Odisha news

ଆସିକା ରେ ଋଷିକୂଲ୍ୟା ଜିଲ୍ଲା ଗଠନ ପ୍ରକ୍ରିୟା କୁ ତ୍ୱରାନିତ୍ଵ କରିବା ଦାବି

0
ଆସିକା :  ଗଞ୍ଜାମ ଜିଲ୍ଲା ର ଜନସାଧାରଣ ଙ୍କ ସୁବିଧା କୁ ଦୃଷ୍ଟି ରେ ରଖି ନୂତନ ଋଷିକୂଲ୍ୟା ଜିଲ୍ଲା ଗଠନ ଓ ସଦର ମହକୁମା ଆସିକା ଠାରେ ସ୍ଥାପନ ହେବା ଦାବି ରେ ଏକ ବୈଠକ ରବିବାର ରେ ଅନୁଷ୍ଟିତ ହୋଇଛି।ବରିଷ୍ଟ ଆଇନଜୀବୀ ଲଳିତ ମୋହନ ଦାସ ଓ ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ଆବାହକତ୍ୱରେ ଟାଉନ ହଲ ଠାରେ ଅନୁଷ୍ଟିତ ବୈଠକରେ ଆସିକା ଓକିଲ ସଂଘ ର ସଭାପତି ତଥା ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ଶର୍ମା ସଭାପତିତ୍ବ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଙ୍ଘରସମ୍ପାଦକ ନାରାୟଣ ମୁନି,ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ଡ଼ା. ଶ୍ୟାମଘନ ବିଶ୍ଵାଳ,ଆସିକା ପ୍ରେସ କ୍ଲବ ର ସଭାପତି ତଥା ବରିଷ୍ଟ ସାମ୍ବାଦିକ ସତ୍ୟ ନାରାୟଣ ରଥ,ବଣିକ ସଂଘ ର ଇ. ଅରୁଣ କୁମାର ପାତ୍ର ପ୍ରମୁଖ ମଞ୍ଚାସିନ ଥଲେ। ବୈଠକରେ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଓ ବହୁ ବୁଦ୍ଧିଜୀବି ଯୋଗଦେଇଥିଲେ। ବର୍ତ୍ତମାନ ରଜ୍ୟରେ ବହୁଳ ଜନସଂଖ୍ୟା ଓ ବୃହତ୍ ଗଞ୍ଜାମ ଜିଲ୍ଳା କୁ ଭୌଗଳିକ,ଗମନାଗମନ ଯୋଗାଯୋଗ ଓ ଜନସଂଖ୍ୟା ଦୃଷ୍ଟି ରୁ ବିଚାର କରି ଜିଲ୍ଲା ପୁନଃ ଗଠନ ସମୟରେ ଆସିକା ରେ ଋଷିକୂଲ୍ୟା  ଜିଲ୍ଲା ଗଠନ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ରାଜ୍ୟ ସରକାର ଙ୍କ ଏଥି ନେଇ ଦୃଷ୍ଟି ଆକର୍ଷଣ କରିବା ସହ ଆବଶ୍ୟକ ସ୍ଥଳେ ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପାଇଁ ମଧ୍ୟ ବହୁ ବକ୍ତା କହିଥଲେ।ଏଥିନେଇ ଶ୍ରୀ ଶର୍ମା ଙ୍କ ନେତୃତ୍ୱ ରେ ୧୪ ଜଣିଆ କମିଟି ଗଠନ କରାଯାଇଥିଲା।ପ୍ରକାଶ ଥାଉ କି ଆସିକା ରେ ଋଷିକୂଲ୍ୟା ଜିଲ୍ଲା ସ୍ଥାପନ ର ଯଥାର୍ଥତା  ଦର୍ଶାଯାଇ  ଗଞ୍ଜାମ ଜିଲ୍ଲା ର କେନ୍ଦ୍ର ସ୍ଥଳୀ ଆସିକା ର ୪୦ କି ମି ଭିତରେ ଆସିକା,କବିସୂର୍ଯ୍ୟନଗର, ଧରକୋଟ, ଶେରଗଡ଼,ସାନଖେମୁଣ୍ଡି,ହିଞ୍ଜିଳି,ସୋରଡ଼ା ଓ ପୋଲୋସରା  ବ୍ଲକ୍ କୁ ସାମିଲ କରାଯାଇଛି।ପ୍ରକାଶ ଥାଉକି ନୂତନ ଜିଲ୍ଲା ଗଠନ ନେଇ ରାଜ୍ୟ ସରକାର ଙ୍କ ପକ୍ଷରୁ ସଂକେତ ଦେବା ପରେ ଆସିକା ରେ  ଋଷିକୂଲ୍ୟା ଜିଲ୍ଲା ଦାବୀ ପୁନର୍ବାର ମୁଣ୍ଡ ଟେକିଛି। ଏ ନେଇ ଆସିକା ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଷ ରେ ଏକ ସ୍ମାରକ ପତ୍ର ମଧ୍ୟ ଦିଆଯାଇଛି।  ୧୯୯୨ ମସିହା ରୁ ଆସିକା ଓ ସଂଲଗ୍ନ ସାତ ଟି ବ୍ଲକ୍  ର ୫୦ ଟି ସଂଗଠନ ଆସିକା ଓକିଲ ସଂଘ ର ନେତୃତ୍ୱ ରେ  ନୂତନ ଋଷିକୂଲ୍ୟା ଜିଲ୍ଲା ଗଠନ ଓ ସଦର ମହକୁମା ଆସିକା ଠାରେ ସ୍ଥାପନ ହେଉ ବୋଲି ୪୬ ଦିନର ଆନ୍ଦୋଳନ ସହ ଆସ୍କା ବନ୍ଦ ଆନ୍ଦୋଳନ କରାଯାଇଥିଲା।
Nalco
Leave A Reply