ଏରସମା-୨୩/୦୮ : ଏରସମା ବ୍ଲକର ବିଭିନ୍ନ ନଦୀରେ ମାଛ ଧରିବାପାଇଁ ଜଳ ଅବରୋଧକରିଥିବା ଆଡି କୁ ଆଜି ଏରସମା ତହସିଲଦାର ଚିତରଂଜନ ମହନ୍ତ ଗ୍ରାମବାସୀ ଙ୍କ ସହ ଯୋଗରେ ଭାଙ୍ଗିଦେଇଛନ୍ତି । ସୁନ୍ଦରକଣି ଠାରୁ କାଙ୍କଣ ଯାଏ ତହସିଲଦାର ପାଣିରେ କରିଥିବା ଆଡିବନ୍ଧ କୁ ଉଠାଇଦେଇଥିଲେ । କିଛିଦିନ ତଳେ ଜଗତସିଂହପୁର ଜିଲ୍ଲାପାଳ ଏରସମାର ତଳିଆଅଂଚଳରେ ଆଡିବନ୍ଧ ଯୋଗୁ ଜଳନିଷ୍କାସନ ହୋଇପାରୁନାହିବୋଲି ହୃଦୟଙ୍ଗମ କରି ଏଗୁଡିକୁ ଭାଙ୍ଗିବାପାଇଁ ଏରସମା ତହସିଲଦାର ଙ୍କୁ ନିଦେ୍ଦଶ ଦେଇଥିଲେ ।
ନିଦେ୍ଦଶ ପାଇ ଏରସମା ତହସିଲଦାର ଆଡିବଂନ୍ଧ ଉଠାଇବାପାଇଁ ମାଛ ମାଫିଆ ମାନଙ୍କୁ ସୂଚନା ଦେଇଥିଲେ । ମାତ୍ର ସେଥିମଧ୍ୟରୁ କେତେକ ଆଡି ଉଠାଇନେଇଥିବାବେଳେ ଅନ୍ୟଗୁଡିକ ପୂର୍ବଭଳି ରହିଥିଲା । ଆସନ୍ତା କାଲିଠାରୁ ସମସ୍ତ ନଦୀରୁ ଆଡି ଉଠାଯିବାପାଇଁ କାର୍ଯ୍ୟକ୍ରମ ଚାଲୁରହିବବୋଲି ତହସିଲଦାର ଙ୍କ ଠାରୁ ସୂଚନା ମିଳିଛି ।
