ଆରଡି,୧୦ା୮ : ଗତ ୩ଦିନ ହେଲା ଲଗାଣ ବର୍ଷା ଯୋଗୁ ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରର ରୋଷଶାଳ ଚଟାଣରୁ ସର୍ତ ପଡିବା ଫଳରେ ରୋଷଶାଳାରେ ଥିବା ୫ଟି ଚୂଲିରେ ପାଣି ପଶିଯାଇଥିଲା । ଫଳରେ ନୀତିଭୋଗ ପ୍ରସ୍ତୁତିରେ ବିଳମ୍ବ ଦେଖାଦେଇଥିଲା । ଏପରିକି ସକାଳ ପହିଲି ନୀତିକାନ୍ତି ପହଡଖିଆ ଅନ୍ନନୀତି ୯ଟାରେ ସମ୍ପନ୍ନ ହେବା କଥାହେଲେ ଚୂଲାରେ ପାଣି ପଶିଥିବାରୁ ତାହା କିଛି ସମୟ ବିଳମ୍ବରେ ସମାପନ କରିଥିଲେ ପାଳିଆ ସେବାକାରୀ । କିଛି ସେବାୟତ ଚୂଲିରେ ପାଣି କାଢିବା ପରେ ଅନ୍ୟ ନୀତିଭୋଗ ସହ ବଡଭୋଗ ପ୍ରସ୍ତୁତି କରାଯାଥିଲା । ରୋଷେୟା ସେବାକାରୀଙ୍କ କହିବା ଅନୁଯାୟୀ ରୋଷଶାଳ ଚଟାଣର ଅନେକ ସ୍ଥାନରେ ଗର୍ତ ସୃଷ୍ଟି ହୋଇଥିବାରୁ ବ୍ୟବହୃତ ଜଳ ସିଧାସଳଖ ଚୂଲିରେ ପ୍ରବେଶ କରିବାରୁ ଏପରି ସମସ୍ୟା ବାରମ୍ବାର ଦେଖାଦେଉଛି । ଏପରି ସମସ୍ୟା ବାବଦରେ ମନ୍ଦିର ସହ ପରିଚାଳକ ସୁଧାକର ବିଶ୍ୱାଳଙ୍କୁ ପଚାରିବାରୁ ବର୍ଷା ଛାଡିବା ପରେ ମରାମତି କରାଯିବ ବୋଲି କହିଥିଲେ
