ବାରିପଦା : ଆଦିବାସୀଙ୍କ ପ୍ରତି ରାଜ୍ୟସରକାର କ୍ରମାଗତ ଅବହେଳା କରିଚାଲିଛନ୍ତି । ବାରମ୍ୱାର ଆନେ୍ଦାଳନ ସତ୍ତ୍ୱେର୍ ଏଥିପ୍ରତି ଧ୍ୟାନ ଦେଉ ନଥିବାରୁ ପ୍ରତିବାଦରେ ଆସନ୍ତା ଫେବୃୟାରୀ ୨୬ତାରିଖରୁ ମାସାଆର୍ମୀ ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁ ମୟୂରଭଞ୍ଜରୁ ଭୁବନେଶ୍ୱର ରାଜଭବନ ଅଭିମୁଖେ ସାଇକେଲ ଯାତ୍ରା କରି ରାଜ୍ୟପାଳଙ୍କୁ ଦୁଇଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିବେ । ତେଣୁ ସାଇକେଲ ଯାତ୍ରାର ସଫଳତା ନିମନ୍ତେ ସାନ୍ତାଳୀ ଅଲ୍ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମମାଟି ଦାଣ୍ଡବୋଷ ସମାଧିସ୍ଥଳରେ ପାରମ୍ପାରିକ ଆଦିବାସୀ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରିଛନ୍ତି । ତିରିଂରୁ ଏହି ସାଇକେଲ ଯାତ୍ରା ଭୁବନେଶ୍ୱର ଅଭିମୁଖେ ଆରମ୍ଭ କରିବେ । ଦୁଇଦଫା ଦାବି ମଧ୍ୟରେ ଓଡିଶାରେ ସାନ୍ତାଳୀ,ମୁଣ୍ଡାରୀ ଏବଂ ହୋ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷାର ମାନ୍ୟତା ପ୍ରଦାନ ଏବଂ ଦ୍ୱିତୀୟତଃ, ଆଦିବାସୀଙ୍କ ପାରମ୍ପାରିକ ବିଚାର ବ୍ୟବସ୍ଥା ମାଝୀ ପାରଗାନା, ମାନକି ମୁଣ୍ଡା, ପାହାଡି ପଧାନି ଆଦି ବ୍ୟବସ୍ଥାକୁ ସ୍ୱୀକୃତି ଦେବା ସଙ୍ଗେ ସଙ୍ଗେ ପାରମ୍ପାରିକ ମୁଖ୍ୟଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରାଯାଉ ଦାବିମାନ ଅନ୍ତର୍ଭୁକ୍ତ ।
୧୯୯୨ରେ ୭୩ତମ ସମ୍ବିଧାନ ସଂଶୋଧନ ବିଲ୍ ପରେ ପରେ ପଞ୍ଚାୟତ୍ରାଜ ବ୍ୟବସ୍ଥାରେ ଆଦିବାସୀମାନଙ୍କ ଏହି ବ୍ୟବସ୍ଥାକୁ ସ୍ୱୀକୃତି ଦେବାପାଇଁ ୧୯୯୬ ମସିହାରେ ପେସା ଅଧିନିୟମ ଜାରି ହୋଇଥିଲା । କେବଳ ବିଚାର ବ୍ୟବସ୍ଥା ନୁହେଁ ଗ୍ରାମରେ ଥିବା ଜଳ, ଜଙ୍ଗଲ, ଜମି, ଖଣି ଇତ୍ୟାଦି ପ୍ରାକୃତିକ ସମ୍ପଦର ମାଲିକାନାକୁ ମଧ୍ୟ ଏହି ପାଞ୍ଚ ପଞ୍ଚାୟତର ପାରମ୍ପରିକ ଗ୍ରାମସଭାକୁ ସ୍ଥାନାନ୍ତରିତ କରିବା ଉଦେ୍ଦଶ୍ୟ ରହିଛି । ଆଦିବାସୀ ପାରମ୍ପରିକ ମୁଖ୍ୟ ମାଝୀ-ପାରଗାନା, ମାନକୀ-ମୁଣ୍ଡା, ପାହାଡି-ପଧାନ ଇତ୍ୟାଦିକୁ ଆବଶ୍ୟକ ସ୍ୱୀକୃତି ଦେବାର ଉଦ୍ୟମ କରି ଝାଡଖଣ୍ଡ ସରକାର ତାଙ୍କ ପାଇଁ ଭତ୍ତା ଦେବାର ବନେ୍ଦାବସ୍ତ କରିଛନ୍ତି । ପେସା ଅଧିନୀୟମ ଅନୁଯାୟୀ ଆଗାମୀ ଦିନରେ ତାଙ୍କୁ ଅଧିକ କ୍ଷମତା ଦେବାପାଇଁ ଉଦ୍ୟମ ଚାଲିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡିଶା ସରକାର ଏହି ପାରମ୍ପରିକ ବିଚାର ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାପାଇଁ ଅଧ୍ୟାବଧି କିଛି ପଦକ୍ଷେପ ଗ୍ରହଣ କରିନାହାନ୍ତି ।
