ଏରସମା : ଏରସମା ବ୍ଲକର ଗୋଡା ,ଗଡହରିଶପୁର,ଗଡବିଷୁନପୁର,ଆମ୍ବିକି ,ସୋମପୁର ,ପଦ୍ମପୁର ,ଏରସମା,ଜିରାଇଲେ.ଜାନକାଦେଈପୁର,ପୋଖରିଆପଡା ପଂଚାୟତରେ ପିଇବାପାଣି ଯୋଗାଇଦେବାପାଇଁ ବାଲିକୁଦା ବ୍ଲକର୧୦ ଟି ପଂଚାୟତକୁ ମିଶାଇ ଦେବୀ ନଦୀରୁପାଣି ଆଣି ଆମ୍ବଶାଳ ଠାରେ ବିଶୁଦ୍ଧ କରି କରାଯାଇଥିବା ୧୫୦ କୋଟିର ମେଗା ପ୍ରୋଜେକ୍ଟ ସରକାରଙ୍କ ତାଗିଦ ଅଭାବରୁ ପଛେଇଯିବାରେ ଲାଗିଛି ।ଏହି ପ୍ରୋଜେକ୍ଟକୁ ଏଲ.ଆଣ୍ଡ ଟି କମ୍ପାନୀ ନେଇ ଛୋଟ ଛୋଟ ଠିକାଦାରଙ୍କୁ କାମାକରିବା ଲାଗି ଚୁକ୍ତି ବଦ୍ଧକରିଥିଲା ।ମାତ୍ର ପାନୀୟ ଜଳ ବିଭାଗ ର ଅଧିକାରୀ ଠିକାଦାରଙ୍କ ଉପରେ ଲଗାମ ନ ଲଗାଇବାରୁ ଟିକାଦାର ମାନେ ମନ୍ଥର ଗତିରେ କାର୍ଯ୍ୟ କରୁଛନ୍ତି ।କାର୍ଯ୍ୟଗୁଡିକ ମଧ୍ୟ ନିମ୍ନମାନର ହେଉଅଛି ।
ଏରସମା ବ୍ଲକର ସୋମପୁର ପଂଚାୟତର ଘୋରାଡିଆ ବଜାର ଠାରେ ,ଗୋଡା ବଜାରରକଲେଜ ପଡିଆଠାରେ , ନାରଦିଆ ପଂଚାୟତର ଗୋବିନଦ ପୁର ଠାରେ ଗଡବିଷୁନପୁରର ଶାନ୍ତିମୁନୀ ବେଲାରୀ ଠାରେ ,ପଦ୍ମପୁର ପଂଚାୟତର ଓଲରା ବଜାର ନିକଟରେ ଓ ଏରସମା ର ଗନ୍ଧପୁର ଦଣ୍ଡାରେ ପାଣିଟାଙ୍କି କାମ ଚାଲୁରହୁଛି ।ମାତ୍ର ସେଗୁଡିକ ମନ୍ଥର ଗତିରେ ହେଉଥିବା ଯୋଗୁଁ ଏରସମା ର ଲୋକେ କେବେ ପିଇବା ପାଣି ପାଇବେ ତାହା କହିହେଉନାହିଁ ।ଏଲ.ଆଣ୍ଡ ଟି ପକ୍ଷରୁ ସମସ୍ତ ପାଣି ଟାଙ୍କି ନିର୍ମାଣ କରିବା ସରଂଜାମ ଠୀକାଦାର ମାନଙ୍କୁ ଯୋଗାଇ ଦିଆ ଯାଇଥିଲେ ମଧ୍ୟ ଶ୍ରମିକ ଓ ସାମଗ୍ରୀ ଠିକାଦାର ଯୋଗାଇ ଦେଇ ବିଲ ନେଇଯୀବା କଥା ।କରୋନାର ସୁଯୋଗ ନେଇ ଠିକାଦାର ମାନେ ନିମ୍ନ ମାନର କାର୍ଯ୍ୟ କରିବାରେ ଲାଗିପଡିଛନ୍ତି ।ତୁରନ୍ତ ଏହି ସବୁ କାମରେ ଉଚ୍ଚ କର୍ତୁପକ୍ଷ ଦୃଷ୍ଟିଦେବାକୁ ନାରଦିଆ ବିକାଶ ମଂଚ ,ଗଡବିଷୁନପୁର ସୁରକ୍ଷା ଓ ବିକାଶ ମଂଚ ପକ୍ଷରୁ ଦାବି କରାଯାଇଛି ।
