Odisha news

ଆରଡି ଆର.ଆଇ କାର୍ଯ୍ୟାଳୟ ନୂତନ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ

0

ଆରଡି,୧୫ା୫ : ଚାନ୍ଦବାଲି ତହସିଲି ଅଧିନସ୍ଥ ଆରଡିପୀଠରେ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ରବିବାର ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନାବୋର୍ଡର ଅଧ୍ୟକ୍ଷ ବ୍ଯୋମକେଶ ରାୟଙ୍କ ଦ୍ୱାରା ଶୁଭ ଶିଳାନ୍ୟାସ କରାଯାଇଛି । ଏହି ଶିଳାନ୍ୟାସ ଉତ୍ସବରେ ଚାନ୍ଦବାଲି ତହସିଲିଦାର ଶୁଶାନ୍ତ ସୁତାର, ଆର.ଆଇ ଦେବାଶିଷ ରାୟ, ଜିଲାପରିଷଦସଭ୍ୟ ପ୍ରିନ୍ସରାକେଶ ନାୟକ, ପୂର୍ବତନ ସରପଞ୍ଚ ଅରବିନ୍ଦ ପାଢୀ, ସୁନ୍ଦରପୁର ସରପଞ୍ଚ ଅଭିମନ୍ୟୁ ଜେନା , ଜିଲାପରିଷଦ ରଞନ ସାହୁ, ଗଦାଧର ପାଢୀ,ନିହାର ରାୟ, ଦେବପ୍ରସାଦ ପାଢୀ, କିଶୋରମୋହ ଦିବେଦ୍ୱି, ତେନ୍ତୁଲିଡିହ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତାପ ବିଶ୍ୱାଳଙ୍କ ସହ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ପଂଚାୟତର ବହୁ ସାଧାରଣ ଲୋକ ଯୋଗ ଦେଇଥିଲେ । ଆରଡିପୀଠରେ ଥିବା ୪ଟି ପଞ୍ଚାୟତକୁ ନେଇ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପରିତ୍ୟକ୍ତ ହୋଇପଡିବାରୁ ନୂତନଗୃହ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା । ଏହି କାର୍ଯାଳୟର ନୂତନ କୋଠା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁଲ ଅନୁମୋଦନ ହେବା ପରେ ମଣିବାବାଙ୍କ ପୁଷ୍ପ ଉଦ୍ୟାନ ନିକଟରେ ନିର୍ମାଣ ପାଇଁ ସ୍ଥିର କରାଯାଇଛି । ଏପରିକି ଉକ୍ତ ସ୍ଥାନ ନିର୍ମାଣ ପାଇଁ ପ୍ରାୟ ୪୦ଲକ୍ଷ ଟଙ୍କ ବ୍ୟୟ ବରାଦ କରାଯାଇଛି ବୋଲି ବିଧାୟକ ଶ୍ରୀ ରାୟ କହିଛନ୍ତି

IEC 2 years
Leave A Reply