Odisha news

ଭାଇକୁ ନୃଶଂସ ହତ୍ୟା ଘଟଣାରେ ବଡ଼ଭାଇ କୁ ଆଜୀବନ ଜେଲ

0

ଆସିକା : ସ୍ଥାନୀୟ ଅତିରିକ୍ତ ଜିଲା  ଦୌରା ଜର୍ଜ କୋର୍ଟ ରେ ମଙ୍ଗଳପୁର ଗ୍ରାମରେ ଗତ ୨୦୨୧  ରେ ସଂଗଠିତ ସାନ ଭାଇ ସଞ୍ଜୟ ପ୍ରଧାନ କୁ  ବଡ଼ଭାଇ  ହରିବନ୍ଧୁ ପ୍ରଧାନ ନୃଶଂସ ଭାବେ ହାଣି  ହତ୍ୟା କରିବା  ମାମଲାର  ରାୟ ଆଜି ପ୍ରକାଶପାଇଛି। ଏହି ହତ୍ୟା ମାମଲା ର  ବିଚାର କରି ଆସିକା ଅତିରିକ୍ତ ଜିଲା  ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ  ଅଭିଯୁକ୍ତ ବଡ଼ଭାଇ  ହରିବନ୍ଧୁ ପ୍ରଧାନ କୁ   ଦୋଷୀ ଘୋଷଣା କରି ଦଣ୍ଡିତ କରିଛନ୍ତି।  ଗତ୧୮/୦୬/୨୦୨୧ ଅପରାହ୍ନ ସମୟରେ ନିଜ ଗ୍ରାମ ମଙ୍ଗଳପୁରରେ ଦାଦା ପୀତବାସ ପ୍ରଧାନ ଙ୍କ ଘରେ  ସଞ୍ଜୟ ବସିଥିବା ବେଳେ ପାରିବାରିକ କଳହ ଓ ଅଶାନ୍ତୀ କୁ  ନେଇ ତାର ବଡ଼ ଭାଇ  ହରିବନ୍ଧୁ ଅଚାନକ ଏକ ଧାରୁଆ ଖଣ୍ଡା ରେ ହାଣି ଥିଲା। ସଞ୍ଜୟ ର ମୁଣ୍ଡ ଓ ହାତ ରେ ଗଭୀର ଆଘାତ ଲାଗିବା ସହିତ ଘଟଣା ସ୍ଥଳରେ ହିଁ  ତାର ମୃତ୍ୟୁ ହୋଇଥିଲା।   ଘଟଣା ନେଇ ମୃତକ ର ବାପା  ବାପା ରାମଚନ୍ଦ୍ର ପ୍ରଧାନ ଙ୍କ ଅଭିଯୋଗ ପରେ ପୋଲିସ ଥାନ କେଶ ନଂ୩୮୨/୨୧ ରେ ହତ୍ୟା ମାମଲା  ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥଲା। ପୋଲିସ ଅଭିଯୁକ୍ତ ହରିବନ୍ଧୁ କୁ  ବଡଗଡ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲା ର ଆସିକା ଏ ଡି ଜେ କୋର୍ଟ ରେ  ବିଚାରଣା   ଚାଲିଥିବା ବେଳେ ଚଉଦ ଜଣ ସାକ୍ଷୀ ଙ୍କ ପ୍ରମାଣ କୁ ଆଧାର କରି   ହତ୍ୟା ମାମଲା ର ଦଣ୍ଡ ବିଧାନ ହୋଇଛି। ହରିବନ୍ଧୁ କୁ ୩୦୨ ଓ ୪୪୯ ଦଫାରେ ଦୋଷୀ ଘୋଷଣା କରି  ଯଥାକ୍ରମେ ସଶ୍ରମ ଆଜୀବନ କାରାଦଣ୍ଡ ଓ ୧୦ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ ସହ ୧୦ ହଜାର ଟଙ୍କା ଜରିମାନା ଅନାଦେୟ  ୪ ମାସ ଜେଲଦଣ୍ଡ  ଶୁଣାଇଥିଲେ।
ସରକାରଙ୍କ ତରଫରୁ ଏହି ମାମଲା କୁ ଏ ପି ପି  ସୁଧାଂଶୁ କୁମାର ପଣ୍ଡା, ଓ ଜି ସୂର୍ଯ୍ୟ ପ୍ରକାଶ ରାଓ ପରିଚାଳନା କରୁଥିଲେ।

Leave A Reply