Odisha news

ଅରଡପଲ୍ଲୀରେ ଯୁବ ସମାଜସେବୀଙ୍କ ସଚେତନତା ଓ ସହାୟତା

0

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅରଡପଲ୍ଲୀ ପଚାଂୟତକୁ କରୋନାମୁକ୍ତ କରିବା ପାଇଁ ସରକାର ଓ ବହୁ ସାମାଜିକ ସଂଗଠନ ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଚୌଧୁରୀ ସୁମନ୍ତ କୁମାର ରାୟ (ବାବୁ ଚୌଧୁରୀ) ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ସରକାରୀ ବ୍ୟବସ୍ଥାକୁ ପଛରେ ପକାଇ ନିଜ ଉଦ୍ୟମରେ ଗରିବ ଲୋକମାନଙ୍କୁ ସହାୟତାର ହାତ ବଢାଇଛନ୍ତି ।

ଯୁବ ସମାଜସେବୀ ଶ୍ରୀଚୌଧୁରୀଙ୍କ ନେତୃତ୍ୱରେ ପ୍ରିୟବ୍ରତ ଜେନା, ଆଶୁତୋଷ ନାୟକ, ବିଶ୍ୱଜିତ ଜେନା, ପଙ୍କଜ ମଳିକ ପ୍ରମୁଖ ବହୁ ସ୍ୱେଛାସେବୀ ପଚାଂୟତରେ ଘରକୁ ଘର ବୁଲି କରୋନା ରୋଗର ଭୟାବହତା ସଂପର୍କରେ ଜନସଚେତନତା ସୃଷ୍ଟି କରିଥିଲେ ।

ସଦାସର୍ବଦା ମାକ୍ସ ପିନ୍ଧିବା ଓ ପରିଷ୍କାର ହିବା, ବାରମ୍ବାର ହାତ ଧୋଇବା, ଜରୁରୀ ନଥିଲେ ଘରୁ ନବାହାରିବା ଓ ସାମାଜିକ ଦୂରତା ବଜାୟ ରଖିବା ଆଦି ସଂପର୍କରେ ଲୋକମାନଙ୍କୁ ବିଝାଇବା ସହିତ ମାକ୍ସ ଓ ସାନିଟାଇଜର ବଟଂନ କରିଥିଲେ । ଏଥି ସହିତ ଗରିବ ଲୋକମାନଙ୍କୁ ରାସନ ସାମଗ୍ରୀ ପ୍ୟାକେଟ ବଟଂନ କରିଥିଲେ । କରୋନା ଯୁଦ୍ଧରେ ସାମିଲ ଏହି ଯୁବସମାଜସେବୀଙ୍କ ଭୂମିକାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply