ଏରସମା-୨୯/୦୯ : ଏରସମା ବ୍ଲକ ଅନ୍ତର୍ଗତ ଗଡହରିଶପୁର ଗାଁ ର ଶ୍ରୀକାନ୍ତ ଦାସ ଜଣେ ସଫଳ ଲେମ୍ବୁ ଚାଷୀ । ନିଜ ବାଡିରେ ବିଭିନ୍ନ କିଶମର ଲେମ୍ବୁ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି । ବିଶେଷକରି ମହାମାରି କରୋନାରେ ଲେମ୍ବୁ ର ଚାହିଦା ଥିବାବେଳେ ଶ୍ରୀକାନ୍ତ ଙ୍କ ଘରେ ଲୋକମାନଙ୍କ ଲମ୍ବାଲାଇନ ଲାଗିଛି ।
ଶହେ ଲେମ୍ବୁ ୨୫୦ ରୁ ୨୦୦ ଟଙ୍କା ଦାମ ରେ ବିକ୍ରିକରୁଛନ୍ତି ଶ୍ରିକାନ୍ତ ଲେମ୍ବୁ ଚାଷ ବାଦେ ପନିପରିବା ଚାଷ ଓ ବତକ ଚାଷ କରି ନିଜ ଗୋଡରେ ଠିଆହୋଇପାରିଛନ୍ତି ଶ୍ରୀକାନ୍ତ । ଆଜ କୁ ଦଶ ବର୍ଷଧରି ବାଡିରେ ଶହେରୁ ଅଧିକ ଲେମ୍ବୁ ଗଛ ଲଗାଇଛନ୍ତି ।
ମାତ୍ର ଉଦ୍ୟାନ ବିଭାଗ ପକ୍ଷରୁ କୈାଣସି ଯୋଜନାରେ ସାମିଲ ନ ହୋଇପାରୁଥିବାରୁ ଦୁଃଖପ୍ରକାଶ କରୁଛନ୍ତି ଶ୍ରୀକାନ୍ତ ତାଙ୍କୁ ବିଭିନ୍ନ ପ୍ରକାର ସରକାରି ସାହାର୍ଯ୍ୟ କରିବାପାଇଁ ଗଡହରିଶପୁରର ସମାଜସେବୀ ଗୈରାଙ୍ଗ ଜେନା ,ନାରୀ ନେତ୍ରୀ ରିନାବାଳା ସ୍ୱାଇଁ ପ୍ରମୁଖ ଦାବିକରିଛନ୍ତି ।
