Odisha news

କୋରୋନା ଯୁଦ୍ଧରେ ଆସିକା ର ଦୁଇ ଯୋଦ୍ଧା ଟଳିଲେ: ଜିଲ୍ଲା ର ପ୍ରଥମ ପୋଲିସ ,ବ୍ଲକ୍ ର ଦ୍ଵିତୀୟ ଶିକ୍ଷକ ମୃତ

0

ଆସିକା :କୋରୋନା ସ୍ଥିତି  ଆସିକା ସମେତ ଗଞ୍ଜାମ ଜିଲ୍ଲାରେ ଦିନ କୁ ଦିନ ଭୟଙ୍କର ରୂପ ଧାରଣ କରୁଥିବା ବେଳେ  ମୃତକ ଙ୍କ ସଂଖ୍ୟା ବଢ଼ି ଚାଲିଛି।  କୋରୋନା ର ମୁକାବିଲାରେ ନିୟୋଜିତ ଆସିକା ଥାନା ଅନ୍ତର୍ଗତ କୋଟିନଡ଼ାଫାଣ୍ଡି କନେଷ୍ଟବଲ୍ ଗୋଲକ ନାୟକ(୫୫)  ଓ ବ୍ଲକ ଅନ୍ତର୍ଗତ ସୀଙ୍ଗିପୂର  ପି ୟୁ ପି ସ୍କୁଲ ର ପ୍ରଧାନ ଶିକ୍ଷକ ଗୌର ହରି ବେହେରା ଦୁଇ କରୋନା  ଯୋଦ୍ଧା ଙ୍କ ଦୁଃଖଦ ମୃତ୍ୟୁ ହୋଇ ଥିବା ଜଣାପଡିଛି।କନେଷ୍ଟବଲ୍ ଗୋଲକ ଖବର ଜଣାପଡିବା ପରେ ସମସ୍ତ ପୋଲିସ ବିଭାଗ ଅଧିକାରୀ ଓ କର୍ମଚାରୀ ଙ୍କୁ ସ୍ତବଦ କରିଛି।

ପୋଲିସ ବାହିନୀ ର ମନୋବଳ ବଢ଼ାଇବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ଏସ ପି ବ୍ରିଜେଶ କୁମାର ରାୟ ଆଜି କୋଟିନାଡ଼ାଫାଣ୍ଡି ରେ ପହଞ୍ଚି  କନେଷ୍ଟବଲ ଗୋଲକ ନାୟକ  ପରିବାରକୁ ଭେଟି ସମବେଦନା ଜଣାଇଥିଲେଲେ।ମୃତ ଗୋଲକ ଙ୍କ ପୁଅ ଅକ୍ଷୟ ଙ୍କୁ ଶ୍ରୀ ରାୟ ପୋଲିସ ମହାନିର୍ଦେଶକ ଅଭୟ  ଙ୍କ ସହ ମୋବାଇଲ ରେ କଥା କରାଇ ଥିଲେ। ପୋଲିସ ମହାନିର୍ଦେଶକ ଅଭୟ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରି ସମବେଦନା ଜଣାଇଲେ।ଗଂଜାମ ପୋଲିସ ଜିଲାରେ ୮୦ ପୋଲିସ କର୍ମଚାରୀ କରୋନା ରେ ଅକ୍ରାନ୍ତ ହୋଇ ୬୮ ସୁସ୍ଥ ହେଲେଣି ଓ କନେଷ୍ଟବଲ ଗୋଲକ ନାୟକ ଗଞ୍ଜାମ ଜିଲ୍ଲା ଏପରିକି ରାଜ୍ୟ ରେ ଚାଲିଥିବା କୋରୋନା ଯୁଦ୍ଧ ରେ ପ୍ରଥମ ବଳିଦାନ ଦେଇଥିବା ଯୋଦ୍ଧା ବୋଲି ଏସ ପି ପ୍ରକାଶ କରିଥିଲେ।ବେଲଗୁଣ୍ଠା ବ୍ଲକ୍ ଇଙ୍ଗୀନାଟି ଗ୍ରାମ ର ମୂଳ ବାସିନ୍ଦା ଦୁଇ ବର୍ଷ ଧରି କୋଟିନଡ଼ାଫାଣ୍ଡି କନେଷ୍ଟବଲ୍ ଧରି କାର୍ଯ୍ୟରତ ଥିଲେ। ତାଙ୍କର ସ୍ତ୍ରୀ,ଦୁଇ ଝିଅ ଗୋଟିଏ ପୁଅ ସହ ଆସିକାରେ ରହୁଥିଲେ।

Nalco

Leave A Reply