟ ବୋଲି ବୈଠକ ରେ ଥିବା ଆସିକା ବ୍ଲକ ରେ ଅନ୍ତର୍ଭୁକ୍ତ କାର୍ଯ୍ୟାଳୟ ଯଥା କୃଷି, ତହସିଲ, ବ୍ଲକ, ଟ୍ରେଜେରୀ, ସବ୍ ରେଜିଷ୍ଟ୍ରାର, ଶିକ୍ଷା, ଏବଂ  ସମବାୟ ବିଭାଗ ଇତ୍ୟାଦି ଏହିଭଳି ଆସିକା ବ୍ଲକ ରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଅମଲା ମାନେ ରେ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଆସନ୍ତା ଜୁନ ୦୧ ଠାରୁ ସମୂହ ଛୁଟି ଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିବା କିରଣ ପାଢ଼ୀ ପ୍ରକାଶ କରିଛନ୍ତି।ବୈଠକରେ ସନ୍ତୋଷ କୁମାର ଗୌଡ଼ ସଭା ର ଉଦେଶ୍ୟ ବିଷୟରେ ଅବଗତ କରାଇଥିବା ବେଳେ ମଞ୍ଚରେ  ଅମଲା ସଂଘର ବରିଷ୍ଠ ସଭ୍ୟ ତୋଫାନ ଗୌଡ଼, ଜଗନ୍ନାଥ ଦାସ ଏବଂ  ସତ୍ୟ ନାରାୟଣ ପାଣିଗ୍ରାହୀ  ମଞ୍ଚରେମଞ୍ଚାସିନ ଥିଲେ।  ସୁନୀତା ପାତ୍ର, ମାନିନୀ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ଡାକୁଆ, କୃଷ୍ଣ ପାତ୍ର, ସୁରେଶ ମିଶ୍ର, ସନ୍ତୋଷ ନାୟକ, ମୁର୍ତୁଞ୍ଜୟ ତ୍ରୀପାଠୀ, ସୌଦାଗର ଦଳାଇ, ଜ୍ଞାନଚନ୍ଦ ମହାନ୍ତି ଓ ଦେବରାଜ ସାହୁ ଙ୍କ ସହ ବହୁ ଅମଲା ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Govt
Leave A Reply