Odisha news

ଅରୁଣାଚଳ ପ୍ରଦେଶରେ ଚୀନ୍ ର ଅନୁପ୍ରବେଶ : ଭାରତୀୟ ସେନା ଚୀନ୍ ସୈନ୍ୟଙ୍କୁ ଗିରଫ କଲେ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଚୀନ୍ ସୈନ୍ୟ ଆଉଥରେ ସୀମା ପାର୍ କରି ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଭାରତୀୟ ବୀର ଯବାନ ଏହାକୁ ଭଣ୍ଡୁର କରିଥିଲେ । ଗତ ସପ୍ତାହରେ ଏହିପରି କିଛି ଅନୁପ୍ରବେଶ କୁ ନେଇ କୁହାଯାଇଛି ଯେ ଭାରତୀୟ ସୈନ୍ୟ ଚୀନ୍ ସୈନ୍ୟଙ୍କୁ ଗିରଫ କରିଥିଲେ । କିନ୍ତୁ ଏହାକୁ ନେଇ ଚୀନ୍ ପକ୍ଷରୁ ପ୍ରତିକ୍ରିୟା ଆସିଚି ଯେ ତା ପାଖରେ କିଛି ଖବର ନାହିଁ ।
ଭାରତୀୟ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହା LAC କୁ ନେଇ ଏପରି ଅସୁବିଧା ଉପୁଜିଛି । ଏହା ଏଥିପାଇଁ ଘଟିଛି କାରଣ LAC ରେ ଭାରତ ଓ ଚୀନ୍ ର କୌଣସି ସୀମା ଅଙ୍କନ ହୋଇ ନାହିଁ ।
ଚୀନ୍ ଅରୁଣାଚଳ ପ୍ରଦେଶରେ ସବୁବେଳେ ସବୁବେଳେ ତିବ୍ବତ ର କିଛି ଅଂଶ ଉପରେ ନିଜର ହକ୍ ଜାହିର କରି ଆସୁଚି । ଲଦାକ୍ କୁ ନେଇ ମଧ୍ୟ ଚୀନ୍ ସବୁବେଳେ ଏପରି ପ୍ରତିକ୍ରିୟା ଦେଖାଇ ଆସୁଚି । କିନ୍ତୁ ସବୁବେଳେ ଭାରତୀୟ ସେନା ଏହାର ବିରୋଧ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
Shares