ଜନସାଧାରଣଙ୍କ ଅବଗତ ନ କରି ଚାଲିଛି ସରକାରୀ ସାମାଜିକ ସହାୟତା ସମିଖ୍ୟା କାର୍ଯକ୍ରମ ବିଡ଼ିଓ ଲମ୍ବୋଦର ଖୁଣ୍ଟିଆଙ୍କ ଅନୁପସ୍ଥିତି
ଏରସମା ୧୨/୭ ଏରସମା ବ୍ଲକରେ ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା, କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଆର୍ଥିକ ବର୍ଷ ୨୦୨୨/୨୩ର ସାମାଜିକ ସହାୟତା କାର୍ଯ୍ୟକ୍ରମ ପଞ୍ଚାୟତ ସମିତିର ସଭଗୃହରେ ଅନୁଷ୍ଠିତ ହୋଇଯାଇଛି । ଏରସମା ବିଡ଼ିଓ ଲମ୍ବୋଦର ଖୁଣ୍ଟିଆଙ୍କ ଅନୁପସ୍ଥିତିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଦୀପକ ପରିଡ଼ା, ବ୍ଲକ ସାମାଜିକ ସମୀକ୍ଷା ଅଧିକାରୀ ଏସ ସି ମନିସ କୁମାର ଓ ଏପିଓ ସାଧନା ରାଉତଙ୍କ ସହିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ ଓ ମିଶନ ଶକ୍ତିର ଭିଆରପି ମାନେ ଯୋଗ ଦେଇଥିଲେ । ମାତ୍ର ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଓ ଅବଗତି ନିମନ୍ତେ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ଜଣେ ମାତ୍ର ମହିଳା ଉପସ୍ଥିତ ଥିଲେ । ଏହାର କାରଣ ଜାଣିବାକୁ ଚାହିଁବାରୁ ଅଧିକାରୀମାନେ ପରସ୍ପର ଉପରକୁ ଦୋଷ ଠେଲି ଦେଇଥିଲେ । ଶେଷରେ ଜାଣିବାକୁ ମିଳିଲା ଏହି କାର୍ଯ୍ୟକ୍ରମ ଯେଉଁ ମାନଙ୍କ ପାଇଁ ସେମାନଙ୍କୁ ଜଣାଇବାର କୌଣସି ପ୍ରକାର ବ୍ୟବସ୍ଥା କରାଯାଇ ନ ଥିଲା । ଉପସ୍ଥିତ ଥିବା ଗୋଡ଼ା ପଞ୍ଚାୟତ ବୀରକିଶୋରପୁର ଗ୍ରାମର ମହିଳା ଜଣକ ଅଭିଯୋଗ କରିଥିଲେ କି ତାଙ୍କ ସ୍ଵାମୀ ସୁନାକର ସ୍ବାଇଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ପାଇଥିବା ବେଳେ ତାଙ୍କ ଅଜାଣତରେ ମନରେଗା ଯୋଜନାରେ ମିଳୁଥିବା ୧୭ହଜାର ଟଙ୍କାର ଅନୁଦାନ ଅନ୍ୟ ମାନଙ୍କୁ ପ୍ରଦାନ କରାଯାଇଛି । ସେ ବାରମ୍ବାର ଜିଆରଏସଙ୍କ ପାଖକୁ ଯିବା ପରେ ସମିତି ସଭ୍ୟ ଚନ୍ଦ୍ରମଣି ସ୍ବାଇଁ ତାଙ୍କୁ ଅନଲାଇନରୁ ଯେଉଁ ମାନଙ୍କ ଖାତାକୁ ଟଙ୍କା ଯାଇଛି ତାଙ୍କୁ କହିଥିଲେ । ସେ ସେହି ଲୋକ ମାନଙ୍କୁ ପଚାରିବାରୁ ସେମାନେ କହିଥିଲେ ଆମ ଖାତାକୁ ଟଙ୍କା ଆସିବା ପରେ ଜିଆରଏସ ଆସି ଭୁଲରେ ତାଙ୍କ ଖାତାକୁ ଟଙ୍କା ଆସିଛି, ଟଙ୍କା ଉଠାଇ ଦେଲେ ମୁଁ ତାଙ୍କ ଟଙ୍କା ତାଙ୍କୁ ଦେଇଦେବି କହି ତାଙ୍କ ଟଙ୍କା ଉଠାଇ ନେଇଯାଇଛନ୍ତି ବୋଲି ସଂପୃକ୍ତ ମହିଳା ଅଭିଯୋଗ କରିଛନ୍ତି । ପୁଣି ଗୋଡ଼ା ପଞ୍ଚାୟତ ସମିତି ସଭ୍ୟ ଅଭିଯୋଗ କରିଥିଲେ ମଲା ଲୋକ କିପରି ଆସି ମନରେଗା ଯୋଜନାରେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ସଭା କାର୍ଯ୍ୟ ଶେଷ କରାଗଲା ପରେ ବିଡିଓ ଆସି ପହଂଚିଥିଲେ । ତାଙ୍କୁ ପଚାରିବାରୁ ସେ କଥାକୁ ଏଡାଇ ଦେଇଥିଲେ ଯାହାଦ୍ବାରା ତାଙ୍କଠାରୁ ସନ୍ତୋଷାନୁୟାଯୀ ଉତର ମିଳି ନ ଥିଲା । ବ୍ଲକରେ ଏ ସବୁ ଦେଖିଲେ ସହଜରେ ଅନୁମାନ କରି ହେବ ମନରେଗା ଯୋଜନାରେ କିଭଳି ଭାବରେ କାର୍ଯ୍ୟକାରୀ ହେଉଛି ।
