Odisha news

ବିକଳ୍ପ ଚିନ୍ତା କର

0

ସୌଭାଗ୍ୟ ରଂଜନ ମହାନ୍ତି(ରାଜା)ସାମ୍ବାଦିକ : ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ଗତ ୬ ମାସରୁ ଉଦ୍ଧ୍ୱର୍ ସମୟ ଧରି ରାଜ୍ୟ ସରକାରଙ୍କ ସମସ୍ତ ସତର୍କତା ଏବଂ ପ୍ରତିଷେଧାତ୍ମକ ପଦକ୍ଷେପ ସତ୍ୱେ ଏବେ ସଂକ୍ରମଣ ଦିନକୁ ଦିନ ଯେପରି କାୟା ବିସ୍ତାର କରିଚାଲିଛି ତାହା କେବଳ ଆତଙ୍କର ବାତାବରଣ ସୃଷ୍ଟି କରିନାହିଁ, ଉଭୟ ସରକାର ଓ ଜନସାଧାରଣଙ୍କ ନିଦ ହଜାଇ ଦେଲାଣି । ପ୍ରବାସୀ ଶ୍ରମିକ ଗତ ମେ’ ମାସରେ ଫେରିବା ପରେ କୁହାଯାଉଥିଲା ଯେ, ଜୁନ ମାସ ଚ୍ୟାଲେଞ୍ଜପୂର୍ଣ୍ଣ ହେବ । ମାତ୍ର କେବଳ ଜୁନ୍ ନୁହେଁ, ଜୁଲାଇ ଓ ଅଗଷ୍ଟ ମାସରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଯେପରି ବଢିଚାଲିଛି, ନକିଟ ଭବିଷ୍ୟତରେ କରୋନାର ପ୍ରାର୍ଦୁଭାବ ଯେ, ନିୟନ୍ତ୍ରଣକୁ ଆସିବ, ତାହା ଚିନ୍ତା କରିବା ବୃଥା । ଗତ ଶୁକ୍ରବାର ଦିନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସମସ୍ତ ପୂର୍ବ ରେକର୍ଡ ଭଙ୍ଗ କରି ୨୮୯୮ରେ ପହଁଚିଥିଲା ।

କେବଳ ଅଗଷ୍ଟ ମାସରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହାରାହାରୀ ୨୦୦ ଉପରେ ରହିଛି । କେବଳ ସଂକ୍ରମିତ ନୁହେଁ, ଅଗଷ୍ଟ ମାସ ମଧ୍ୟ ମୃତୁ୍ୟ ସଂଖ୍ୟାରେ ରେକର୍ଡ ସୃଷ୍ଟି କରିଛି । ଅଗଷ୍ଟରେ ଦୈନିକ ମୃତୁ୍ୟ ସଂଖ୍ୟା ହାରାହାରି ୧୦ ଉପରେ ରହିଥିବା ବେଳେ କେବଳ ଏଇ ମାସରେ ବର୍ତମାନ ସୁଦ୍ଧା ୨୨୩ ଜଣଙ୍କର ମୃତୁ୍ୟ ଘଟିଲାଣି । ଗତ ଏପ୍ରିଲ ମାସରେ ରାଜ୍ୟରେ ପ୍ରଥମ କରୋନା ରୋଗୀର ମୃତୁ୍ୟ ଘଟିଥିବା ବେଳେ ବର୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୪୦୦ ଟପିଗଲାଣି । ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ଟପିଗଲାଣି । କେବଳ ଏତିକି ନୁହେଁ, ଏବେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା କିଛି କମ୍ ନୁହେଁ, ଯାହାକି ବାସ୍ତବିକ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଛି ବୋଲି କହିଲେ ଅତୁ୍ୟକ୍ତି ହେବନାହିଁ । କାରଣ କ୍ୱାରାଟାଂଇନ୍ ବା ସଂଗରୋଧ ବ୍ୟବସ୍ଥା ବାହାରେ ସଂକ୍ରମିତଙ୍କ ସଂଖ୍ୟା ବଢିଲେ, ଚିକିସôକ ବା ସରକାର ଏ କ୍ଷେତ୍ରରେ କିଛି କରିପାରିବେ ନାହିଁ । ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ଏବେ ଦୈନିକ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ହାରାହାରି ୧ ହଜାର ଉପରେ ରହିଛି । ଯାହାକି ଗୋଷ୍ଠୀ ସଂକ୍ରମଣ ଠାରୁ କୌଣସି ମାତ୍ରାରେ କମ୍ ନୁହେଁ ବୋଲି କୁହାଯାଇପାରେ ।

କହିବା ବାହୁଲ୍ୟ ଯେ, କରୋନା ଯୋଦ୍ଧା ଭାବେ ପରିଚିତ ଡାକ୍ତର, ନସ. ସ୍ୱାସ୍ଥ୍ୟ କର୍ମୀ, ସରପଂଚ, ପୋଲିସ, ସାମ୍ବାଦିକ, ଅଗ୍ନିଶମ କର୍ମଚାରୀ କରୋନା କବଳରୁ ମୁକ୍ତ ନୁହଁନ୍ତି । ସଂକ୍ରମଣ ଯେଉଁଭଳି କାୟା ବିସ୍ତାର କରିଚାଲିଛି, କୁହାଯାଇଛି ଯେ, ଖୋଦ୍ ଡାକ୍ତରମାନେ ରୋଗୀ ଚିକିସôା କରିବାକୁ ଭୟ କଲେଣି । କେବଳ କରୋନା ଆକ୍ରାନ୍ତ ନୁହେଁ, ସାଧାରଣ ରୋଗୀଙ୍କୁ ମଧ୍ୟ ଡାକ୍ତରଖାନାରେ ଡାକ୍ତର, ସେବିକା, ଚିକିସôା ନକରି ଫେରାଇ ଦେଉଥିବା ଅଭିଯୋଗ ହେଲାଣି । ସାଧାରଣ ରୋଗୀ ଚିକିସôା ନପାଇ ବାରଦୂଆର ହେବା ପରେ ଶେଷରେ ମୃତୁ୍ୟ ମୁଖରେ ପଡ଼ିବା ସାର ହେଉଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ତଥା ଉଦ୍ବେଗଜନକ ଘଟଣା ହେଉଛି ଗତ ୮ ତାରିଖ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୦୦୦ ଏବଂ ମୃତକଙ୍କ ସଂଖ୍ୟା ୨୪୭ ଥିବାବେଳେ ଏବେ ମାତ୍ର ୧୫ ଦିନ ମଧ୍ୟରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଗଲାଣି । ଏଥିରୁ ରାଜ୍ୟରେ ସଂକ୍ରମଣ ହାର କିପରି କାୟାବିସ୍ତାର କରିଚାଲିଛି, ତାହା ବେଶ୍ ଅନୁମାନ କରାଯାଇପାରେ । ଖୋଦ ରାଜଧାନୀର ସ୍ଥିତି ଏବେ ଅସମ୍ଭାଳ । ଦୈନିକ ସଂକ୍ରମଣରେ ରାଜଧାନୀ ଭୁବନେଶ୍ୱର ଏବେ ଶୀର୍ଷରେ । ଉଲ୍ଲେଖଯୋଗ୍ୟ ଯେ, ଗତ ୧ମାସ ଧରି ସଂକ୍ରମଣରେ ଗଂଜାମ ଜିଲ୍ଲା ଶୀର୍ଷରେ ରହିବା ପରେ ଏବେ ଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ଶୀର୍ଷରେ ରହିଛି । ସଂଗରୋଧ ବାହାରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ଯେଭଳି ଭାବେ ବଢିଚାଲିଛି, ତାହା ପ୍ରଶାସନ ଓ ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ।

ରାଜଧାନୀ ସମେତ ରାଜ୍ୟର ୧୦ଟି ଜିଲ୍ଲାରେ ସଂକ୍ରମଣ ତଥା କରୋନା ରୋଗୀଙ୍କ ସଂଖ୍ୟା କେବଳ ୭୪ ପ୍ରତିଶତ ରହିଛି । ବିଶେଷ କରି ରାଜ୍ୟର ଜନବହୁଳ ଉପକୂଳବର୍ତୀ ଜିଲ୍ଲାଗୁଡିକରେ ଦୈନିକ ସଂକ୍ରମଣ ହାରାହାରୀ ୧ ଶତକ ଉପରେ । ସଂକ୍ରମଣର ହାର ନିକଟରେ ରାଜ୍ୟ ସରକାରଙ୍କ ସମସ୍ତ ସତର୍କତା ମୂଳକ ପ୍ରଚେଷ୍ଟା ପଦକ୍ଷେପ ଏକ ପ୍ରକାର ହାର ମାନିଛି ବୋଲି କୁହାଯାଇପାରେ । ଏହା ସତ୍ୱେ ଆଶ୍ୱସ୍ତି ଏହା ଯେ, ରାଜ୍ୟରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ ରହିଛି । ସେହି କରୋନା ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ଦେଶର ୬ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । କରୋନା ଭୂତାଣୁ ମୁକାବିଲା କ୍ଷେତ୍ରରେ ଦେଶରେ ପଥ ପ୍ରଦର୍ଶକ ସାଜିଥିବା ଓଡ଼ିଶାରେ ଯେପରି ସଂକ୍ରମଣ ବଢିଚାଲିଛି, ସରକାରଙ୍କୁ ବିକଳ୍ପ କୌଶଳ ସଂପର୍କରେ ଚିନ୍ତା କରିବାକୁ ସମୟ ଏବେ ଆସିଛି

Leave A Reply