Odisha news

ବ୍ଲକ ସ୍ତରୀୟ କୃଷକ ଦିବସ ପାଳିତ

0

ଆସିକା : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ଆସିକା ବ୍ଲକ କୃଷି ବିଭାଗ ତରଫରୁ ଚଢ଼େୟା ପଲ୍ଲୀ ପଂଚାୟତ ଅନ୍ତର୍ଗତ ତୁମ୍ବାଠେଙ୍ଗା ପଲ୍ଲୀ ଠାରେ ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳିତ ହେଇ ଯାଇଛି I ଉକ୍ତ କାର୍ଯ୍ୟକ୍ରମକୁ ଆସିକା କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧକ୍ଷ ରାଜେଶ ପଟ୍ଟନାୟକ ଙ୍କ ଆବାହକତ୍ୱ ରେ ଆସିକା ସାଂସଦ ପ୍ରତିନିଧି  ସତ୍ୟନାରାୟଣ ସ୍ୱାଇଁ, ବିଜ୍ଞାପିତ ଅଞ୍ଚଳ ଉପାଧକ୍ଷI  ଜୟନ୍ତୀ ବିଷୋୟୀ, ତହସିଲଦାର  ସଞ୍ଜୟ କୁମାର ସାମନ୍ତରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡା, ବ୍ଲକ କୃଷି ଅଧିକାରୀ  ବାସୁଦେବ ସାହୁ,ସହକାରୀ କୃଷି ଅଧିକାରୀ  ଶୁଭ୍ରତା ମିଶ୍ର, ଚଢ଼େୟା ପଲ୍ଲୀ ସରପଞ୍ଚ ଜୟସେନ ସ୍ୱାଇଁ, ସମିତି ସଭ୍ୟ ପିତାମ୍ବର ଜେନା, କାଉଁସିଲର ମଦନ ମୋହନ ନାୟକ, କାଳଷଣ୍ଡ ପୁର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ବେହେରା ଙ୍କ ସହ ବହୁ ଚାଷୀ ଉପସ୍ଥିତ ରହି ସରକାରଙ୍କ ଲୋକାଭିମୁଖୀ କୃଷକ ଙ୍କ ଯୋଜନା ଉପରେ ଆଲୋକ ପାତ କରିଥିଲେ I ଏହି କାର୍ଯ୍ୟକ୍ରମ ପରିଚାଳନାରେ କୃଷି ବିଭାଗର ସମସ୍ତ କ୍ଷେତ୍ର କର୍ମଚାରୀ ସହଯୋଗ କରିଥିଲେ I

Leave A Reply