ଉକ୍ରଳାନନ୍ଦ ଅଜୟ କୁମାର ବେହେରା : ପୁରାଣରେ ମିଳୁଛି, ରାଜା ଦଶରଥଙ୍କର ମନ୍ତ୍ରୀ ସୁମନ୍ତ୍ରଣା ଦାତା ସୁମନ୍ତ୍ରଙ୍କ ସହିତ ଅନ୍ୟ ମନ୍ତ୍ରୀ ମଣ୍ଡଳ ଥିଲା । ନାମ ତାଙ୍କର ଦଶରଥ ପଞ୍ଚକର୍ମେନ୍ଦ୍ରିୟ, ପଞ୍ଚଜ୍ଞାନେନ୍ଦ୍ରିୟ, ମିଶି ଦଶ ଏପୁଣି ଦଶ ଦିଗକୁ ନେଇ ପାରନ୍ତି । ଜଣେ ରାଜାର ପ୍ରଜାପାଳନ ନିଜର ଜୀବନଶୈଳୀ, ପରିବାର ଜୀବନ, ସାମାଜିକ ଜୀବନ, ସବୁରେ ଏଇ ଦିଗ ଗୁଡ଼ିକ ପ୍ରତି ବିଶେଷ ବିଚାର ନକରି କୌଣସି ହଠାତ୍ ସିଦ୍ଧାନ୍ତ ପରେ ବହୁ ପସ୍ତାଇବା ସାର ହୋଇପାରେ । ରାଜା ବାଣୁଆ ହୋଇ ଶିକାରକୁ ଗଲେ, ସାଥିରେ ପରିବାଣୁଆ ଯାଇପାରନ୍ତି । ମାତ୍ର ପରିବାଣୁଆ ଏକ ପ୍ରକାର ନିଷ୍କ୍ରିୟରେ ମନ୍ତ୍ରଣା ଦାତା । ସେମାନେ ବାଣୁଆର ଆଦେଶକୁ ଖାଲି ପାଳନ କରନ୍ତି ।
ବାଣୁଆ ହୋଇ ଦଶରଥ ଜଳକୂଳରେ ବହୁ ସମୟ ପ୍ରତୀକ୍ଷାରତ ହୋଇ ରହିବା ପରେ ସ୍ଥିର ଜଳରେ କିଛି ଶବ୍ଦ ହେବା ଜାଣି ଭାବିନେଲେ କୌଣସି ଜଙ୍ଗଲି ପଶୁ ଜଳପାନରେ ରତଅଛି । ବାସ ବାଣୁଆଙ୍କର ତୀରଚାଳନା । ତାଙ୍କର ଜ୍ୟାମିତି ପରିମିତି ତ୍ରିକୋଣମିତି ବିଦ୍ୟାରେ ପ୍ରବେଶ ନିଶ୍ଚେ ଥିଲା । ସେ କର୍ଣ୍ଣକୁ ଆସୁଥିବା ଶବ୍ଦସ୍ଥଳକୁ ଏକ ନିର୍ଦ୍ଦିଷ୍ଟ କୋଣ କରି ସମକୋଣୀ କ୍ଷେତ୍ରରେ, ତୀର ଚାଳନା କଲେ । ବାସ ହେଲା ଭ୍ରମ, ପଶୁ ସ୍ଥଳରେ ଏକ ବ୍ରାହ୍ମଣ ବଟୁକ ବ୍ରହ୍ମଚାରୀ ପୁଣି ସେ ଅନ୍ଧ ବୃଦ୍ଧ, ବାପ ମାଆଙ୍କର ଏକ ସନ୍ତାନ ଯେ ତୀରାଘାତରେ ସେହି ପାଣିରେ ହିଁ ଆର୍ତ୍ତନାଦ କରି ଟଳି ପଡ଼ିଲେ । ମାନବର ପ୍ରାଣାନ୍ତକ ଆର୍ତ୍ତନାଦ ସମସ୍ତଙ୍କର ନିଶ୍ଚୟ ଜଣା । ଏଥିରୁ ଦଶରଥ ବାଦ ଯିବେ କିପରି? ସେ ଯେ ସର୍ବନାଶ କରିଛନ୍ତି ଏକଥା ତତ୍କାଳ ବୋଧ କରିଲେ । ସବୁ ପାପର ପ୍ରାୟଶ୍ଚିତ ଋଷିମୂନୀ ଲେଖିଛନ୍ତି ଏହା ସହିତ ଦଣ୍ଡ ବିଧାନର ବ୍ୟବସ୍ଥା ବି ଛାଡ଼ି ନାହାନ୍ତି ହେଲେ ରାଜା ତ କେବେ ନରହନ୍ତା ମାମଲାରେ ପଡ଼ନ୍ତି ନାହିଁ । ଏ ପାଇଁ ବଡ଼ଲୋକଙ୍କ ପାଇଁ ଧାରା ଅଲଗା ।
ସମୟ ଏକକର ବିଭିନ୍ନ ପରିମାପକ ଅଛି । ଦେଶାନ୍ତରୀ ବା ଜେଲର ଦଣ୍ଡ ଭୋଗ ପାଇଁ ରାଜା ଆଦେଶ ବେଳେ ସମୟ ଚିହ୍ନିଥିବା ମନ୍ତ୍ରଣାଦାତା, ରାଜାଙ୍କୁ ଅବଗତ କରାଇବା କଥା, କାରଣ ଯେଉଁ ବର୍ଷ, ମାସ, ଦିନରେ ଦିଆଯାଉଛିା ତହିଁରେ କ୍ଷୟ, ବୃଦ୍ଧି ଲୁପ୍ତ ପରିସ୍ତର କେତେ ରହିଛି । ଏହା ଜଟିଳ ଗଣିତ ପ୍ରଶ୍ନ, ଶ୍ରୀରାମଙ୍କୁ ଚଉଦ ବର୍ଷ ବନବାସ, ପାଣ୍ଡବଙ୍କୁ ବାରବର୍ଷ ବନବାସ ଓ ଏକବର୍ଷ ଅଜ୍ଞାତବାସ ପରି ଦଣ୍ଡ ମିଳିଥିଲା । ଏହା ପ୍ରକୃତରେ ପରିବାର, ବନ୍ଧୁବାନ୍ଧବ, ସଙ୍ଗରୋଧହେଲେ ସମୟ, ସୌରମାନରେ ଚନ୍ଦ୍ରମାନରେ, ବା….ମାନରେ, ନକ୍ଷତ୍ରମାନରେ, କେମିତି ବର୍ଷ ପୂରଣ ଓ ଦଣ୍ଡ ସମାପ୍ତି, ଦଣ୍ଡବେଳେ ସିଦ୍ଧାନ୍ତ କରାଯିବ? ପାଣ୍ଡବମାନେ ଅଜ୍ଞାତବାସ ବେଳେ ବିରାଟ ରାଜାଙ୍କ ଗୋଧନ ହରଣ କାଳରେ ପ୍ରକାଶ ହେଲେ ବି ସମୟ ତାରତମ୍ୟ ବି ବାଦରୁ ମକ୍ତ ରହିଥିଲେ । ସମୟ ପାଇଁ ରାଜାଙ୍କୁ ପରାମର୍ଶ ପାଇଁ ଗଣିତଜ୍ଞ ଜ୍ୟୋତିଷୀ ନିଶ୍ଚେ ପରାମର୍ଶ ଦେବା ଦରକାର । ଏମିତି କେଉଁ ବେଳେ ଅଦୃଶ୍ୟ ଶକ୍ତି ଏକ ଦୃଶ୍ୟମାନ ଶତୃବାଟେ କାମ କରୁଛି କେବେ ଅତିକଷ୍ଟ ପ୍ରକୃତି ଦ୍ୱାରା କରାଇବାରେ ଲାଗୁଛି ଏହାକୁ ବି ଜ୍ୟୋତିଷୀ ଦର୍ଶାଇ ପାରନ୍ତି । ଏହାର ପ୍ରକ୍ରିୟାକୁ କିପରି ଶାନ୍ତି କରାଯାଇପାରିବ ଏ ପାଇଁ କର୍ମକାଣ୍ଡରେ ବିଧାନ ରହିଛି । ଏହି ପ୍ରକାର କାର୍ଯ୍ୟ ଜ୍ଞାନୀ ପୁରୋହିତଙ୍କ ଦ୍ୱାରା ବି କରାଯାଇପାରେ । ଖାଲି ବି ହିନ୍ଦୁ ଧର୍ମ ନୁହେଁ ସବୁ ଧର୍ମର ପୁରୋଧା ଅଛନ୍ତି ହେଲେ ବିଧାନ ଭିନ୍ନ ଭିନ୍ନ ମାତ୍ର ଉଦେ୍ଦଶ୍ୟ ଏକ । ଉତ୍ପାତରେ ରାଜାପ୍ରଜା ସମସ୍ତେ ଅତିଷ୍ଠ ହୁଅନ୍ତି, ଉତ୍ପାତରେ ଅସୁରଶକ୍ତି ଜଡ଼ିତ ହେଲେ ଯୁଦ୍ଧ ପାଇଁ ଦେବତା ଦେହୀ ହୋଇ ଆସି ପ୍ରତ୍ୟକ୍ଷ ବା ପରୋକ୍ଷରେ ପରିସ୍ଥିତିକୁ ଶାନ୍ତ କରାଇଥାନ୍ତି ।
ଏପରି ସମୟ ଚାଲିଛି ସବୁ ଭେଟରଙ୍କ ଭେଟ ଅଧିକାର ସମାନ କୁହାଗଲେ ବି ଧମକ ଚମକ ଗଣତନ୍ତ୍ରରେ ଏ ପର୍ଯ୍ୟନ୍ତ ରୋଧ ହୋଇନାହିଁ । ଅର୍ଥ ମୋହ, ପାନୀୟ ଖାଦ୍ୟ ମୋହ, ଭବିଷ୍ୟତ ପାଇଁ ଥୋପ ଦେଖାଇ ଭୋଟରଙ୍କୁ ପ୍ରଭାବିତ କରାଯାଉଛି ଜଣେ ଜଣେ ବଣିକ ବୃତ୍ତିକରି କଂସ ରାଜ ପରି ଅଷ୍ଟମୟ ଆଗ ଦିଗରେ ମଲ୍ଲ ଆଠମଲ୍ଲିକ ଯୋଗାଡ଼ କରି ଏବେ ଭୋଟ ଜିଣିବା ସ୍ତର ହୋଇଗଲାଣି । ବଣିକ ପାୱାରକୁ ଆସିଲେ ଅର୍ଜନ ହିଁ ଇଛାକଲେ ସେ କାହାର ପରାମର୍ଶ ଲୋଡ଼ିବେ କି? ସ୍ୱର୍ଗରେ ଇନ୍ଦ୍ରଙ୍କ ପରାମର୍ଶଦାତା ବୃହସ୍ପତି ଯେ ଦେବତାଙ୍କୁ ବୃଥା ଯୁଦ୍ଧରୁ ବଞ୍ଚôତ କରାନ୍ତି, ନିଜ ନିଜ ମଧ୍ୟରେ ଅହଂ ନଲଗାଇ ସୃଷ୍ଟିର ରକ୍ଷା ପାଇଁ ସର୍ବଦା ସ୍ୱ ସ୍ୱ କର୍ମ ସଠିକ କରିବାକୁ ପରାମର୍ଶ ଦିଅନ୍ତି । ହେଲେ ଅସୁରମାନେ ଅସୁର ରାଜାର ଆଦେଶ ନେଇ ଆସିବି ନିଜର ଭୋଗ ସୁଖ ପାଇଁ ଲାଳାୟିତ ହୋଇ ପରିସ୍ଥିତି ନିଜର ଜୀବନ ଦେବାକୁ ପଡ଼ିଛି । ଦୁର୍ଗାଙ୍କ ପାଖକୁ ଶୁଭ ନିକୁମ୍ଭଙ୍କ ଦୂତ ଚଣ୍ଡ ମୁଣ୍ଡ ଏଇ ଅବସ୍ଥା ଭୋଗିଥିଲେ ।
ଅତଏବ ରାଜା କଣ କରୁଛନ୍ତି ଭଲ ଜ୍ଞାନୀ ସହିତ ଉତ୍ତମ ପରାମର୍ଶ ଆଗ କରନ୍ତୁ ଏକ ମୁଣ୍ଡରେ ନୁହଁ ଅନେକ ମୁଣ୍ଡରେ ସିଦ୍ଧାନ୍ତ ନିଅନ୍ତୁ । ଏକ ଓଡ଼ିଆ ପାଞ୍ଜି ଖୋଲନ୍ତୁ ସମୟ ଏକ ବର୍ଷ ପାଇଁ ରାଜା ମନ୍ତ୍ରୀ ପାରିଷଦ ଲେଖା ଖୋଜନ୍ତୁ ରାଜା – ମନ୍ତ୍ରୀ – ପୁରୋହିତ – ଗ୍ରହବିପ୍ର – ପରୀକ୍ଷକ – କରଣ – ଡଗର କ୍ରମକୁ ତାଡ଼ନୀୟ – ଅର୍ଥରକ୍ଷକ – ପ୍ରତିହାରୀ – ଦଣ୍ଡକାର – ଏପରିକ୍ରମ ରହିଛି । ପ୍ରତ୍ୟେକ ମନ୍ତ୍ରୀମଣ୍ଡଳରେ ଏପରି ଧାରାର କ୍ରମ ଏପରି ନଥିଲେ ବି ଅନ୍ୟକ୍ରମରେ ଅଛି । ସମୟଶାସ୍ତ୍ରୀମାନେ ସପ୍ତକାରାଧିପଙ୍କୁ ଏହି ଚକ୍ରରେ ସାମିଲ କରିଛନ୍ତି । ପାପଗ୍ରହ ରବି, ମଙ୍ଗଳ, ଶନି କୌଣସି ସ୍ତରରେ ରହିଲେ ଖରାପ ଫଳ ତହିଁରୁ ମିଳେ, ଦଣ୍ଡନୀତିର ରବି, ମଙ୍ଗଳ, ଭେଦନୀତିର ଶନି, ବୁଧ, ସାମନୀତିର ଶୁକ୍ର, ବୃହସ୍ପତି, ଦାନନୀତିର ଚନ୍ଦ୍ର ହୋଇଥାନ୍ତି । ରାଜାଙ୍କର ଚାରି ନୀତି ନିଶ୍ଚୟ ସମୟ ଦୃଷ୍ଟେ କାମ କରିବ ମାତ୍ର ପ୍ରସ୍ତାବ ପରୀକ୍ଷକ ଯଦି ଭୁଲ ମତ ଦିଅନ୍ତି ଦୋଷ ହେବ ରାଜାଙ୍କର ।
ଦାନନୀତି ଚିନ୍ତନରେ ଯଦି ଦଣ୍ଡକାର ମତ ନିଆଯାଏ ଯଦି ସେ ଭେଦନୀତି ଶନି, ବୁଧ ଦ୍ୱାରା ପ୍ରଭାବିତ ହୁଅନ୍ତି ତେବେ ଦାନନୀତି କାମ କରିବ ବାଛ ବିଚାର ଉପରେ ଉପଯୁକ୍ତ ହିତାଧିକାରୀ କେବେ ଦାନନୀତିର ଫଳ ପ୍ରାପ୍ତ ହେବେ ନାହିଁ । ଏଥିପାଇଁ ସର୍ବଦା ରାଜାମାନେ ଜ୍ଞାନ ମାର୍ଜନ ପାଇଁ ଅନ୍ୟ ଜ୍ଞାନୀମାନଙ୍କୁ ଡାକି ତାଙ୍କର ପରାମର୍ଶ ଲୋଡ଼ନ୍ତି ବା ସତ୍ସଙ୍ଗ ବେଳେ ବେଳେ କରାନ୍ତି, ବିଚାରାଳୟରେ ଆଇନର ଶାସ୍ତ୍ରର ଧ୍ରୁବକ ଅଛି ମାତ୍ର ନ୍ୟାୟ ଦେବ ମାର୍ଗରେ ବେଳେ ସୁରାଳ ମିଳେ ନାହିଁ । ଏଥିପାଇଁ ଡିଭିଜନ ବେଞ୍ଚ ଦୁଇ ବା ଅଧିକ ବିଚାରପତିଙ୍କର ଆଲୋଚନାରେ ଜୁରି ମତରେ ରାୟଦେବା ବ୍ୟବସ୍ଥା ଅଛି । କେହି ଯଦି ଜନକ ମହର୍ଷିଙ୍କ ଦରବାରର ଐତିହ୍ୟ ପରମ୍ପରା ଅନୁଧ୍ୟାନ କରିବେ, ତେବେ ଅଷ୍ଟବକ୍ର ସଂହିତା କଥା ନିଶ୍ଚେ ଜାଣିପାରିବେ ଜନକଙ୍କ ଦରବାରୀଙ୍କ ଭୁଲ ସୁଧାର କେମିତି ଅଷ୍ଟବକ୍ର କରିଥିଲେ ବୁଝିପାରିବେ । ରାଜା ବିକ୍ରମାଦିତ୍ୟ ସମ୍ରାଟ ଆକବର ଦରବାରରେ ନଅ ନଅ ଜଣ ପରାମର୍ଶ ଦାତା ରଖିଥିଲେ । ଚିତ୍ତବିନୋଦରେ ରାଜାଙ୍କର ବଡ଼ ବଡ଼ ଭାବନା ସହଜରେ ସମାଧାନ ହୋଇପାରେ ଏକଥା ଆକବର ବିରବଲ୍ ବିନୋଦ ପଢ଼ିଲେ ଜାଣିପାରିବେ ।
ବର୍ତ୍ତମାନ ସମୟରେ ଉଚ୍ଚଶିକ୍ଷା, ବିବାଦ, ମାମଲା ରୋଗଭୋଗ, ବ୍ୟବସାୟ ପାଇଁ ମନ୍ତ୍ରଣା ଆବଶ୍ୟକ ଏହା ସହିତ ରାଜାଙ୍କର ବା ଦେଶମୁଖ୍ୟ ବା ରାଜ୍ୟମୁଖ୍ୟଙ୍କର ଯେଉଁ ଛଅ ବିପତ୍ତି ଅଛି । ୧. ଅତିବୃଷ୍ଟି, ୨. ଅନାବୃଷ୍ଟି, ୩. ମୂଷିକ, ୪. ଶଲଭ, ୫. ଖଗ, ୬. ନିକଟବର୍ତ୍ତୀ ଶତୃଭାବା ପନ୍ତ ପଡ଼ୋଶୀ ରାଜ୍ୟ । ଏସବୁ ପାଇଁ ମୁତୟନ ରାଜକର୍ମଚାରୀ ବାଦ ଅନ୍ୟ ବିଶେଷଜ୍ଞଙ୍କର ପରାମର୍ଶ ନିହାତି ଆବଶ୍ୟକ ରାଜକାର୍ଯ୍ୟରେ ଠିକଦାର ନିଯୁକ୍ତି ଅଛି ସେମିତି ପରାମର୍ଶ ଦାତା ସର୍ବଦା ପରୀକ୍ଷାକରି ନେବା ଆବଶ୍ୟକ ଅଛି । ବର୍ତ୍ତମାନ କୋଭିଡ଼-୧୯ କରୋନା ମହାମାରୀ ଜନ କ୍ଷୟରେ ବ୍ୟାପିଛି । ଏହା ଖଗ ପର୍ଯ୍ୟାୟରେ ଆସିଛି । ଖଗ ମାନେ ଉଡାରୋଗ ବା ଉଡି ଆସିଥିବା ରୋଗ ଯେଉଁ ପଙ୍ଗପାଳ ଦଳ ଆସି ଫସଲ ଖାଇ ଯାଉଛନ୍ତି ଏହା ବି ଶଲଭ ବା ଖଗରେ ଆସୁଛି । ଏହା ସହିତ ଭାରତର ଉତ୍ତର ପର୍ବତାଞ୍ଚଳରେ ପାକିସ୍ତାନ, ନେପାଳ, ଚୀନ ଦେଶ ଆକ୍ରମଣ ଭଙ୍ଗିରେ ଏଣେ ଦେଶରେ ଦାନନୀତି ଜୋର ଡାକ ଦେଉଛି । ଏଥିରେ ମନ୍ତ୍ରଣା ଦାତା ଉପଯୁକ୍ତ ନହେଲେ ଏ ସମୟ କଳଙ୍କିତ ଇତିହାସ ନିଶ୍ଚେ ରଖିବ ଏହା ସନେ୍ଦହ ନାହିଁ । ସମୟ ଯିବ ନେତାଙ୍କ ନାମରେ କଳଙ୍କ ରହିବ ।