Odisha news

ମଲାଇକା ଆରୋରାଙ୍କ ପରେ ଏହି ଇଟାଲୀ ସୁନ୍ଦରୀଙ୍କୁ ଡେଟ୍ କରୁଛନ୍ତି ଅରବାଜ୍ ଖାନ୍

ମୁମ୍ବାଇ : ଅରବାଜ ଖାନ୍ ମଲାଇକା ଆରୋରା ଙ୍କୁ ଛାଡପତ୍ର ଦେବା ପରେ ଅରବାଜ୍ ଖାନ୍ ଇଟାଲୀ ସୁନ୍ଦରୀ ଜର୍ଜୀୟା ଏଣ୍ଡ୍ରିଆନୀ ଙ୍କୁ ଡେଟ୍
କରୁଛନ୍ତି । ଜର୍ଜିଆ ସୋସିଆଲ ମିଡିଆରେ ଖୁବ୍ ପ୍ରସିଦ୍ଧ ଅଟନ୍ତି । ସେ ସୋସିଆଲ ମିଡିଆରେ ଯାହା ବି ସେୟାର କରି ଥାଆନ୍ତି ତାହା ଦୃତ ଗତିରେ ଭାଇରାଲ୍ ହୋଇଥାଏ । ସେ ଇଟାଲୀ ର ମିଲାନ୍ ସହରରେ ଜନ୍ମ ନେଇଥିଲେ । ତାଙ୍କର ପିଲାବେଳ ମଧ୍ୟ ସେଇଠି ଅତିବାହିତ ହୋଇଥିଲା ।
ଜର୍ଜିଆ ଙ୍କୁ ପିଲା ବେଳରୁ ମଦେଲିଂ ରେ ଖୁବ୍ ଇଚ୍ଛା ରହିଥିଲା । ସେ ଜଣେ ଖୁବ୍ ସୁନ୍ଦର୍ ଡ୍ୟାନସର୍ ମଧ୍ୟ । ଜର୍ଜିଆ ୨୦୧୭ ରେ ବଲିଉଡ୍ ରେ ପାଦ ରଖିଥିଲେ । ସେ ଗେଷ୍ଟ ଅଫ ଲଣ୍ଡନ ଓ ଆଇ ଲଭ୍ ୟୁ ଟୁଲି ରେ ନଜର ଆସିଥିଲେ । ଜର୍ଜିଆ ଦୀର୍ଘ ଦିନରୁ ଅରବାଜ୍ ଖାନ୍ ଙ୍କ ସହିତ ଲିଭ୍ ଇନ୍ ରିଲେଶନସିପ ରେ ରହୁଛନ୍ତି ।
ଗୋଟିଏ ସାକ୍ଷାକାରରେ ଜର୍ଜିଆ ଙ୍କୁ ଆରବାଜ୍ ଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଆଖ୍ୟା ଦିଆଯିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ ଓ କହିଥିଲେ ଯେ ଜର୍ଜିଆ ଙ୍କର ଗୋଟିଏ ନିଜସ୍ୱ ପରିଚୟ ରହିଛି । ୩୨ ବର୍ଷୀୟା ଜର୍ଜିଆ ଆରବାଜ ଙ୍କ ଜୀବନରେ ସେତେବେଳେ ଆସିଥିଲେ ଯେତେବେଳେ ମଲାଇକାଙ୍କ ସହିତ ବିବାହ ବିଚ୍ଛେଦ ହୋଇଥିଲା । ୨୦୧୭ ରେ ମଲାଇକା ଓ ଅରବାଜ ଅଲଗା ହୋଇଥିଲେ ।
Shares