ଏରସମା : ଏରସମା ଥାନା ଅର୍ନ୍ତଗତ ଗୋଡ଼ା ପଂଚାୟତ ରାଜପୁର ଗ୍ରାମରେ ଜନୈକ ସଂଖ୍ୟା ଲଘୁର ସାଂପ୍ରଦାୟର ନାବାଳିକାକୁ ସେହି ଗ୍ରାମର ୪ ଜଣ ଯୁବକ ଗଣ ଦୁଷ୍କର୍ମ କରିବାକୁ ନେଇ ଏରସମା ଥାନାରେ ତାର ବାପା ଅଭିଯୋଗ କରିଥିଲା । ଏରସମା ଥାନା ପକ୍ଷରୁ ସଂପୃକ୍ତ ଗ୍ରାମକୁ ଯାଇ ତଦନ୍ଦ କରିବା ସହିତ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଆରମ୍ଭ କରିଥିଲେ ।
ଏମାନଙ୍କୁ ଭିତରୁ ବିକାଶ ସାମଲକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା ।ଅଭିଯୋଗ ଅନୁସାରେ କେସ୍ ନଂ ୧୫୯/୨୦ରେ ମାମଲା ରୁଜୁ କରାଯାଇ ନା ବାଳିକାକୁ ଡ଼ାକ୍ତର ମାଇନା କରାଯାଇଥିଲା । ଅନ୍ୟ ଅଭିଯୋଗ ଅଭିରାମ ପ୍ରଧାନ,କାଲୁ ନାୟକ, ଓ ବଂଟି ପ୍ରଧାନକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ତନାଘନା କରାଯିବା ଜଣାପଡ଼ିଛି । ଖବର ପାଇ ଜଗତସିଂହପୁର ଏସ୍.ପି . ପ୍ରକାଶ ଆର୍ ରାଜପୁର ଗ୍ରାମରେ ପଂହଚି ଘଟଣାର ତଦନ୍ଦ କରିବା ସହିତ ଖୁମ ଶିଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାପାଇଁ ପ୍ରତିଶୃତି ଦେଇଥିଲେ ।
ଅନ୍ୟ ପକ୍ଷରେ ଏରସମା ଆଇ.ଆଇ.ସି. ଅନୁପସ୍ଥିତି ଥିବାର ଜିଲ୍ଲା ହେଡ଼କ୍ୱାର୍ଟସ ର ଆୟୁସିଏଡ୍ଲୁ ଇନ୍ଚାର୍ଜ ବବିତା ଦଳାଇଙ୍କୁ ତଦନ୍ଦ ଭାର୍ ଦିଆଯାଇଛି ବୋଲି ଜଣାପଡ଼ିଛି । ଏହା ସହିତ ଏସ୍.ଡ଼ି.ପି.ଓ. ଦିପକ ରଂଜନ ଜେନା ତିର୍ତୋଲ ଆଇ.ଆଇ.ସି. କୃଷ୍ନ ପ୍ରସାଦ ମିଶ୍ର ପ୍ରମୁଖ ରାଜପୁର ଗ୍ରାମରେ ପଂହଚି ଘଟଣାର ତଦନ୍ତ କରିଥିବା ଜଣାପଡ଼ିଛି । ଅଭିଯୋଗରୁ ଜଣାପଡ଼ିଛି ନାବାଳିକା ସନ୍ଧ୍ୟା ୭ଟା ସମୟରେ ସ୍ୱୋଛ ହେବା ପାଇଁ ନିକଟସ୍ଥ ପଡ଼ିଆକୁ ଯାଇଥିଲା ।ସେଠାରେ ୪ ଜଣ ଯୁବକ ହଠାତ୍ ତାକୁ ଅଟକାଇ ଜୋରଜବରଦସ୍ତ କାଜୁ ଜଂଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ ବୋଲି ଝିଅର ବାପା ଥାନାରେ ଅଭିଯୋଗ କରିଥିଲେ । ଅପର ପକ୍ଷରେ ଗିରଫ ବିକାଶ ସାମଲକୁ ଥାନାରେ ରଖି ପଚରାଉଚରା କରିଥିବା ଥାନା ପକ୍ଷରୁ ଜଣାପଡ଼ିଛି ।ରାଜପୁର ଗ୍ରାମରେ ଉତେଜନାକୁ ଲକ୍ଷ କରି ପୋଲିସ ମୃତୟନ କରାଯାଇଛି ଥାନା ପକ୍ଷରୁ ଜଣାପଡ଼ିଛି ।