ଆରଡି, ତା୯ା୮ : ମଙ୍ଗଳବାର ମଧ୍ୟାହ୍ନ ସମୟରେ ଆରଡି-ଭଦ୍ରକ ମୁଖ୍ୟ ରାସ୍ତାର କୁଳେଇପଦା ହନୁମାନଛକ ନିକଟରେ ଆରଡି ଅଭିମୁଖେ ଆସୁଥିବା ଗେଲେଶ୍ୱର ନାମକ ଯାତ୍ରୀବାହୀ ବସକୁ ଏକ ବାଇକ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ଯୁବତୀଙ୍କର ମୃତୁ୍ୟ ହୋଇଥିବା ବେଳେ ବାଇକ ଚଳକ ଯୁବକ ଗୁରୁତ୍ୱର ହୋଇ ଚିକିତ୍ସାଧିନ ଅଛନ୍ତି । ସୂଚନା ଅନୁଯାୟୀ ମଙ୍ଗଳବାର ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥିବା ଯାଜପୁର ଜିଲା ମଙ୍ଗଳପୁର ଥାନା ଅଧିନସ୍ଥ ପାଲଟପୁର ପଂଚାୟତ ମୁରାରୀପୁର ଗାଁର ଯୁବତୀ ଅଂଶୁପା ନାୟକ ଓ ଭଦ୍ରକଜିଲା ଧୁଷୁରୀ ଥାନା ଅଧିନ କାଶିମପୁର ଗାଁର ଏମଶାଇ ଦତ୍ତ ଏକ ମଟରସାଇକେଲ ଦ୍ୱାରା ୨ଜଣ ଦୃତଗତିରେ ଦର୍ଶନ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଆରଡି ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଯୁବତୀଙ୍କର ମୃତୁ୍ୟ ହୋଇଥିବା ବେଳେ ଗୁରୁତ୍ୱର ଅବସ୍ଥାରେ ଏମସାଇ ଦତ୍ତଙ୍କୁ ଆମ୍ବୁଲିନ୍ସ ଯୋଗେ ଭଦ୍ରକ ମେଡିକାଲ ପଠାଇଥିଲେ ସ୍ଥାନୀୟ ଲୋକ ଓ ଆରଡି ପୁଲିସ । ଘଟଣାସ୍ଥଳରେ ଗେଲେଶ୍ୱର ନାମକ ଯାତ୍ରୀବାହି ବସକୁ ଜବଦ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ଆରଡି ପୁଲିସ । ଏପରିକି ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।
